ଆଉ ରେଲଓ୍ବେ ଟିକେଟ୍ ବୁକ୍ କରିପାରିବେନି ଏଜେଣ୍ଟ, ସଂସଦରେ ରେଳମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ,୧୩।୩: ଭାରତୀୟ ରେଲଓ୍ବେ ଟିକେଟ କିଣିବା ନେଇ ଏବେ ଆପଣଙ୍କୁ କୌଣସି ମଧ୍ୟସ୍ଥି କିମ୍ବା ଏଜେଣ୍ଟଙ୍କର ଦରକାର ପଡିବ ନାହିଁ। କେନ୍ଦ୍ର ସରକାର ଏବେ ରେଲଓ୍ବେର ସମସ୍ତ ଏଜେଣ୍ଟ ଓ ଭେଣ୍ଟର ସିଷ୍ଟମକୁ ଶେଷ କରିବାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ସଂସଦରେ ଆଜି ସୂଚନା ଦେଇଛନ୍ତି ଯେ, ସରକାର ଏବେ ଭାରତୀୟ ରେଲଓ୍ବେରେ ଏଜେଣ୍ଟ ଓ ଭେଣ୍ଡର ସିଣ୍ଟମକୁ ଶେଷ କରିବାକୁ ଯାଉଛନ୍ତି।

ମାମଲା ସମ୍ପର୍କିତ ଜଣେ ଅଧିକାରୀଙ୍କ କହିବା ଅନୁସାରେ କେନ୍ଦ୍ର ସରକାରଙ୍କ ଦ୍ବାରା ରେଲଓ୍ବେରୁ ସବୁ ପ୍ରକାର ଏଜେଣ୍ଟ ଓ ଭେଣ୍ଟର ସିଷ୍ଟମକୁ ଶେଷ କରିବା ଦ୍ବାରା ଯାତ୍ରୀଙ୍କୁ ସିଧା ଫାଇଦା ମିଳିବ। ସରକାରଙ୍କୁ ଗତ କିଛି ବର୍ଷ ହେବ ଲଗାତର ଅଭିଯୋଗ ମିଳୁଛି ଯେ, ଯାତ୍ରୀଙ୍କୁ କନଫର୍ମ ଟିକେଟ୍ ଦେବାର ପ୍ରଲୋଭନ ଦେଖାଇ ଏଜେଣ୍ଟମାନେ ଟଙ୍କା ଠକି ନେଉଛନ୍ତି। ଏହାଛଡା ରେଲଓ୍ବେ ଟିକେଟ ସିଷ୍ଟମରେ ମଧ୍ୟ ଏଜେଣ୍ଟମାନେ ନଜର ଲଗାଇ ବସି ରହିଛନ୍ତି।

   ସମ୍ବନ୍ଧିତ ଖବର


ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ

‘ନିବାର’ ବାତ୍ୟା ଯୋଗୁ ବେଳାଭୂମିରେ ଜମା ହେଲା ସୁନା, କଥା ପ୍ରଚାର ହେବା ପରେ ସୁନାର ସନ୍ଧାନ ପାଇଁ ଲାଗିଲା ପ୍ରବଳ ଭିଡ଼

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ

ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ