ବିଜେପି ନେତାଙ୍କୁ ହତ୍ୟା ପରେ…ଖୋର୍ଦ୍ଧା ଅଶାନ୍ତ, ଥାନା ଘେରାଉ

ଖୋର୍ଦ୍ଧା,୧୫ ।୪(ଆପ୍ର): ନିର୍ବାଚନର ଦିନ କେଇଟା ପୂର୍ବରୁ ଖୋର୍ଦ୍ଧାରେ ଘଟିଛି ରାଜନୈତିକ ହତ୍ୟାକାଣ୍ଡ । ରବିବାର ବିଳମ୍ବିତ ରାତ୍ରିରେ ନିର୍ବାଚନୀ ହିଂସାରେ ରକ୍ତରଞ୍ଜିତ ହୋଇଛି ଖୋର୍ଦ୍ଧା ସହରର ନବିନାବାଗ ଅଞ୍ଚଳ । ବଡ଼ପୋଖରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନା (୪୫)ଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି । ପୂର୍ବ ଶତ୍ରୁତା ଓ ରାଜନୈତିକ ଆକ୍ରୋଶରୁ ମଙ୍ଗୁଳିଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ଏତଲା ଦେଇଛନ୍ତି ।
ମଙ୍ଗୁଳିଙ୍କ ହତ୍ୟା ଘଟଣାରେ ଖୋର୍ଦ୍ଧା ଜିଲ୍ଲା ଅଶାନ୍ତ ହୋଇପଡ଼ିଛି । ଜିଲ୍ଲାର ସବୁ ବ୍ଲକ୍‌ରେ ବିଜେପି କର୍ମୀମାନେ ବିକ୍ଷୋଭ କରିବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି । ହତ୍ୟାକାରୀଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ଦଳର ବରିଷ୍ଠ ନେତାମାନେ ପ୍ରଶ୍ନ କରିବା ସହ ୧୨ ଘଣ୍ଟା ଧରି ଥାନା ସାମ୍ନାରେ ବିକ୍ଷୋଭ କରିଛନ୍ତି । ବିଳମ୍ବିତ ରାତ୍ରିରେ ମଙ୍ଗୁଳିଙ୍କ ଶେଷକୃତ୍ୟ ତାଙ୍କ ଗ୍ରାମ ବଡ଼ପୋଖରିଆରେ ସମ୍ପନ୍ନ ହୋଇଛି । ଏହା ପୂର୍ବରୁ ତାଙ୍କ ମୃତଦେହକୁ ଭୁବନେଶ୍ୱରସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ନେତା ଓ କର୍ମୀମାନେ ଶବାଧାରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ହତ୍ୟାକାଣ୍ଡ ପ୍ରତିବାଦରେ ଖୋର୍ଦ୍ଧାରେ ବନ୍ଦ ପାଳନ କରାଯାଇଛି ।
ମଙ୍ଗୁଳିଙ୍କ ଭାଇ ବିଷ୍ଣୁଚରଣ ଜେନାଙ୍କ ଅଭିଯୋଗ କ୍ରମେ ଆଦର୍ଶ ଥାନାରେ ଏକ ମାମଲା (ନଂ-୧୧୯/୧୯) ରୁଜୁ ହୋଇଛି ବୋଲି ଏସ୍‌ପି ଅମୂଲ୍ୟ ଦାସ ସୂଚନା ଦେଇଛନ୍ତି । ଅଭିଯୋଗରେ ବିଷ୍ଣୁ ଓ ତାଙ୍କ ଭାଇ ମଙ୍ଗୁଳି ଖୋର୍ଦ୍ଧା ବିଧାନସଭାର ବିଜେପି ପ୍ରାର୍ଥୀ କାଳୁ ଖଣ୍ଡେଇତରାୟଙ୍କ ଦୃଢ ସମର୍ଥକ ଉଲ୍ଲେଖ କରିଛନ୍ତି । ଗତକାଲି ରାତ୍ରି ପ୍ରାୟ ୧୧ଟା ସମୟରେ ବିଷ୍ଣୁ ଓ ମଙ୍ଗୁଳି ଖୋର୍ଦ୍ଧା ନବିନାବାଗ୍‌ ସ୍ଥିତ କାଳୁ ଖଣ୍ଡେଇତରାୟଙ୍କ ବାସଗୃହକୁ ଆସିଥିଲେ । ଉକ୍ତ ସମୟରେ ଭୁବନେଶ୍ୱର ରାଜନୈତିକ ସଭାକୁ କେମିତି କର୍ମୀ ଯିବେ ତାହା ଉପରେ କାଳୁ ଓ ମଙ୍ଗୁଳିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପରେ ବିଷ୍ଣୁ, ପ୍ରଫୁଲ୍ଲ ଖଣ୍ଡେଇତରାୟ ଏବଂ ମଙ୍ଗୁଳି ଘରକୁ ଫେରିବାକୁ ବାହାରିଥିଲେ । ସେହି ସମୟରେ କାଳୁ ତାଙ୍କ ସାଙ୍ଗରେ ଥିବାବେଳେ ଘର ବାହାରେ କଥାବାର୍ତ୍ତା ହେଉଥିଲେ । ଏତିକିବେଳେ ତାଙ୍କ ଘର ସମ୍ମୁଖରେ ଏକ ବୋଲେରୋରେ କିଛି ଲୋକ ବସିଥିଲେ । ବୋଲେରୋରୁ ଓହ୍ଳାଇ ତଳେ ବଡ଼ପୋଖରିଆ ପଞ୍ଚାୟତ ସରପଞ୍ଚ ସାଗର ବଳିଆରସିଂହ ଏବଂ ସଚିନ୍‌ ବଳିୟାରସିଂହ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ । ସେହି ସମୟରେ ଜଣେ ଯୁବକ ସାଗର ଓ ସଚିନ୍‌ଙ୍କ ସହିତ କଥାବାର୍ତ୍ତା ହୋଇ ସେଠାରୁ ଆସି ହଠାତ୍‌ କାଳୁଙ୍କ ଉପରକୁ ଗୁଳିଚାଳନା କରିଥିଲେ । ମାତ୍ର ଦୁର୍ବୃତ୍ତର ଲକ୍ଷ୍ୟଭ୍ରଷ୍ଟ ହେବା ଫଳରେ ଗୁଳି ଘରର ପାଚେରିରେ ବାଜିଥିଲା । ଦୁର୍ବୃତ୍ତ ପୁଣି ୩/୪ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଗୋଟିଏ ଗୁଳି ମଙ୍ଗୁଳିଙ୍କ ଛାତିରେ ଏବଂ ଅନ୍ୟ ଏକ ଡ଼େଣାରେ ବାଜିବା ପରେ ହତ୍ୟାକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ଗୁରୁତର ଅବସ୍ଥାରେ ମଙ୍ଗୁଳିଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଦାୟିତ୍ୱରେ ଥିବା ଡାକ୍ତର ଘୋଷଣା କରିଥିଲେ ।
ବିଷ୍ଣୁ ଏତଲାରେ ଅଭିଯୋଗ କରିଛନ୍ତି ଯେ, ବିଜେପି ପ୍ରାର୍ଥୀଙ୍କ ଘର ସମ୍ମୁଖରେ ଗୁଳିକାଣ୍ଡ ପୂର୍ବରୁ ଥୁଆ ହୋଇଥିବା ବୋଲେରୋ ବିଜେଡି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାରରେ ନିୟୋଜିତ ହୋଇଥିଲା । ପୂର୍ବ ଶତ୍ରୁତା ଏବଂ ରାଜନୈତିକ ଆକ୍ରୋଶ ରଖାଯାଇ ଭାଇ ମଙ୍ଗୁଳିଙ୍କୁ ହତ୍ୟା କରାଯାଇଥିବା ବିଷ୍ଣୁ ଅଭିଯୋଗ କରିଛନ୍ତି ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।ଖୋର୍ଦ୍ଧା,୧୫ ।୪(ଆପ୍ର): ନିର୍ବାଚନର ଦିନ କେଇଟା ପୂର୍ବରୁ ଖୋର୍ଦ୍ଧାରେ ଘଟିଛି ରାଜନୈତିକ ହତ୍ୟାକାଣ୍ଡ । ରବିବାର ବିଳମ୍ବିତ ରାତ୍ରିରେ ନିର୍ବାଚନୀ ହିଂସାରେ ରକ୍ତରଞ୍ଜିତ ହୋଇଛି ଖୋର୍ଦ୍ଧା ସହରର ନବିନାବାଗ ଅଞ୍ଚଳ । ବଡ଼ପୋଖରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନା (୪୫)ଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି । ପୂର୍ବ ଶତ୍ରୁତା ଓ ରାଜନୈତିକ ଆକ୍ରୋଶରୁ ମଙ୍ଗୁଳିଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ଏତଲା ଦେଇଛନ୍ତି ।
ମଙ୍ଗୁଳିଙ୍କ ହତ୍ୟା ଘଟଣାରେ ଖୋର୍ଦ୍ଧା ଜିଲ୍ଲା ଅଶାନ୍ତ ହୋଇପଡ଼ିଛି । ଜିଲ୍ଲାର ସବୁ ବ୍ଲକ୍‌ରେ ବିଜେପି କର୍ମୀମାନେ ବିକ୍ଷୋଭ କରିବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି । ହତ୍ୟାକାରୀଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ଦଳର ବରିଷ୍ଠ ନେତାମାନେ ପ୍ରଶ୍ନ କରିବା ସହ ୧୨ ଘଣ୍ଟା ଧରି ଥାନା ସାମ୍ନାରେ ବିକ୍ଷୋଭ କରିଛନ୍ତି । ବିଳମ୍ବିତ ରାତ୍ରିରେ ମଙ୍ଗୁଳିଙ୍କ ଶେଷକୃତ୍ୟ ତାଙ୍କ ଗ୍ରାମ ବଡ଼ପୋଖରିଆରେ ସମ୍ପନ୍ନ ହୋଇଛି । ଏହା ପୂର୍ବରୁ ତାଙ୍କ ମୃତଦେହକୁ ଭୁବନେଶ୍ୱରସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ନେତା ଓ କର୍ମୀମାନେ ଶବାଧାରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ହତ୍ୟାକାଣ୍ଡ ପ୍ରତିବାଦରେ ଖୋର୍ଦ୍ଧାରେ ବନ୍ଦ ପାଳନ କରାଯାଇଛି ।
ମଙ୍ଗୁଳିଙ୍କ ଭାଇ ବିଷ୍ଣୁଚରଣ ଜେନାଙ୍କ ଅଭିଯୋଗ କ୍ରମେ ଆଦର୍ଶ ଥାନାରେ ଏକ ମାମଲା (ନଂ-୧୧୯/୧୯) ରୁଜୁ ହୋଇଛି ବୋଲି ଏସ୍‌ପି ଅମୂଲ୍ୟ ଦାସ ସୂଚନା ଦେଇଛନ୍ତି । ଅଭିଯୋଗରେ ବିଷ୍ଣୁ ଓ ତାଙ୍କ ଭାଇ ମଙ୍ଗୁଳି ଖୋର୍ଦ୍ଧା ବିଧାନସଭାର ବିଜେପି ପ୍ରାର୍ଥୀ କାଳୁ ଖଣ୍ଡେଇତରାୟଙ୍କ ଦୃଢ ସମର୍ଥକ ଉଲ୍ଲେଖ କରିଛନ୍ତି । ଗତକାଲି ରାତ୍ରି ପ୍ରାୟ ୧୧ଟା ସମୟରେ ବିଷ୍ଣୁ ଓ ମଙ୍ଗୁଳି ଖୋର୍ଦ୍ଧା ନବିନାବାଗ୍‌ ସ୍ଥିତ କାଳୁ ଖଣ୍ଡେଇତରାୟଙ୍କ ବାସଗୃହକୁ ଆସିଥିଲେ । ଉକ୍ତ ସମୟରେ ଭୁବନେଶ୍ୱର ରାଜନୈତିକ ସଭାକୁ କେମିତି କର୍ମୀ ଯିବେ ତାହା ଉପରେ କାଳୁ ଓ ମଙ୍ଗୁଳିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପରେ ବିଷ୍ଣୁ, ପ୍ରଫୁଲ୍ଲ ଖଣ୍ଡେଇତରାୟ ଏବଂ ମଙ୍ଗୁଳି ଘରକୁ ଫେରିବାକୁ ବାହାରିଥିଲେ । ସେହି ସମୟରେ କାଳୁ ତାଙ୍କ ସାଙ୍ଗରେ ଥିବାବେଳେ ଘର ବାହାରେ କଥାବାର୍ତ୍ତା ହେଉଥିଲେ । ଏତିକିବେଳେ ତାଙ୍କ ଘର ସମ୍ମୁଖରେ ଏକ ବୋଲେରୋରେ କିଛି ଲୋକ ବସିଥିଲେ । ବୋଲେରୋରୁ ଓହ୍ଳାଇ ତଳେ ବଡ଼ପୋଖରିଆ ପଞ୍ଚାୟତ ସରପଞ୍ଚ ସାଗର ବଳିଆରସିଂହ ଏବଂ ସଚିନ୍‌ ବଳିୟାରସିଂହ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ । ସେହି ସମୟରେ ଜଣେ ଯୁବକ ସାଗର ଓ ସଚିନ୍‌ଙ୍କ ସହିତ କଥାବାର୍ତ୍ତା ହୋଇ ସେଠାରୁ ଆସି ହଠାତ୍‌ କାଳୁଙ୍କ ଉପରକୁ ଗୁଳିଚାଳନା କରିଥିଲେ । ମାତ୍ର ଦୁର୍ବୃତ୍ତର ଲକ୍ଷ୍ୟଭ୍ରଷ୍ଟ ହେବା ଫଳରେ ଗୁଳି ଘରର ପାଚେରିରେ ବାଜିଥିଲା । ଦୁର୍ବୃତ୍ତ ପୁଣି ୩/୪ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଗୋଟିଏ ଗୁଳି ମଙ୍ଗୁଳିଙ୍କ ଛାତିରେ ଏବଂ ଅନ୍ୟ ଏକ ଡ଼େଣାରେ ବାଜିବା ପରେ ହତ୍ୟାକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ଗୁରୁତର ଅବସ୍ଥାରେ ମଙ୍ଗୁଳିଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଦାୟିତ୍ୱରେ ଥିବା ଡାକ୍ତର ଘୋଷଣା କରିଥିଲେ ।
ବିଷ୍ଣୁ ଏତଲାରେ ଅଭିଯୋଗ କରିଛନ୍ତି ଯେ, ବିଜେପି ପ୍ରାର୍ଥୀଙ୍କ ଘର ସମ୍ମୁଖରେ ଗୁଳିକାଣ୍ଡ ପୂର୍ବରୁ ଥୁଆ ହୋଇଥିବା ବୋଲେରୋ ବିଜେଡି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାରରେ ନିୟୋଜିତ ହୋଇଥିଲା । ପୂର୍ବ ଶତ୍ରୁତା ଏବଂ ରାଜନୈତିକ ଆକ୍ରୋଶ ରଖାଯାଇ ଭାଇ ମଙ୍ଗୁଳିଙ୍କୁ ହତ୍ୟା କରାଯାଇଥିବା ବିଷ୍ଣୁ ଅଭିଯୋଗ କରିଛନ୍ତି ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

୧୦ ପ୍ଲାଟୁନ୍‌ ୋର୍ସ ମୁତୟନ ମଙ୍ଗୁଳିଙ୍କ ହତ୍ୟା ପରେ ଖୋର୍ଦ୍ଧା ଜିଲ୍ଲା ସାରା ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ମଙ୍ଗୁଳିଙ୍କ ଗାଁ ବଡ଼ପୋଖରିଆରେ ୬ ପ୍ଲାଟୁନ୍‌ ଏବଂ ଖୋର୍ଦ୍ଧା ସହରରେ ୪ ପ୍ଳାଟୁନ୍‌ ୋର୍ସ ମୁତୟନ ହୋଇଛନ୍ତି । କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ହତ୍ୟାକାଣ୍ଡର ତଦନ୍ତ ଏସ୍‌ପି ଓ ଏସଡ଼ିପିଓ, ଥାନା ଅଧିକାରୀ ଜାରି ରଖିଥିବା ଜଣାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧିନ ଥିବାବେଳେ ବଡ଼ପୋଖରିଆ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି ।

ବିଜେପିର ଅଭିଯୋଗକୁ ଜିତୁଙ୍କ ଖଣ୍ଡନ
ବିଜେପିର ଅଭିଯୋଗକୁ ବିଜେଡି ବିଧାୟକ ପ୍ରାର୍ଥୀ ଜିତୁ ମିତ୍ର ଖଣ୍ଡନ କରିଛନ୍ତି । ମଙ୍ଗୁଳି ଜେନାଙ୍କ ହତ୍ୟାକାଣ୍ଡ ଘଟଣାରେ ସେ ମର୍ମାହତ ବୋଲି କହିବା ସମେତ ରାଜନୀତିରେ ହିଂସାକୁ ସ୍ଥାନ ଦିଅନ୍ତି ନାହିଁ ବୋଲି ଜିତୁ କହିଛନ୍ତି । ଅନ୍ୟପକ୍ଷରେ କିଛିଦିନ ହେଲା ଖୋର୍ଦ୍ଧାରେ ଅପରାଧ ବୃଦ୍ଧି ପାଇଥିବା କଥାକୁ ସେ ସ୍ୱୀକାର କରିଥିବା କରିଛନ୍ତି । ସେ ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିବା ସମେତ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରିବାକୁ ପୁଲିସକୁ ଅନୁରୋଧ କରିଛନ୍ତି । ହତ୍ୟାକାଣ୍ଡକୁ ଜିତୁ ମିତ୍ର ସନ୍ଦେହ ଆଖିରେ ଦେଖିବା ସମେତ ଯେଉଁ ସ୍ଥାନରେ ହତ୍ୟାକାଣ୍ଡ ହୋଇଛି ସେଠାକୁ ବିରୋଧୀ ଦଳ ଯିବା ଅସମ୍ଭବ ବୋଲି ସଫେଇ ଦେଇଛନ୍ତି । ବିଜେପି ଏଭଳି ଅପପ୍ରଚାର କରି ଜନସାଧାରଣଙ୍କ ଠାରୁ ଭୋଟ ହାତେଇବାକୁ ଯୋଜନା କରିଥିବା ସେ ସନ୍ଦେହ କରିଛନ୍ତି ।
ବିଜେପି ପ୍ରାର୍ଥୀ ଅସୁରକ୍ଷିତ: ଅପରାଜିତା
ବିଜେପିର ଭୁବନେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୁ ଯୁବ ବାହିନୀକୁ ଏକ ଗୁଣ୍ଡା ବାହିନୀ କହିଛନ୍ତି । ହତ୍ୟାକାଣ୍ଡ ପଛର କାରଣର ଜବାବ୍‌ ଏକ ନିର୍ଦ୍ଦିିଷ୍ଟ ଦଳ ଦେବାକୁ ସେ ପରୋକ୍ଷରେ ବିଜେଡିକୁ ଇଙ୍ଗିତ କରିଥିଲେ । ନିର୍ବାଚନରେ ତାଙ୍କର ଦଳୀୟ ପ୍ରାର୍ଥୀ ଅସୁରକ୍ଷିତ ବୋଲି ପ୍ରକାଶ କରିଥିଲେ । ଦଳୀୟ ପ୍ରାର୍ଥୀଙ୍କୁ କିଏ ସୁରକ୍ଷା ଗ୍ୟାରେଣ୍ଟି ଦେବ ବୋଲି ସେ ପ୍ରଶ୍ନ କରିଥିଲେ ।

   ସମ୍ବନ୍ଧିତ ଖବର


ଆଖି ବୁଜିଲା ସନ୍ଧାନୀ କୁକୁର ଗ୍ରେସିଇ, ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ଜୈବିକ ଉପାୟରେ କଳାଧାନ ଚାଷ କଲେ ଯୁବ ଇଞ୍ଜିନିୟର: କର୍କଟ ଓ ମଧୁମେହ ରୋଗୀଙ୍କ ପାଇଁ ଦେଲେ ଉପକାରୀ ଆହାର, ହେଲେ ଆଦର୍ଶ

ସୁନ୍ଦରୀ ସମ୍ପର୍କରେ ରିପୋର୍ଟ ମାଗିଲେ ମଧ୍ୟପ୍ରଦେଶ ହାଇକୋର୍ଟ: ଓଡ଼ିଶାର ପକ୍ଷ ରଖିବେ ସାତକୋଶିଆ ଡିଏଫ୍‌ଓ

ମହାକାଳପଡ଼ାରେ ହେବ ନଦୀଭିତ୍ତିକ ବନ୍ଦର: କେନ୍ଦ୍ରର ଦେଲେ ସବୁଜ ସଙ୍କେତ,୧୫ ହଜାର ବେକାର ପାଇବେ ନିଯୁକ୍ତି

‘ପ୍ରମେୟ’ ପ୍ରତିନିଧିଙ୍କୁ ପୁଲିସ ହାଜତରେ ଥାର୍ଡ ଡିଗ୍ରୀ: ଏନ୍‍ଏଚ୍‍ଆର୍‌ସିରେ ମାମଲା, ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ଲାଗି କମିସନ୍‌ଙ୍କ ନିର୍ଦ୍ଦେଶ

କଟକ ଆଇଆଇଏଫ୍‌ଏଲ୍‌ ଡକାୟତି ଘଟଣା: ଦକ୍ଷିଣ ଓଡ଼ିଶା ଲିଙ୍କ୍ ମିଳିବା ପରେ ଗଞ୍ଜାମରେ ଚଢ଼ଉ କରୁଛି କଟକ ପୁଲିସ ସ୍ବତନ୍ତ୍ର ଟିମ୍,ଚାଲିଛି ଜୋରଦାର ଛାନ୍‌ଭିନ୍‌