PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଚମକିବ ଏକାମ୍ରକ୍ଷେତ : ଜଗନ୍ନାଥ ମନ୍ଦିର ପରି ଆସିବ ସ୍ୱତନ୍ତ୍ର ଆଇନ, କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍

ଭୁବନେଶ୍ୱର,୧୩।୧୨ : ଶ୍ରୀକ୍ଷେତ୍ର ପରେ ଏକାମ୍ରକ୍ଷେତ୍ର । ଏହାର ବିକାଶ ପାଇଁ ମେଗା ପ୍ରୋଜେକ୍ଟରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ଥିବା ୬୬ ଏକର ଜମିରେ ସାକାର ହେବ ଏକାମ୍ର ଯୋଜନା । ୯ଟି ପ୍ରକଳ୍ପରେ ବିଭକ୍ତ ହୋଇ ଯୋଜନାର ପୂର୍ଣ୍ଣାଙ୍ଗ ରୂପରେଖ ପଦାକୁ ଆସିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିବା ସହ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍‌ ମଧ୍ୟ ଘୋଷଣା କରିଛନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ପାଇଁ ତ୍ୟାଗ କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି ।

ଆଜି ଲୋକସେବା ଭବନରେ ଶ୍ରୀଲିଙ୍ଗରାଜଙ୍କ ପାରିପାଶ୍ୱର୍ିକ ବିକାଶ ଯୋଜନା ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ମେଗା ପ୍ରୋଜେକ୍ଟର ବିସ୍ତୃତ ସୂଚନା ଦେଇ କହିଛନ୍ତି, ଆମ ଐତିହ୍ୟ ହିଁ ଆମର ଶ୍ରେଷ୍ଠ ପରିଚୟ । ଏହି ଗୌରବମୟ ଐତିହ୍ୟର ଉପଯୁକ୍ତ ସଂରକ୍ଷଣ ଲାଗି ସରକାର ଏକାମ୍ରକ୍ଷେତ୍ରର ୬୬ ଏକର ପରିମିତ ଅଞ୍ଚଳରେ ଏକାମ୍ର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଅଞ୍ଚଳରେ ୯ଟି ବିକାଶ ପ୍ରକଳ୍ପ ଆରମ୍ଭ ହେବ । ସେଥିରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସୁଦୃଶ୍ୟ ପ୍ରବେଶ ପଥ, ଅତ୍ୟାଧୁନିକ ପାର୍କିଂସ୍ଥଳ, ବିନ୍ଦୁସାଗର ପୁନରୁଦ୍ଧାର ଯୋଜନା ମୁତାବକ ଅନେକ ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀର ପୁନରୁଦ୍ଧାର, ଶ୍ରୀଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ମନ୍ଦିରର ପାରିପାଶ୍ୱର୍ିକ ବିକାଶ,ଲୋକଙ୍କ ସୁବିଧା ଲାଗି ବିଭିନ୍ନ ଯୋଜନା, ଇ- ଅଟୋ ପ୍ରୋଗ୍ରାମ, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ଓ କ୍ଷତିଗ୍ରସ୍ତଙ୍କୁ ଥଇଥାନ ଭଳି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାଶ୍ୱର୍ିକ ବିକାଶକୁ ସୁଦୃଶ୍ୟ କରିବା ଲାଗି ଶ୍ରୀଲିଙ୍ଗରାଜ ଥାନା ଓ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଦପ୍ତରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ ଓ ଯାନବାହନ ଯାତାୟାତ ଲାଗି ତାଳେଶ୍ୱର ମନ୍ଦିର ଛକ ଠାରୁ ବଢ଼େଇବାଙ୍କ ପର୍ଯ୍ୟନ୍ତ ଚଉଡ଼ା ରାସ୍ତା ନିର୍ମାଣ ହେବ । ଗାଡ଼ିମୋଟର ପାର୍କିଂ ନିମନ୍ତେ ୪ଟି ସ୍ଥାନରେ ଅତ୍ୟାଧୁନିକ ପାର୍କିଂସ୍ଥାନ ନିର୍ମାଣ କରାଯିବ । ସେହିଭଳି ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ସୁନ୍ଦର ଉଦ୍ୟାନ ଶୋଭାବର୍ଦ୍ଧନ କରିବ । ମନ୍ଦିର ଚାରିପଟ ପରିକ୍ରମା ନିମନ୍ତେ ସ୍ୱତନ୍ତ୍ର ପଥ ନିର୍ମାଣ ହେବ । ମନ୍ଦିର ସାମନା ରାସ୍ତାରେ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯିବ । ଭକ୍ତଗଣ ଯେପରି ଶ୍ରୀଜୀଉଙ୍କୁ ସୁବିଧାରେ ଦର୍ଶନ କରିପାରିବେ ତାହାର ବ୍ୟବସ୍ଥା ରହିବ । ପର୍ଯ୍ୟଟକମାନଙ୍କ ସୁବିଧା ଲାଗି ବିଶେଷ ବନ୍ଦୋବସ୍ତ କରାଯିବ ।

ଐତିହାସିକ ବିନ୍ଦୁସାଗର ପୁଷ୍ପରିଣୀର ପୁନରୁଦ୍ଧାର ତଥା ଏହାର ଜଳକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଲାଗି ଅତ୍ୟାଧୁନିକ ଉପାୟ ଅବଲମ୍ବନ କରାଯିବ । ନିକଟସ୍ଥ ଐତିହ୍ୟ ସମ୍ପନ୍ନ ଗୋଦାବରୀ କୁଣ୍ଡ, ପାପନାଶିନୀ ପୁଷ୍ପରିଣୀ, କୋଟିତୀର୍ଥ ଓ ଗଙ୍ଗାଯମୁନା କୁଣ୍ଡ, ଦେବୀ ପାଦହରା ପୁଷ୍କରିଣୀର ପୁନରୁଦ୍ଧାର ସହିତ ଏହାର ଉତ୍ତମ ସଂରକ୍ଷଣ କରାଯିବ । ଶ୍ରୀଲିଙ୍ଗରାଜ ମନ୍ଦିରର ନିରାପତ୍ତା ସୁଦୃଢ଼ କରିବା ଲାଗି ସ୍ୱତନ୍ତ୍ର ଭିତ୍ତିଭୂମି ପ୍ରସ୍ତୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି । ଶ୍ରୀ ଲିଙ୍ଗରାଜ ମନ୍ଦିର ପାରିପାଶ୍ୱର୍ିକ ବିକାଶ ପ୍ରସଙ୍ଗରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପରି ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ ନିଷ୍ପତ୍ତି ହୋଇଛି । ଏ ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ତ୍ତ ସଚିବ ଡ.କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀଲିଙ୍ଗରାଜଙ୍କ ପାଇଁ ତ୍ୟାଗ କର

ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାଶ୍ୱର୍ିକ ବିକାଶ ଯୋଜନାକୁ ସାକାର କରିବା ଦିଗରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ସ୍ଥାନୀୟ ଲୋକଙ୍କ ଉଦ୍ଦେଶ୍ୟରେ ଆବେଗପୂର୍ଣ୍ଣ ନିବେଦନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ଏକାମ୍ରକ୍ଷେତ୍ର ଭୁବନେଶ୍ୱର ସାରା ଦେଶର ଏକ ପ୍ରମୁଖ ଶୈବପୀଠ । ବିଭିନ୍ନ ପୁରାଣରେ ଭୁବନେଶ୍ୱରକୁ ଦ୍ୱିତୀୟ କାଶୀ ଭାବେ ବର୍ଣ୍ଣନା କରାଯାଇଛି । ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ଲାଗି ପ୍ରତିଦିନ ସାରା ଦେଶରୁ ହଜାର ହଜାର ଲୋକ ଏକାମ୍ରକ୍ଷେତ୍ରକୁ ଆସୁଛନ୍ତି । ମନ୍ଦିର ନଗରୀ ଭାବେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ର ଅନେକ ପ୍ରାଚୀନ କୀର୍ତ୍ତିରାଜିରେ ସୁଶୋଭିତ । ଏକାଦଶ ଶତାଦ୍ଦୀରେ କଳିଙ୍ଗ ଶୈଳୀରେ ନିର୍ମିତ ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍କଳୀୟ ଶିଳ୍ପକଳାର ଅନ୍ୟତମ ଶ୍ରେଷ୍ଠ ନିଦର୍ଶନ । ଏହା ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ । ୧୦୦୦ ବର୍ଷ ତଳର ପୁରୁଣା ଶ୍ରୀଲିଙ୍ଗରାଜ ମନ୍ଦିର ଲକ୍ଷ ଲକ୍ଷ ଶିବଭକ୍ତଙ୍କ ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ । ଏହାର ସୁରକ୍ଷା ସହିତ ଭବିଷ୍ୟତ ପିଢ଼ି ପାଇଁ ଏହି ମନ୍ଦିରକୁ ଉପଯୁକ୍ତ ସଂରକ୍ଷଣ ନିମନ୍ତେ ଆମକୁ କିଛି ତ୍ୟାଗ କରିବାର ଆବଶ୍ୟକତା ମଧ୍ୟ ରହିଛି । ଏହି ତ୍ୟାଗକୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବା ଭାବେ ଗ୍ରହଣ କରି ସରକାରଙ୍କ ବିକାଶ କାର୍ଯ୍ୟରେ ସହଯୋଗ କରିବାକୁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ।

କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

ବିକାଶ ପ୍ରକଳ୍ପ ପାଇଁ ଉଚ୍ଛେଦରେ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଉଚ୍ଛେଦ ପ୍ରକ୍ରିୟାରେ ଏଯାଏ ପାଖାପାଖି ୧୫୬ ଉଠା ଓ ସ୍ଥାୟୀ ଦୋକାନୀ କ୍ଷତିଗ୍ରସ୍ତ ହେଲେଣି । ଆହୁରି ଶତାଧିକ ଦୋକାନୀ ଉଚ୍ଛେଦ ହେବେ । ଏଥିରେ କ୍ଷତିଗ୍ରସ୍ତ ଦୋକାନୀଙ୍କ ଜୀବନଜୀବିକା କଥାର ବିଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ଏକକାଳୀନ ୩୦ ହଜାର ଟଙ୍କା ୨ଟି କିସ୍ତିରେ ଦିଆଯିବ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭେଣ୍ଡିଂଜୋନ୍‌ ନିର୍ମାଣ କରାଯାଇ ସେଥିରେ ଥଇଥାନ କରାଯିବ ।

ସେହିଭଳି ପକ୍କା ଘରେ ଥିବା ଦୋକାନ ଉଚ୍ଛେଦ କ୍ଷେତ୍ରରେ ସଂପୃକ୍ତ ବ୍ୟବସାୟୀଙ୍କୁ ମାସିକ ୧୦ ହଜାର ଟଙ୍କା ୧୨ ମାସ ପର୍ଯ୍ୟନ୍ତ ଦିଆଯିବ । ପରବର୍ତ୍ତୀ ସମୟରେ ବିଏମ୍‌ସି-ପର୍ଯ୍ୟଟନ ବିଭାଗ ପକ୍ଷରୁ ନବ ନିର୍ମିତ ମାର୍କେଟ କମ୍ପେ୍ଳକ୍ସ କିମ୍ବା ସେମାନଙ୍କ ପାଇଁ ନୂଆ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହୋଇ ସେଥିରେ ସମସ୍ତଙ୍କ ଥଇଥାନ କରାଯିବ । ଅନୁରୂପ ଭାବେ ସ୍ଥିତିବାନ ଜମି ସ୍ୱତ୍ତ୍ୱାଧୀକାରୀଙ୍କୁ ଗୃହ ଉଚ୍ଛେଦ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ କଥା ବିଚାରକୁ ନିଆଯିବ । ସେମାନଙ୍କ ସହିତ ଆଲୋଚନା କରାଯାଇ ବିଧିବ୍ୟବସ୍ଥା ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।