PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଟମାଟୋ ପରେ ପାକିସ୍ତାନରେ ମହଙ୍ଗା ହୋଇପାରେ ପାନ; ପାକିସ୍ତାନକୁ ପାନ ପଠାଇବା ପାଇଁ ମନାକଲେ ଭାରତୀୟ ପାନଚାଷୀ

ଭୋପାଲ,୨୫।୨:  ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୃଷକମାନେ ନିଜ ସ୍ତରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି । କୃଷକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ  ପାକିସ୍ତାନ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାର ପାନଚାଷୀମାନେ ପାକିସ୍ତାନକୁ ପାନ ପଠାଇବା ପାଇଁ ମନା କରିଦେଇଛନ୍ତି ।

ଛତରପୁର ଜିଲ୍ଲାର ଗଡ଼ିମଲହରା, ମହାରାଜପୁର, ପପଟ୍, ପନାଗାର ଓ ମହୋବାରେ ପାନ ଉତ୍ପାଦନ ଭଲ ହୁଏ । ଏଠାରୁ ଭାରତର ଅନେକ ସହରକୁ ପାନ ପଠାଯାଏ । ଏହାବ୍ୟତୀତ ଏହି ସ୍ଥାନରୁ ପାକିସ୍ତାନ, ଶ୍ରୀଲଙ୍କା ଆଦି ଦେଶକୁ ପାନ ରପ୍ତାନି କରାଯାଏ । ପାନଚାଷୀଙ୍କ କହିବା ଅନୁସାରେ ପୁଲୱାମା ଆକ୍ରମଣରେ ଆମେ ଆହତ । ଆତଙ୍କବାଦୀଙ୍କ ଆକ୍ରମଣ ଦେଶ ବୀର ପୁତ୍ରଙ୍କୁ ହରାଇଛି । ଏପରିସ୍ଥଳେ ପାକିସ୍ତାନକୁ ଆମେ ପାନ ବିକ୍ରି କରିବୁ ନାହିଁ । କ୍ଷତି ପହଞ୍ଚିଲେ ମଧ୍ୟ ଆମେ ଶତ୍ରୁ ଦେଶକୁ ପାନ ପଠାଇବୁ ନାହିଁ ।

ସୂଚନାଯୋଗ୍ୟ ଛତରପୁରର ପାନ ମେରଠ ଓ ଶହାରଙ୍ଗପୁର ଠାରୁ ପାକିସ୍ତାନ ପଠାଯାଏ । ପ୍ରତି ସପ୍ତାହରେ ୩ ଦିନ ୪୫ରୁ ୫୦ ଗାଡ଼ି ପାନ ପାକିସ୍ତାନ ପଠାଯାଏ । ଏକ ଗାଡ଼ି ଏକ ପାନର ମୂଲ୍ୟ ୩୦ ହଜାର ଟଙ୍କା । ଏପରି ସ୍ଥଳେ ଆନୁମାନିକ ଭାବେ ପାନ ଚାଷୀମାନେ ପାକିସ୍ତାନକୁ ପାନ ନ ପାଠଇଲେ ୧୩ରୁ ୧୫ ଲକ୍ଷ ଟଙ୍କା ହରାଇବେ । ଯେତେ କ୍ଷତି ହେଲେ ବି ଚିନ୍ତା ନାହିଁ, କିନ୍ତୁ ଶତ୍ରୁ ଦେଶକୁ ପାନ ପଠାଯିବ ନାହିଁ ବୋଲି କହିଛନ୍ତି ପାନ ଚାଷୀ।

ସମ୍ବନ୍ଧିତ ଖବର