ପୁଣି ଏକ ସାଙ୍ଘାତିକ ଅଭିଯୋଗ : ଏଥର ୪ ଶ୍ରମିକଙ୍କ ନାଁରେ ଜିଏସ୍‌ଟି ଠକେଇ !

ରାଉରକେଲା ୩୦।୧୦ : ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ। ଏଥର ଶ୍ରମିକଙ୍କ ନାଁରେ ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି। ଠକେଇ ନେଇ ବାଲୁଘାଟ ଅଂଚଳର ୪ ଜଣଙ୍କ ନାଁରେ ନୋଟିସ୍‌ ହୋଇଛି। କଟକ ସେଣ୍ଟ୍ରାଲ ଜିଏସ୍‌ଟି କାଯ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି। ନୋଟିସ ଆସିଥିବା ୪ ଜଣ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତକାଲି ଜଣେ ଡ୍ରାଇଭରଙ୍କ ନାଁରେ ୨୮ କୋଟିର ଜିଏସ୍‌ଟି ଠକେଇ ଅଭିଯୋଗ‌ ହୋଇଥିଲା। କଟକ ସେଣ୍ଟ୍ରାଲ ଜିଏସ୍‌ଟି କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ଆର୍‌.ପି ଏଣ୍ଟରପ୍ରାଇଜେସ୍‌ ନାଁ ରେ ଫେକ କମ୍ପାନୀ ଖୋଲି ଫେକ ଇନଭଏସ, ଫେକ ବିଲ କରି ଠକେଇ ହୋଇଥିଲା । ପାଖାପାଖି ୨୮ କୋଟି ୨୮ଲକ୍ଷ ଟଙ୍କାର ଠକେଇ ହୋଇଥିବା  ଅଭିଯୋଗ ଆସିଥିଲା ।

ତେବେ ଗତି କିଛି ଦିନ ମଧ୍ୟରେ ରାଉରକେଲାରେ ଜିଏସ୍‌ଟି ଠକେଇର ଅନେକ ମାମଲା ସାମ୍ନାକୁ ଆସିଛି । ଅନେକ ଅଫିସ, ଘରେ ରେଡ୍‌ କରାଯାଇଥିବା ବେଳେ ଅନେକଙ୍କୁ ମଧ୍ୟ ଜିଏସ୍‌ଟି ଠକେଇ ଅଭିଯୋଗରେ ରେଡ଼୍ କରାଯାଉଛି ।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା