ପୁଣି ପାକିସ୍ତାନର ନୀଚ କାର୍ଯ୍ୟ : ମଝି ଆକାଶରେ ଭାରତୀୟ ଯାତ୍ରୀବାହୀ ବିମାନକୁ ଏଫ୍-୧୬ ଦ୍ବାରା ଘଣ୍ଟେ ପର୍ଯ୍ୟନ୍ତ ଘେରିକି ରଖିଥିଲା

ନୂଆଦିଲ୍ଲୀ,୧୭।୧୦ ; ଭାରତୀୟ ବାୟୁସେନା ବାଲକୋଟ୍ ଏୟାର ଷ୍ଟ୍ରାଇକ୍ ଓ କଶ୍ମୀରରୁ ଧାରା ୩୭୦ ହଟାଇବା ପରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ବିଚଳିତ ହୋଇପଡିଛି। ଭାରତ ବିରୋଧରେ ସାରା ବିଶ୍ବରେ ପ୍ରଚାର କରି ବାରମ୍ବାର ଅପସସ୍ତ ହେଉଥିବା ପାକିସ୍ତାନ ନିଜର ନୀଚ କାର୍ଯ୍ୟକୁ କିନ୍ତୁ ଛାଡି ପାରୁନି। ଏହାର ଏକ ଉଦାହରଣ ହେଉଛି ଗତ ୨୫ ଦିନ ତଳେ ଭାରତର ଏକ ଯାତ୍ରୀବାହି ବିମାନକୁ କାବୁଲ ଯାଉଥିବା ବେଳେ ପାକିସ୍ତାନ ନିଜର ଏୟାରସ୍ପେସରେ ଯୁଦ୍ଧ ବିମାନ ଏଫ୍ ୧୬ ଦ୍ବାରା ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଘେରିକି ରଖିଥିଲା। ଏହି କାରଣ ପାଇଁ ଦୁଇଦେଶ ମଧ୍ୟରେ ପୁଣିଥରେ ବିବାଦ ବଢିବା ପାରିଥାନ୍ତା ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ସ୍ପାଇସ୍ ଜେଟର ଏହି ବିମାନକୁ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନ ଘେରାଉ କରି ରଖିଥିଲା ଓ ପାଇଲଟଙ୍କୁ ଉଚ୍ଚତା ହ୍ରାଦ କରି ତାଙ୍କୁ ବିମାନର ସବୁ ତଥ୍ୟ ମାଗିଥଲା। ଏହି ଘଟଣା ଗତ ମାସ ଅର୍ଥାତ ୨୩ ସେ​ପ୍ଟେମ୍ବରରେ ଘଟିଥିଲା। ସ୍ପାଇସଜେଟର ଏସଜି-୨୧ ବିମାନ ଦିଲ୍ଳୀରୁ କାବୁଲ ଯାଉଥିଲା ଓ ବିମାନରେ ୧୨୦ ଯାତ୍ରୀ ଥଲେ। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ପାକିସ୍ତାନୀ ଏୟାରସ୍ପେସ୍ ଭାରତ ପାଇଁ ବନ୍ଦ ହୋଇନଥିଲା। ଭାରତୀୟ ବିମାନର ପାଇଲଟ୍ ପାକିସ୍ତାନର ଏଫ୍-୧୬ ପାଇଲଟଙ୍କୁ କହିଥିଲେ, ଏହା ସ୍ପାଇସଜେଟର କମର୍ସିଆଲ ପ୍ଲାଇଟ ଅଟେ। ଏଥିରେ ଯାତ୍ରୀମାନେ କାବୁଲ ଯାଉଛନ୍ତି।

ଯେତେବେଳେ ପାକିସ୍ତାନର ଯୁଦ୍ଧ ବିମାନ ଭାରତୀୟ ବିମାନକୁ ଘେରାଉ କରିଥିଲା ସେତେବେଳେ ଏଫ୍-୧୬କୁ ଯାତ୍ରୀମାନେ ଦେଖିଥିଲେ। ଜଣେ ଯାତ୍ରୀ ତାଙ୍କର ନାମ ଗୋପନ ରଖି କହିଛନ୍ତି, ଏଫ୍-୧୬ ବିମାନର ପାଇଲଟ୍ ହାତରେ ଇଶାରା ଦେଇ ବିମାନର ପାଇଲଟଙ୍କୁ ତଳକୁ ଆଣିବାକୁ କହିଥିଲେ। ମିଳିଥିବା ଖବର  ଅନୁସାରେ, ପ୍ରତି ଫ୍ଲାଇଟର ଏକ କୋଡ ରହିଥାଏ ଯେପରିକି ସ୍ପାଇସଜେଟ୍ ବିମାନର କୋଡ୍ ‘ଏସଜି’ ଥିଲା। ଏହି କାରଣରୁ ପାକିସ୍ତାନୀ ଏଟିସି(ଏୟାର ଟ୍ରାଫିକ୍ କନଟ୍ରୋଲ) ଦ୍ବନ୍ଦରେ ପଢି ସ୍ପାଇସଜେଟ୍କୁ ‘ଆଇଏ’ ବୁଝିନେଇଥିଲା ଓ ଏହାକୁ ଇଣ୍ଡିଆନ ଆର୍ମି କିମ୍ବା ଏୟାରଫୋର୍ସର ବୋଲି ଭାବିଥିଲା। ଡିଜିସିଏର ଅଧିକାରୀଙ୍କ ସୂଚନା ଅନୁସାରେ ପାକିସ୍ତାନୀ ପାଇଲଟଙ୍କ ସନ୍ଦେହ ଦୂର ହେବାପରେ ସେମାନେ ଭାରତୀୟ ବିମାନକୁ ଏୟାରସ୍ପେସ୍ ବାହାରେ ଛାଡିଥିଲେ।  

   ସମ୍ବନ୍ଧିତ ଖବର


ଭାରତକୁ ବଡ ଝଟକା ଦେଲା ଇରାନ୍, ଚାବହାର ରେଳ ପ୍ରୋଜେକ୍ଟରୁ ବାହାର କଲା

AIIMS-ପାଟନାରେ କରୋନାରେ ଚାଲିଗଲା ୨ ଡାକ୍ତରଙ୍କ ଜୀବନ !

କାହିଁକି ଏହି କାର୍ ପିନ୍ଧିଛି ମାସ୍କ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଫେସ୍‌ବୁକ୍‌ ଆକାଉଣ୍ଟ ବନ୍ଦ କର , ନୁହେଁତ ଚାକିରୀ ଛାଡ଼ – ସେନାରେ ୮୯ଟି ଆପ୍ ବ୍ୟାନ୍

ଭାରତରେ କରୋନାକୁ ନେଇ ଏକ ଭଲ ଖବର – ସ୍ୱଦେଶୀ ଭାକ୍‌ସିନ୍‌ର ଟକ୍ସିସିଟି ଅଧ୍ୟୟନ ସଫଳ ବୋଲି କହିଲା ଆଇସିଏମ୍‌ଆର୍‌

ବିହାର ସରକାରଙ୍କ ବଡ଼ ନିଷ୍ପତ୍ତି, ୧୬-୩୧ ଜୁଲାଇ ଯାଏ ପୁରା ଲକ୍‌ଡାଉନ୍‌