ଫଟୋ ଉଠାଇବା ପରେ ଫ୍ୟାନ୍ ଠାରୁ ଚାପୁଡା ଖାଇଲେ ପ୍ରଭାସ, ଭିଡିଓ ଭାଇରାଲ

ମୁମ୍ବାଇ,୫।୩: ‘ବାହୁବଲି’ ଫିଲ୍ମ ପରେ ପ୍ରଭାସଙ୍କ ଫ୍ୟାନ୍ ଫଲୋଇଙ୍ଗ ରାତା ରାତି ବଢିଯାଇଥିଲା। ପ୍ରତିଦିନ ତାଙ୍କର ଫ୍ୟାନଙ୍କ ସଂଖ୍ୟା ଏବେ ବଢିବାରେ ଲାଗିଛି। କିନ୍ତୁ ନିକଟରେ ପ୍ରଭାସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଏହି ଭିଡିଓରେ ପ୍ରଭାସଙ୍କୁ ଦେଖି ତାଙ୍କର ଜଣେ ଫ୍ୟାନ୍ ଏତେ ଖୁସି ହୋଇଯାଇଛନ୍ତି ଯେ ଫଟୋ ଉଠାଇବା ପରେ ଗାଲରେ ଚାପୁଡା ମାରିଦେଇ ଚାଲିଯାଇଥିଲେ। ପ୍ରକୃତରେ ଏହି ଭିଡିଓଟି ଦେଖିବାକୁ ଖୁବ୍ ଭିନ୍ନ ଥିଲା।

ଭିଡିଓରେ ଦେଖିବାକୁ ମିଳୁଛି ପ୍ରଭାସଙ୍କୁ ତାଙ୍କର ଜଣେ ଯୁବତୀ ଏୟାରପୋର୍ଟରେ ଦେଖିବା ପରେ ଏତେ ଖୁସି ହୋଇଯାଆନ୍ତି ଯେ ତାଙ୍କ ପାଖକୁ ଦୌଡି ଦୌଡି ପଳାଇ ଆସନ୍ତି। ଏହାପରେ ତାଙ୍କ ସହ ଫଟୋ ଉଠାଇ ବହୁତ ଖୁସି ହୋଇପଡନ୍ତି। ସେ ଏତେ ଖୁସି ହୋଇଯାଆନ୍ତି ଯେ ଡେଉଁବାକୁ ଲାଗନ୍ତି। ଏହାପରେ ଖୁସିରେ ପ୍ରଭାସଙ୍କ ଗାଲକୁ ଧିରେ ଗୋଟିଏ ଚାପୁଡା ମାରିଦେଇ ଦୌଡିକି ଚାଲି ଯାଆନ୍ତି। ଏହାପରେ ପ୍ରଭାସ ସେତେବେଳେ ପୂରା ଶାନ୍ତ ହୋଇ ଠିଆ ହୋଇ ରହିଥାନ୍ତି । ଯେପରି ତାଙ୍କ ସହ କିଛି ହୋଇନି।
ଏହାପରେ ପ୍ରଭାସ ନିଜ ଗାଲରେ ହାତ ଲଗାଇ ପୁଣିଥରେ ଆଉ ଜଣେ ଫ୍ୟାନଙ୍କ ସହ ଫଟୋ ଉଠାଇବାରେ ଲାଗନ୍ତି। ଉଲ୍ଳେଖନୀୟ ଯେ ‘କଫି ଉଇଥ କରନ୍’ରେ ପ୍ରଭାସ ମଧ୍ୟ ତାଙ୍କର ଏହି ଫ୍ୟାନଙ୍କ ବିଷୟରେ କହିଥିଲେ। ସେ କହିଥିଲେ ସେହି ମହିଳା ଫ୍ୟାନଙ୍କ ଏଭଳି କାମ ଦେଖି ସେ ମଧ୍ୟ ଲାଜେଇ ଯାଇଥିଲେ। ଆଗକୁ ପ୍ରଭାସଙ୍କ ସହିତ ଶ୍ରଦ୍ଧା କପୁରଙ୍କ ‘ସେଡସ୍ ଅଫ୍ ସାହୋ’ ଆସୁଛି।