ଟମାଟୋ, ପାଣି ପରେ ଏବେ ପାକିସ୍ତାନକୁ କପଡ଼ା ବନ୍ଦ

ସୁରଟ୍,୨୪ା୨(ଏଜେନ୍ସି): ଟମାଟୋ, ପାଣି ପରେ ଏବେ ପାକିସ୍ତାନକୁ କପଡ଼ା ରପ୍ତାନି ବନ୍ଦ କରାଯାଇଛି । ସୁରଟ୍ରେ ଥିବା ଦେଶର ସର୍ବବୃହତ୍ କପଡ଼ା ବଜାର ଏଣିକି ପାକିସ୍ତାନକୁ କୌଣସି କପଡ଼ା ରପ୍ତାନି କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ଏହି ବଜାର ସହ ଜଡ଼ିତ ସମସ୍ତ ବେପାରୀ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେବା ପରେ ରପ୍ତାନି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ପାକିସ୍ତାନ ପରିବର୍ତ୍ତେ ସେମାନେ ବିକଳ୍ପ ରାଷ୍ଟ୍ର ବାଛିବେ ପଛେ, ଏହି ଆତଙ୍କବାଦୀ ଦେଶକୁ କୌଣସି କପଡ଼ା ସାମଗ୍ରୀ ପଠାଇବେ ନାହିଁ ବୋଲି ପ୍ରତିଜ୍ଞାବଦ୍ଧ ହୋଇଛନ୍ତି । ପାକିସ୍ତାନର ଲାହୋରରେ ଥିବା ଆଜମ୍ କପଡ଼ା ବଜାର ଏବଂ କରାଚୀରେ ଥବିା ଲକ୍ଷେ୍ନ ମାର୍କେଟ୍ ଦେଶର ଦୁଇଟି ସର୍ବବୃହତ୍ କପଡ଼ା ବଜାର ଭାବେ ବେଶ୍ ଜଣାଶୁଣା । ଏହି ବଜାର ସହ ଜଡିତ଼ ବେପାରୀମାନେ ସେମାନଙ୍କ ପୋଷାକ ଉତ୍ପାଦନ ପାଇଁ ସୁରଟ୍ରୁ ବିପୁଳ କପଡ଼ା ଆମଦାନୀ କରଥିାନ୍ତି । ସେମାନେ ମୁଖ୍ୟତଃ ପଲଷ୍ଟିର କପଡା଼, ଶାଢି, ଲେହେଙ୍ଗା ଓ ଦୁପଟ୍ଟା ନେଇଥାନ୍ତି । ଏହି ଦୁଇଟି ବଜାରରେ ଥିବା ଅଧିକାଂଶ ଦୋକାନର ସାଇନ୍ ବୋର୍ଡରେ ‘ସୁରଟରୁ ଆମଦାନୀ ହୋଇଥିବା କପଡା଼ ସାମଗ୍ରୀ ଉପଲବ୍ଧ’ ବୋଲି ଲେଖାଯାଇଛି । ଏଠାରେ ସୁରଟ୍ କପଡା଼ର ବେଶ୍ ଚାହିଦା ରହିଛି । ବଜାର ଦ୍ୱୟର ଅଧିକାଂଶ ବେପାରୀ ସୁରଟ୍ରୁ ସ୍ୱଳ୍ପ ମୂଲ୍ୟର ଶାଢ଼ି, ଲେହେଙ୍ଗା ଓ ଅନ୍ୟ କପଡ଼ା କିଣିବା ପରେ ସେଥିରେ ଆଉ କିଛି ଏମ୍ବ୍ରୋଡରି ବା
ଜରି କାମ କରି ବିକ୍ରି କରିଥାନ୍ତି । ସୁରଟ୍ର ରପ୍ତାନିକାରୀ ଯଦି ସେମାନଙ୍କ କପଡ଼ା, ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ବନ୍ଦ କରିଦିଅନ୍ତି, ତେବେ ପାକିସ୍ତାନର କ୍ଷୁଦ୍ର ବେପାରୀ ସାଙ୍ଘାତିକ ଭାବେ କ୍ଷତିରେ ପଡ଼ିବେ । ଅନ୍ୟପକ୍ଷରେ ସୁରଟ୍ ବ୍ୟବସାୟୀଙ୍କ ସହ କାରବାର କରୁଥିବା ବିଦେଶୀ କମ୍ପାନୀମାନେ ମଧ୍ୟ ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନକୁ କଡ଼ା ନିନ୍ଦା କରିଛନ୍ତି । ସେମାନେ ମଧ୍ୟ ପାକସ୍ତିାନୀ ବେପାରୀଙ୍କ ସହ କୌଣସି କାରବାର ନକରିବା ଲାଗି ବିଚାର କରୁଛନ୍ତି । ଲକ୍ଷ୍ମୀପତି ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ
ସରାଓଗି କହିଛନ୍ତି, ଆମେରିକୀୟ କମ୍ପାନି ଆମଠାରୁ କପଡ଼ା ନେଇ ବିଭିନ୍ନ ପୋଷାକ ତିଆରି କରିବା ପରେ ତାହାକୁ ପାକିସ୍ତାନକୁ ରପ୍ତାନି କରିଥାନ୍ତି । ଆମେ ସେମାନଙ୍କୁ ଏବେ ପାକିସ୍ତାନକୁ କପଡ଼ା ରପ୍ତାନି ବନ୍ଦ କରିବାକୁ ପରାମର୍ଶ ଦେଇଛୁ । ସେମାନେ ଯଦି କପଡ଼ା ପଠାନ୍ତି, ତେବେ ଆମେ ସେମାନଙ୍କ ସହ କୌଣସି କାରବାର କରିବୁ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛୁ । ଅଧିକାଂଶ କମ୍ପାନି ସ୍ୱେଚ୍ଛାକୃତ ଭାବେ ଆମ କଥାରେ ରାଜି ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୧୪ ପୂର୍ବରୁ ପାକସ୍ତିାନକୁ ସୁରଟ୍ କପଡ଼ା ରପ୍ତାନି ପରିମାଣ ୨,୪୦୦ କୋଟି ଟଙ୍କା ରହିଥିଲା । ୨୦୧୮ ସୁଦ୍ଧା ଏହା ୩,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ଏବେ ରପ୍ତାନି ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାରୁ ପାକିସ୍ତାନୀ ବେପାରୀମାନେ ହଇରାଣ ହେବେ । ସେମାନେ ବକିଳ୍ପ ବାଟ ବାଛେିଲ ବି ଏହା ସେମାନଙ୍କ ପାଇଁ ସେତେଟା ଲାଭବାନ ହୋଇପାରବି ନାହିଁ । ଅନ୍ୟପକ୍ଷରେ ଗ୍ରାହକମାନେ ମଧ୍ୟ ଦରବୃଦ୍ଧି ସମସ୍ୟାର ସମ୍ମୁଖୀନ ହେବେ । ନିକଟରେ ମଧ୍ୟ ପ୍ରଦେଶ ଚାଷୀ ପାକିସ୍ତାନକୁ ଟମାଟୋ ରପ୍ତାନି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ପାକିସ୍ତାନରେ ଟମାଟୋ ଦର କିଲୋଗ୍ରାମ୍ ପିଛା ୧୮୦ ଟଙ୍କାକୁ ବଢ଼ିଯାଇଥିଲା । ଏହାପରେ ସରକାର ପାକିସ୍ତାନକୁ ପାଣି ବାସନ୍ଦ କରିଥିଲେ । ପୁଲ୍ୱାମା ଆକ୍ର୍ରମଣର ପ୍ର୍ରତିଶୋଧସ୍ୱରୂପ ଭାରତ ପାକିସ୍ତାନକୁ ସବୁଆଡୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରୁଛି । ପୂର୍ବରୁ ଭାରତ ସରକାର ପାକିସ୍ତାନଠାରୁ ଏମ୍ଏଫ୍ଏନ୍ ମାନ୍ୟତା ଛଡ଼ାଇ ଆଣିବା ସହ ଏହାର ସାମଗ୍ରୀ ଉପରେ ୨୦୦% ଟିକସ ଲଗାଇଥିଲେ । ଏହିଭଳି ଭାବେ ଧୀରେ ଧୀରେ ପାକ୍ ଅର୍ଥନୀତିକୁ ସଂକୁଚିତ କରିବା ପାଇଁ ଭାରତ କୂଟନୀତି ପ୍ରୟୋଗ କରିବ ବୋଲି ଜଣାପଡ଼ିଛି । ଫେବ୍ରୁଆରୀ ୧୪ରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦର ସଦସ୍ୟ ଆଦିଲ୍ ଅହମ୍ମଦ ଡାର୍ର ଆତ୍ମଘାତୀ ଆକ୍ରମଣରେ ୪୪ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ ।