ରାଜ୍ୟରେ କଡ଼ାକଡ଼ି ହେବ କୋଭିଡ୍ ଗାଇଡ୍ ଲାଇନ୍ : ସ୍ୱତନ୍ତ୍ର ରିଲିଫ୍ କମିଶନର

ଭୁବନେଶ୍ୱର – ରାଜ୍ୟରେ କଡ଼ାକଡ଼ି ହେବ କୋଭିଡ୍ ଗାଇଡ୍ ଲାଇନ୍ । ଏ ନେଇ ସମସ୍ତ ଜିଲ୍ଲାପାଳ,ପୌର କମିଶନର ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାକୁ ନଜରରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି । ୧୦ ଦଫା କାର୍ଯ୍ୟ କାର୍ଯ୍ୟ ସୂଚୀ ଅନୁସରଣ ପାଇଁ ପରାମର୍ଶ ରହିଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । କର୍ମ କ୍ଷେତ୍ରରେ , ଶିକ୍ଷାନୁଷ୍ଠାନ , ଶିଳ୍ପାଞ୍ଚଳ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ । ଅଧିକ ଜଲ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ ।
ସେପଟେ କରୋନା ନେଇ ଆମେ ପ୍ରସ୍ତୁତ ଅଛୁ ବୋଲି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଦେଶରେ ପୁଣିଥରେ କରୋନାର ବଢୁଥିବା ମାମଲା ଭୟଭୀତ କରୁଛି। ଭାରତରେ କରୋନାର ଗ୍ରାଫ୍ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର, ପଞ୍ଜାବ ଓ ମଧ୍ୟ ପ୍ରଦେଶରେ ଦୃତ ଗତିରେ କରୋନା ସଂକ୍ରମଣ ବଢିଛି। ଭାରତରେ ଶୁକ୍ରବାର କରୋନାର ୧୩,୯୯୩ ମାମଲା ରୁଜୁ କରାଯାଇଛି, ଯାହାକି ଗତ ୨୭ ଦିନରେ ସବୁଠାରୁ ଅଧିକ ରହିଛି। ଏହି ସମୟରେ ୧୦୧ ଜଣଙ୍କର ଜୀବନ ଯାଇଛି।