ପୁଣି ମୋଦୀଙ୍କୁ ପ୍ରଶଂସା କଲେ ପି ଚିଦାମ୍ବରମ୍‌ – କହିଲେ କରୋନା ଲଢେଇରେ ମୋଦୀ କମାଣ୍ଡର, ଜନତା ସେନା

ନୂଆଦିଲ୍ଲୀ ମାର୍ଚ୍ଚ୨୫- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ । କରୋନା ବିରୋଧରେ ମୋଦୀ ନେଇଥିବା ଐତିହାସିକ ଓ ସାହାସିକ ପଦକ୍ଷେପର ସେ ପ୍ରଶଂସା କରିଛନ୍ତି । ୨୧ ଦିନର ଲକ୍‌ ଡାଉନ୍‌ ନିଶ୍ଚିତ ଭାବେ ଦେଶର ଅର୍ଥ ବ୍ୟବସ୍ଥାରୁ ପ୍ରଭାବ ପକାଇବ । ମାତ୍ର ଦେଶର ଜନତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିବା ସହ ଏହି ମହାମାରୀର ବିପଦକୁ ଏଡାଇ ପାରିଲେ ନିଶ୍ଚୟ ଭାବେ ଏହା ଏକ ବଡ ପଦକ୍ଷେପ ହେବ । ମୋଦୀ କରୋନା ବିରୋଧରେ ହୋଇଥିବା ଯୁଦ୍ଧରେ କମାଣ୍ଡର ହୋଇଥିବା ବେଳେ ଦେଶର ଜନତା ସେନା ବୋଲି ଚିଦାମ୍ବରମ କହିଛନ୍ତି ।

ଲୋକମାନେ କମାଣ୍ଡରଙ୍କ କଥାରୁ ସମ୍ମାନ ଦେବା ସହ ନିଜକୁ ସେନା ବାହିନୀର ସଦସ୍ୟ ଭାବେ ତାଙ୍କର ଏହି ୨୧ ଦିନିଆ ଲକ୍‌ ଡାଉନ୍‌କୁ ମାନିବା ଆବଶ୍ୟକ ବୋଲି ସେ ସୂଚନା ଦେଇଛନ୍ତି ।

ଲକ୍ ଡାଉନ୍ ସମୟରେ ଗରିବ ଖଟିଖିଆ କୃଷକ ଓ ଶ୍ରମିକଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ ୧୦ଟି ପରାମର୍ଶ ଦେଇଛନ୍ତି ।


ସମସ୍ତ ଅତ୍ୟାବଶ୍ୟକୀୟ ବସ୍ତୁର ଜିଏସ୍‌ଟି ୫ ପ୍ରତିଶତ ହ୍ରାସ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ରୋକିବା ପାଇଁ ମୋଦୀ ନେଇଥିବା ପଦକ୍ଷେପ ଅତ୍ୟନ୍ତ ସାହାସିକ ଓ ସମୟାନୁପଯୋଗୀ ପଦକ୍ଷେପ ବୋଲି ଚିଦାମ୍ବରମ୍‌ କହିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ରାୟ ଏଥିରେ ଅନ୍ୟ କାହାର ସମ୍ପର୍କ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ମୋଦୀ ଘୋଷଣା କରିଛନ୍ତି । ଏବୋ କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଏକ ମାତ୍ର ବିକଳ୍ପ ଭାବେ ଦେଖା ଦେଇଛି । ଏହି ସମୟରେ କେବଳ ଅତ୍ୟାବଶକୀୟ ସେବା ଜାରି ରହିବ ।

ପଢନ୍ତୁ -ଜ୍ୟୋତିଷଙ୍କ ଅନୁସାରେ କରୋନା ମୁକ୍ତ ହେବ ଦେଶ ଏହି ତାରିଖରେ – ଜ୍ୟୋତିଷ ପଣ୍ଡିତ ଯୋଗେଶ ଶର୍ମା

ଓଡ଼ିଶାକୁ ବାହାର ରାଜ୍ୟରୁ ଆସିଛନ୍ତି ୭୮ ହଜାରରୁ ଅଧିକ ଲୋକ

କନିକା କପୁରଙ୍କ ବ୍ୟବସାୟୀ ବନ୍ଧୁଙ୍କୁ ଖୋଜୁଛି ପୋଲିସ : ଲକ୍ଷ୍ନୌ ପାର୍ଟିରେ ଥିଲେ ସାମିଲ

ମେଡିକାଲ କର୍ମଚାରୀଙ୍କୁ ୪ ମାସର ଆଗୁଆ ଦରମା: ‘ସେମାନଙ୍କ ତ୍ୟାଗର ତୁଳନା ନାହିଁ’

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌