ପ୍ରମୂଖ ଖବର
  • ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ
  • ||
  • ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ
  • ||
  • ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ
  • ||
  • ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ||
  • ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
  • ||
  • ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
  • ||
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି
  • ||
  • ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
  • ||
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପୁଣି ଚର୍ଚ୍ଚାରେ ଦାନ ମାଝିଙ୍କ ଗାଁ ମେଲଘରା, ଅଧା ରହିଲା ଆବାସ... ଆଖି ବୁଜିଲେ ଲାକି

ଭବାନୀପାଟଣା, ୨୨/୦୫ : କଳାହାଣ୍ଡି ଜିଲ୍ଲାର ଦାନ ମାଝିଙ୍କ ଗାଁ ମେଲଘରା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦୁର୍ଗମ କର୍ଲାପାଟ ଭିତରେ ଥିବା ଏହି ଗାଁର ଲାକି ମାଝି ମଙ୍ଗଳବାର ଏକ ପିକଅପ୍‌ ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। କର୍ଲାପାଟ ପୁଲିସ୍‌ ମଙ୍ଗଳବାର ଶବ ଜବତ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରିଛି । 

ପ୍ରକାଶ ଯେ, ଉକ୍ତ ଗାଁର ଲାକି ମାଝିଙ୍କୁ ଗତ ୨୦୧୯-୨୦ ମସିହାରେ ଆବାସ ଯୋଜନାରେ ଏକ ପକ୍କାଘର ମିଳିଥିଲା । ପଞ୍ଚାୟତ ପକ୍ଷରୁ ଠିକାଦାର ନିୟୋଜିତ କରି ଘର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ୫ବର୍ଷ ବିତିବାକୁ ବସିଥିବା ବେଳେ ଠିକାଦାର ଆରମ୍ଭରୁ ହିଁ ଘର ଅଧା ନିର୍ମାଣ କରି ଛାଡ଼ି ଦେଇଥିଲା । ଘରର ଛାତ ପଡ଼ିଲା ନାହିଁ । ଠିକାଦାର ସବୁତକ ଟଙ୍କା ଉଠାଣ କରି ଚମ୍ପଟ ମାରିଥିଲା । ଘରର ଛାତ ସଂପୂର୍ଣ୍ଣ କରିବାକୁ ଲାକି ବାରମ୍ବାର ପଞ୍ଚାୟତକୁ ଦୌଡ଼ି ନିରାଶ ହୋଇଥିଲେ । ଶେଷରେ ଧାରଉଧାର କରି ଲାକି ବର୍ଷା ମାସ ପୂର୍ବରୁ ଘରକୁ ଆଜ୍‌ବେଷ୍ଟସ୍‌ କରିବାକୁ ଚିନ୍ତା କରିଥିଲେ । ଏଥିପାଇଁ ସେ ସୋମବାର ଭବାନୀପାଟଣା ଯାଇ ଆଜବେଷ୍ଟସ୍‌ କିଣି ଏକ ପିକ୍‌ଅପ୍‌ ଭ୍ୟାନରେ ଅପରାହ୍ନରେ ଗାଁକୁ ଫେରିଥିଲେ । ମାତ୍ର ଗାଁ ନିକଟ ଉଠାଣିରେ ପିକ୍‌ଅପ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଗାଡ଼ିରେ ଚାପି ହୋଇ ଲାକିଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଗାଁ ଲୋକେ କର୍ଲାପାଟ ଥାନାକୁ ଖବର ଦେଇଥିଲେ ମଧ୍ୟ ପୁଲିସ ଆସିନଥିଲା । ଫଳରେ ଗାଁ ଲୋକେ ରାତି ତମାମ ପୁଲିସ ଆସିବ ବୋଲି ଘଟଣାସ୍ଥଳରେ ଜଗି ରହିଥିଲେ । 

ମଙ୍ଗଳବାର ପୂର୍ବାହ୍ନରେ ପୁଲିସ୍‌ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଅପରପକ୍ଷେ ଦୀର୍ଘ ବର୍ଷ ପରେ ମଧ୍ୟ ଲାକିଙ୍କ ପକ୍କାଘର ସ୍ୱପ୍ନ ପୂରଣ ହେଲାନାହିଁ । ଯଦି ଠିକାଦାର କାମ ସଂପୂର୍ଣ୍ଣ କରିଥିଲେ ହୁଏତ ଆଜି ଏଭଳି ଅଘଟଣ ଘଟିନଥାନ୍ତା ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଲାକି ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ସମେତ ଛୋଟଛୋଟ ୪ଟି ସନ୍ତାନ ଅସହାୟ ହୋଇପଡ଼ିଛନ୍ତି । ସରକାରୀ ସହାୟତା ଯୋଗାଇ ବର୍ଷା ପୂର୍ବରୁ ଲାକିଙ୍କ ଘର ଛାତ ପକାଇବା ସହ ଆବାସ କାମ ନେଇଥିବା ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.