ରେଲଓ୍ବେ ପରେ ଏବେ ସ୍ପେଶାଲ ଡୋମେଷ୍ଟିକ୍ ବିମାନର ଉଡାଣ ଆରମ୍ଭ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୩।୫: ଦେଶର ଅଲଗା ଅଲଗା ରାଜ୍ୟରେ ଫଶିଥିବା ଲୋକଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପହଁଞ୍ଚାଇବା ପାଇଁ ରେଳ ସେବା ଆରମ୍ଭ ହୋଇଛି। ଏବେ ରେଲଓ୍ବେ ଭଳି  ଲୋକଙ୍କୁ ଘରେ ପହଁଞ୍ଚାଇବା ପାଇଁ ଏୟାର ଇଣ୍ଡିଆା ୧୯ ମଇରୁ ୨ ଜୁନ୍ ଭିତରେ ସ୍ପେଶାଲ ଡୋମେଷ୍ଟିକ ଫ୍ଲାଇଟସର ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ଅଧିକାଂଶ ବିମାନ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରରେ ହେବ।

ମିଳିଥିବା ଖବର ଅନୁସାରେ, ଚେନ୍ନାଇ ପାଇଁ କେବଳ ଏକ ବିମାନ ସୁବିଧ​‌େ​‌ ଦିଆଯାଇଛି। ଏହା ୧୯ ମଇରେ କୋଚିରୁ ଚେନ୍ନାଇ ପାଇଁ ଉଡାଣ ଭରିବ। ଏହାଛଡା ଦିଳ୍ଲୀ ପାଇଁ ୧୭୩ ମୁମ୍ବାଇ ପାଇଁ ୪୦, ହାଇଦ୍ରାବାଦ ପାଇଁ ୨୫ ଓ କୋଚି ପାଇଁ ୧୨ଟି ଫ୍ଲାଇଟର ଆରମ୍ଭ କରାଯିବ। ଦିଲ୍ଲୀରୁ ଯେଉଁ ଫ୍ଲାଇଟ୍ ଉଡାଣ ଭରିବେ ସେମାନେ ଅମୃତସର, ବେଙ୍ଗାଲୁର, ଗୟା, ହାଇଦ୍ରାବାଦ, ଜୟପୁର, ଅହମ୍ମଦାବାଦ, କୋଚି, ବିଜୟଓ୍ବାଡା, ଲକ୍ଷ୍ନୌ ଓ କିଛି ଅନ୍ୟ ସହରକୁ ଯିବ। 

ଏଭଳି ଭାବରେ ଭାବରେ ମୁମ୍ବାଇରୁ ଉଡାଣ ଭରିଥିବା ଏୟାର ଇଣ୍ଡିଆାର ଫ୍ଲାଇଟ୍ ଅହମ୍ମାଦାବାଦ, ହାଇଦ୍ରାବାଦ, କୋଚି, ବେଙ୍ଗାଲୁର, ବିଶାଖାପାଟନମ ଓ ବିଜୟଓ୍ବାଡା ଅଭିମୁଖେ ଯିବ। ଏହାଛଡା ହାଇଦ୍ରାବାଦରୁ ମୁମ୍ବାଇ ଓ ଦିଲ୍ଲୀ ପାଇଁ ମଧ୍ୟ ବିମାନ ଯାତ୍ରା କରିବ। ବେଙ୍ଗାଲୁରରୁ ମୁମ୍ବାଇ, ଦିଲ୍ଲୀ ଓ ହାଇଦ୍ରାବାଦ ପାଇଁ ବିମାନ ରହିଛି। ଏହାଛଡା ଭୁବନେଶ୍ବରରୁ ଏକ ବିମାନ ବେଙ୍ଗାଲୁର ମଧ୍ୟ ଯିବ।

   ସମ୍ବନ୍ଧିତ ଖବର


ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ଆସୁଛି ଆଉ ଏକ ଲଘୁଚାପ ! ୩୧ ପରେ ପୁଣି ବର୍ଷା ସମ୍ଭାବନା, ୪ ଦିନରେ ସମଗ୍ର ରାଜ୍ୟରୁ ବିଦାୟ ନେବ ମୌସୁମୀ

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ