ଏଜିଆର ମାମଲା: ଟେଲିକମ୍ କମ୍ପାନୀ ଓ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ଦେଶରେ କୌଣସି ଆଇନ ଅଛି କି ନାହିଁ?

ନୂଆଦିଲ୍ଲୀ,୧୪।୨: ଆଡଜଷ୍ଟଟେଡ୍ ଗ୍ରସ୍ ରେଭିନ୍ୟୁ(ଏଜିଆର)ମାମଲାରେ ଟେଲିକମ୍ କମ୍ପାନୀର ଟଙ୍କା ଦେବାରେ ବିଳମ୍ବକୁ ନେଇ ଆଜି ସୁପ୍ରିମକୋର୍ଟ ସରକାର ଏବଂ ଟେଲିକମ କମ୍ପାନୀ ଗୁଡିକୁ କଡା ଭର୍ତ୍ସନା କରିଛନ୍ତି। କୋର୍ଟ ଭାରତୀ ଏୟାରଟେଲ, ଭୋଡାଫୋନ୍-ଆଇଡିଆ, ରିଲାୟନ୍ସ କମ୍ୟୁନିକେସନ୍, ଟାଟା ଟେଲି ସର୍ଭିସେଜ୍ ଓ ଅନ୍ୟ ଟେଲିକମ୍ କମ୍ପାନୀର ପ୍ରବନ୍ଧ ନିର୍ଦେଶକଙ୍କୁ କୋର୍ଟ ଅବମାନନା ନୋଟିସ୍ ଜାରି କରି ୧୭ ମାର୍ଚ୍ଚ ସୁଦ୍ଧା ଜବାବ୍ଦାଖଲ କରିବାକୁ କହିଛନ୍ତି।

କୋର୍ଟ କମ୍ପାନୀର ପ୍ରବନ୍ଧ ନିର୍ଦେଶକଙ୍କୁ କୋର୍ଟରେ ହାଜର ହୋଇ ଏହା କହିବାକୁ କହିଛନ୍ତି ଯେ, ତାଙ୍କର କମ୍ପାନୀ ଏପର୍ଯ୍ୟନ୍ତ ଟଙ୍କା କାହିଁକି ଜମା କରିନାହାନ୍ତି? ଏହି ମାମଲାରେ କୋର୍ଟ ଏହି କମ୍ପାନୀ ଗୁଡିକର ପୁନଃବିଚାର ଆବେଦନ ଖାରଜ କରିସାରିଛନ୍ତି। ଏହା ପୂର୍ବରୁ ସୁପ୍ରିମକୋର୍ଟ ଟେଲିକମ୍ କମ୍ପାନୀକୁ ୯୨ ହଜାର କୋଟି ଟଙ୍କାର ଆଡଜଷ୍ଟଟେଡ୍ ଗ୍ରସ୍ ରେଭିନ୍ୟୁ(ଏଜିଆର)କୁ ସରକାରଙ୍କୁ ଦେବାକୁ ନିର୍ଦେଶ ଦେଇଥିଲେ।

ଏହି ମାମଲାର ଶୁଣାଣି କରୁଥିବା, ଜଷ୍ଟିସ୍ ଅରୁଣ ମିଶ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଟେଲିକମ୍ ବିଭାଗ (DoT) ଏହି ନୋଟିଫିକେସନ୍ କିଭଳି ଜାରି କରି ଏବେ ପରିଶୋଧ ନକରିବା ପରେ ମଧ୍ୟ କମ୍ପାନୀ ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି? କୋର୍ଟଙ୍କ ନିର୍ଦେଶ ପରେ ମଧ୍ୟ ଏହି ଟଙ୍କା ଜମା ହୋଇନାହିଁ, ଏହା ଶୁଣି ଆମେ ଆଶ୍ଚର୍ଯ୍ୟ ହେଉଛୁ ଯେ, ଟଙ୍କାଟିଏ ବି ଜମା କରାଯାଇନି।

ଜଷ୍ଟିସ ମିଶ୍ର ଆହୁରି କହିଛନ୍ତି ଯେ, ଦେଶରେ ଏହା କ’ଣ ହେଉଛି? ଏହା ବିଲକୁଲ ବକଓ୍ବାସ୍ ଯାହା କହିବାର ଥିଲା ଆମେ କହିସାରିଛୁ।’ ଏଭଳି ଆବେଦନ ଦାଖଲ କରିବାର ନଥିଲା, ଏସବୁ କେବଳ ବକଓ୍ବାସ୍, କ’ଣ ସରକାରୀ ଡେସ୍କ ଅଫିସର ସୁପ୍ରିମକୋର୍ଟଙ୍କଠାରୁ ଉପରେ, ଯିଏକି ଆମର ନିର୍ଦେଶ ଉପରେ ମଧ୍ୟ ରୋକ୍ ଲଗାଇ ଦେଲେ।କୋର୍ଟ ଟେଲିକମ ଅଧିକାରୀଙ୍କୁ ଆଜିର ସମୟ ଦେଇ କହିଛନ୍ତି ଏଜିଆର ପ୍ରସଙ୍ଗ ଉପରେ କମ୍ପାନୀର ଟଙ୍କା ଦେବାରେ ରିହାତି ଦେଉଥିବା ଲୋକ ନିଜର ନିଷ୍ପତ୍ତିକୁ ଫେରାଇ ନିଅନ୍ତୁ ନହେଲେ ଜେଲ ଯିବାକୁ ପ୍ରସ୍ତୁତ ରୁହନ୍ତୁ।

ଜଷ୍ଟିସ୍ ମିଶ୍ର କହିଛନ୍ତି, କ’ଣ ଦେଶରେ କୌଣସି ନିୟମ ନାହିଁ। ମୁଁ ଏହି ଦେଶରେ ଏଭଳି କାମ କରିବାକୁ ଚାହେଁନି। ମୁଁ ଦାୟିତ୍ବର ସହ କହୁଛି, କ’ଣ ସୁପ୍ରିମକୋର୍ଟଙ୍କର କୌଣସି ମୂଲ୍ୟ ନାହିଁ। ଏହା ମନି ପାଓ୍ବାରର ପରିଣାମ। ଏଭଳି କାହିଁକି ଏହି ଦେଶରେ ହେଉଛି? ଏହି କମ୍ପାନୀ ଗୁଡିକ ଗୋଟେ ଟଙ୍କା ମଧ୍ୟ ନାହାନ୍ତି ଓ ଆପଣଙ୍କ ଅଧିକାରୀ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଉପରେ ରହିତାଦେଶକୁ ଜାରି କରିଦେଇଛି।

ଉଲ୍ଲେଖନୀୟ ଯେ, ଟେଲିକମ୍ କମ୍ପାନୀ ଉପରେ ମୋଟ ମିଶାଇ ୯୨ ହଜାର କୋଟି ଟଙ୍କାର ବକେୟା ରହିଛି। ଏହାକୁ ପରିଶୋଧ କରିବାର ଅନ୍ତିମ ତାରିଖ ୧୭ ମାର୍ଚ୍ଚ। ଏଜିଆର ମନ୍ତ୍ରଣାଳୟର ଦୂରସଞ୍ଚାର ବିଭାଗ (DoT) ଦ୍ବାରା ଟେଲିକମ୍ କମ୍ପାନୀରୁ ନେଉଥିବା ୟୁଜେଜ୍ ଓ ଲାଇସେନ୍ସସିଂ ଫିସ୍ ରହିଛି।

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

ବଢୁଛି ଅଶୋଧିତ ତୈଳ ଦର, ଜାଣନ୍ତୁ ଦେଶରେ ଆଜି ପେଟ୍ରୋଲ-ଡିଜେଲର ଦାମ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ

କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ