ରାନୁ ମଣ୍ଡଳଙ୍କ ପରେ ଏହି ୨ ବର୍ଷର କୁନି ଝିଅ ଗାଇଲା ଲତା ମଙ୍ଗେସକରଙ୍କ ଗୀତ ‘ଲଗ୍ ଜା ଗଲେ…’, ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ,୩।୧୨: ସୋସିଆଲ ମିଡିଆରେ ଆଜିର ସମୟରେ ପ୍ରସିଦ୍ଧ ହେବା ପାଇଁ ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ଏହାର ବଡ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ। ରେଲଓ୍ବେ ଷ୍ଟେସନରେ ଗୀତ ଗାଇ ନିଜର ପେଟ ପୋଷୁଥିବା ରାନୁ ଯେତେବେଳେ ସୁରସାମାଜ୍ଞ୍ରୀ ଲତା ମଙ୍ଗେସକରଙ୍କ ଗୀତ, ‘ଏକ ପ୍ୟାର କା ନଗମା ହୈ…’ ଗାଇଥିଲେ ସେହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ। କିନ୍ତୁ ଏବେ ଏକ ୨ ବର୍ଷର କୁନି ଝିଅର ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।

ଏହି ଭିଡିଓରେ କୁନି ଝିଅଟି ଲତା ମଙ୍ଗେସକରଙ୍କ ପ୍ରସିଦ୍ଧ ଗୀତ ‘ଲଗ ଜା ଗଲେ…’ ଗୀତ ଗାଉଛନ୍ତି। ଏହି ଝିଅଟିର ନାଁ ପ୍ରଜ୍ଞା ମେଧା ବୋଲି ଜଣାପଡିଛି ଓ ସେ ଏହି ଗୀତକୁ ଖୁବ୍ ମଧୁର ସ୍ବରରେ ଗାଉଥିବାର ଦେଖିବାକୁ ମିଳୁଛି। ଉଲ୍ଲେଖନୀୟ ଯେ, ଏହି ଗୀତ ୧୯୬୪ ମସିହାରେ ରିଲିଜ୍ ହୋଇଥିଲା ଫିଲ୍ମ ନାମ ଥିଲା ‘ଓ୍ବୋ କୌନ୍ ହୈ’।

View this post on Instagram

Lag ja gale continues 🤗🤗🤗😍😍🙏🙏

A post shared by Pragya Medha (@pragyamedha11) on

ଏବେ ଏହି କୁନି ଝିଅଟିର ଭିଡିଓ  ଭିନ୍ନ ଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଉଛି। ଏପରିକି ଷ୍ଟାର ସିଙ୍ଗରମାନେ ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କୁ ପ୍ରଜ୍ଞାଙ୍କ ଏହି ଗୀତ ଖୁବ୍ ପ୍ରଭାବିତ କରିଛି। ଏହି ଭିଡିଓକୁ ଗତ କିଛି ମାସ ହେବ ସେୟାର କରାଯାଉଛି। ଝିଅଟିର ଆଉ କିଛି ଭାଇରାଲ ଭିଡିଓ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛି।

   ସମ୍ବନ୍ଧିତ ଖବର


ପୂରୁଣା ଦିନକୁ ମନେ ପକାଇ ବିକିନି ଫଟୋ ସେୟାର କଲେ ସୋନାଲି

୩୧ ବର୍ଷୀୟ ଅଭିନେତ୍ରୀଙ୍କ ସହ ଅକ୍ଷୟଙ୍କ ରୋମାନ୍ସ, କରିବେ ଏହି ଫିଲ୍ମରେ ଏଣ୍ଟ୍ରି…

PPE କିଟ୍‌ ପିନ୍ଧି ‘ଗର୍‌ମି’ ଗୀତରେ ଡ୍ୟାନ୍ସ କଲେ ଡାକ୍ତର: ନିଜ ସହକର୍ମୀଙ୍କୁ କଲେ ଉତ୍ସାହିତ, ଭିଡିଓ ଭାଇରାଲ

୧୩ ବର୍ଷ ବୟସରେ ୪୩ ବର୍ଷୀୟ ଗୁରୁଙ୍କୁ ବିବାହ କରିଥିଲେ ସରୋଜ ଖାନ : କ୍ୟାରିଅରରେ ସଫଳ କିନ୍ତୁ ବ୍ୟକ୍ତିଗତ ଜୀବନରେ ଦୁଃଖ ଆଉ ସଂଘର୍ଷ…

‘ମୁଁ ଭଲ ହୋଇଗଲେ ନାଟକ କରିବା…’, ବିଜୟ ମହାନ୍ତିଙ୍କୁ ଭେଟି ସୁଖଦୁଃଖ ହେଲେ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଓ ସୁବୋଧ ପଟ୍ଟନାୟକ

ଏ ଲଡ଼କି କମର ହିଲା …ଏଭଳି କହି ଏହି ଅଭିନେତ୍ରୀଙ୍କୁ ତାଗିଦ୍ କରିଥିଲେ ସରୋଜ ଖାନ, ବିଗିଡି ଯାଇଥିଲା ଅବସ୍ଥା