PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷଣ କରିବ ଭାରତ : ଛାନିଆ ହେଲାଣି ଚୀନ, ଶାନ୍ତି ଓ ନିରାପତ୍ତା ରକ୍ଷା କରିବାକୁ କଲା ନିବେଦନ

ନୂଆଦିଲ୍ଲୀ, ୨୨/୦୯ : ସେପ୍ଟେମ୍ଵର ୨୩ରେ ୫ ହଜାର କିଲୋମିଟର ଦୂରତାକୁ ଆଣବିକ ବହନ କରିବାରେ ସକ୍ଷମ ଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବ ଭାରତ । ଚୀନର ଅନେକ ସହରକୁ ପାଞ୍ଚ ହଜାର କିଲୋମିଟର ଦୂରତା ଭିତରେ ଧ୍ଵଂସ କରିବାର କ୍ଷମତା ରଖୁଛି ଏହି କ୍ଷେପଣାସ୍ତ୍ର। ତେଣୁ ମିସାଇଲ ଟେଷ୍ଟ ହେବା ନେଇ ଖବର ପ୍ରସାରଣ ପରେ ବିସ୍ତାରବାଦୀ ନୀତି ରଖୁଥିବା ଚୀନ ପୁଣି ଶାନ୍ତି ଓ ନିରାପତ୍ତା ବିଷୟରେ କହିବା ଆରମ୍ଭ କରିଛି। ଚଳିତ ବର୍ଷ ଜୁନ୍ ମାସରେ ଭାରତ ଅଗ୍ନି ପ୍ରାଇମ୍ ପରୀକ୍ଷା କରିଥିଲା।

ଅଗ୍ନି-୫ କ୍ଷେପଣାସ୍ତ୍ର ସେନାରେ ସାମିଲ ହେବା ପରେ ଭାରତ ଆଣବିକ ସଶସ୍ତ୍ର ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ (ଆଇସିବିଏମ୍) ରଖୁଥିବା ଦେଶମାନଙ୍କ ସହ ସମକକ୍ଷ ହୋଇପାରିବ ।

ଅଗ୍ନି-୫ କେତେ ପ୍ରଭାବଶାଳୀ ଜାଣନ୍ତୁ-

• ଅଗ୍ନି-୫ ଭରତର ପ୍ରଥମ ଏବଂ ଏକମାତ୍ର ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍, ଏହାକୁ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ତିଆରି କରିଛି।
• ପାଞ୍ଚ ହଜାର କିଲୋମିଟର ରେଞ୍ଜ୍ ଥିବା ଏହି କ୍ଷେପଣାସ୍ତ୍ର ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲ୍ ଏକ ସମୟରେ ଅନେକ ଅସ୍ତ୍ରଶସ୍ତ୍ର ସାଙ୍ଗରେ ନେଇପାରିବ।
• ଏହି ମିସାଇଲ ଦେଢ଼ ଟନ୍ ପର୍ଯ୍ୟନ୍ତ ଆଣବିକ ଅସ୍ତ୍ର ବହନ କରିବାର ସକ୍ଷମ ରଖିବ, ଏହାର ଗତି ମ୍ୟାକ୍ ୨୪ ଅର୍ଥାତ ଶବ୍ଦର ଗତିଠାରୁ ୨୪ ଗୁଣା ଅଧିକ ।
• ଅଗ୍ନି-୫ କ୍ଷେପଣାସ୍ତ୍ରର ବ୍ୟବହାର ମଧ୍ୟ ଅତି ସହଜ, ଯେଉଁଥିପାଇଁ ଏହାକୁ ଦେଶର ଯେକୌଣସି ସ୍ଥାନରେ ନିୟୋଜିତ ହୋଇପାରିବ।

ପାକିସ୍ତାନ ପାଖରେ ଗୈରୀ-୨ ମିସାଇଲ ଅଛି ଯାହାର କ୍ଷମତା ୨୩୦୦ କିଲୋମିଟର ରହିଛି । ସେହିପରି ସାହିନି-୨ ମିସାଇଲ ବି ରହିଛି ଯାହାର କ୍ଷମତା ହେଉଛି ୨୫୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ପାକିସ୍ତାନ ଏବେ ସାହିନି-୨ ଉପରେ କାମ କାରୁଛି। ଆଗକୁ ଏହାର ରେଞ୍ଜ୍ ୨୭୦୦କୁ ବୃଦ୍ଧି କରାଯିବ। ହେଲେ ଚୀନ ପାଖରେ କିନ୍ତୁ ଭାରତଠୁ ଅଧିକ ଶକ୍ତିଶାଳୀ ମିସାଇଲ ରହିଛି। ଚୀନର ଡିଏଫ୍-୩୧ର ରେଞ୍ଜ୍ ହେଉଛି ୮୦୦୦ କିଲୋମିଟର ଏବଂ ଡିଏଫ୍-୪୧ ମିସାଇଲ ତାର
ରେଞ୍ଚ ହେଉଛି ୧୨୦୦୦ କିଲୋମିଟର ।

ଭାରତରେ ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜାନ୍ ବେଜିଂରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦକ୍ଷିଣ ଏସିଆରେ ଶାନ୍ତି, ନିରାପତ୍ତା ଓ ସ୍ଥିରତା ବଜାୟ ରଖିବାରେ ସମସ୍ତେ ଆଗେଇ ଆସିବା ଉଚିତ୍ । ସେ କହିଛନ୍ତି ଯେ ଆମେ ଆଶା କରୁଛୁ ଏହି ଦିଗରେ ସମସ୍ତ ଦଳ ଗଠନମୂଳକ ଉଦ୍ୟମ କରିବେ । ଲିଜାନ୍ କହିଛନ୍ତି ଯେ ଭାରତ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବାରେ ସକ୍ଷମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିକଶିତ କରିପାରିବ ନାହିଁ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC) ରେଜୋଲୁସନ ୧୧୭୨ରେ ଏହି ବିଷୟରେ ପୂର୍ବରୁ ସ୍ପଷ୍ଟ ନିୟମ ଅଛି।

ସମ୍ବନ୍ଧିତ ଖବର