ମାଟ୍ରିକ୍ ପରୀକ୍ଷା ବିଭ୍ରାଟ: ପ୍ରଥମ ଦିନରେ ହୋଇଥିଲା, ଶେଷ ଦିନରେ ବି ଭାଇରାଲ ହେଲା ପ୍ରଶ୍ନପତ୍ର !

ବଲାଙ୍ଗିର ୮/୩: ଶେଷ ଦିନରେ ବି ମାଟ୍ରିକ ପରୀକ୍ଷାରେ ବିଭ୍ରାଟ । ପୁଣି ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର । ଆଜି ମାଟ୍ରିକ୍ ପରୀକ୍ଷାର ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଥିଲା । ତେବେ ଆଜି ବି ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରିବୁଲିଲା । ହ୍ୱାଟ୍ସଆପରେ ଘୁରି ବୁଲୁଛି ଭୂଗୋଳ ଓ ଅର୍ଥନୀତିର ବି ସେଟ୍ । ଦେଓଁଗା ବ୍ଲକର କୌଣସି ସ୍କୁଲରୁ ଭାଇରାଲ ହୋଇଥିବା ସୂଚନା ମିଳିଛି । ତେବେ ଏନେଇ ତନାଘନା ଚାଲିଛି । ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ କାର୍ଯାନୁଷ୍ଠାନ ନିଆଯାଇଥିଲା । ତା ପରେ ମଧ୍ଯ ଶେଷ ଦିନରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି ।