ମୋବାଇଲ ୟୁଜରଙ୍କ ଲାଗିବ ବଡ଼ ଝଟକା, ୭ ଗୁଣ ଟାରିଫ୍ ବଢାଇବାକୁ ଭୋଡାଫୋନ୍-ଆଇଡିଆର ସୁପାରିଶ

ନୂଆଦିଲ୍ଲୀ,୨୮।୨: ଶସ୍ତା ଡାଟା ଓ ମାଗଣା ଫୋନ୍ କଲ୍ କରିବାର ସମୟରେ ଏବେ ଯେପରି ଶେଷ ହେବାକୁ ଯାଉଛି। ଟେଲିକମ୍ କମ୍ପାନୀ ଗୁଡିକ ଏବେ ପ୍ରବଳ କ୍ଷତି ଦେଇ ଗତି କରୁଛନ୍ତି। ସମସ୍ତ କମ୍ପାନୀ କିଛି ସମୟ ପୂର୍ବରୁ ଅନଲିମିଟେଡ୍ ଅଫ୍ ନେଟ୍ କଲିଂ ସୁବିଧା ଶେଷ କରିବାର ପ୍ଲାନ ଜାରି କରିଛନ୍ତି। ଏବେ ଭାରତୀୟ ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ  ମୋବାଇଲ୍ ଡାଟା ପାଇଁ ସର୍ବନିମ୍ନ ଶୁଳ୍କକୁ ୩୫ଟଙ୍କା ପ୍ରତି ଜିବି କରିବାକୁ ଚାହେଁ।  ଏହି ରେଟ୍ ବର୍ତ୍ତମାନର ମୂଲ୍ୟର ୭-୮ ଗୁଣ ଏବଂ ମିନିଟରେ ୬ ପଇସା କଲ୍ ସହିତ ଏପ୍ରିଲ୍ ୧ ରୁ ମାସିକ ଶୁଳ୍କ ସ୍ଥିର କରିବାକୁ ସୁପାରିଶ କରିଛି। କେବଳ ସେତିକି ନୁହେଁ  ମାସିକିଆ କନେକ୍ସନ ପାଇଁ ମିନିମମ୍ ଚାର୍ଜ ୫୦ ଟଙ୍କା କରିଦିଆଯାଇଛି। ଏନେଇ ଭୋଡାଫୋନ୍ ଓ ଆଇଡିଆ ଡିପାର୍ଟମେଣ୍ଟ ଅଫ୍ ଟେଲିକମକୁ ଚିଠି ଲେଖି ସୁପାରିଶ କରିଛି।

ଉଲ୍ଲେଖନୀୟ ଯେ, ଆଡଜଷ୍ଟଟେଡ୍ ଗ୍ରସ୍ ରେଭିନ୍ୟୁ(ଏଜିଆର) କାରଣରୁ ଟେଲିକମ୍ କମ୍ପାନୀ  ଏବେ ଖୁବ୍ ସଙ୍କଟାପନ୍ନ ସ୍ଥିତିରେ ରହିଛି। ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବା ପାଇଁ କ୍ଷତିଗ୍ରସ୍ତ ଟେଲିକମ୍ କମ୍ପାନୀ ୫୩ ହଜାର କୋଟିରୁ ଅଧିକ ଟଙ୍କା ସ୍ଥିର ହୋଇଥିବା ମୋଟ ରାଜସ୍ୱ ଶୁଳ୍କ ଦେବାର ଚାପରେ ରହିଛି। ଭୋଡାଫୋନ୍ ଓ ଆଇଡିଆା ଏଜିଆର ଦେୟ ପରିଶୋଧ କରିବାକୁ କମ୍ପାନୀ ୧୮ ବର୍ଷ ସମୟ ମାଗିଛି।

ରିପୋର୍ଟ ଅନୁସାରେ, ଭୋଡାଫୋନ୍-ଆଇଡିଆ ଚାହୁଁଛି ଯେ, ଆଉଟଗୋଇଙ୍ଗ କଲ ପାଇଁ ମିନିମମ୍ ୬ ପଇସା ପ୍ରତି ମିନିଟ ରେଟରେ ଫିକ୍ସ କରାଯାଉ। କମ୍ପାନୀର କହିବା ଅନୁସାରେ, ମୋବାଇଲ କଲ୍ ଓ ଡାଟା ରେଟରେ ବୃଦ୍ଧି ହେବା ଫଳରେ ରେଭିନ୍ୟୁରେ ବୃଦ୍ଧି ଘଟିବ।  ଯେପରିକି ୨୦୧୫-୧୬ରେ ଏହି ଦୁଇ କମ୍ପାନୀକୁ ଅଲଗା ଅଲଗା ଭାବରେ ଲାଭ ହୋଇଥିଲା।

ଯଦି ଭୋଡାଫୋନ୍-ଆଇଡିଆର ସୁପାରିଶକୁ ମାନିଦିଆଯାଏ ତେବେ କଷ୍ଟମରଙ୍କୁ ଏହାର ବଡ ଝଟକା ଲାଗିପାରେ। ଯଦି ଭୋଡାଫୋନ୍-ଆଇଡିଆ ଟାରିଫ୍ ବଢାଏ ତେବେ ଜିଓ ଓ ଏୟାରଟେଲ ମଧ୍ୟ ନିଜର ଟାରିଫ୍ ମୂଲ୍ୟ ବଢାଇବେ। ଯଦି ଏଭଳି ହୁଏ ତେବେ ପୁଣିଥରେ ୟୁଜର୍ସଙ୍କୁ ଡାଟା ଓ କଲି ପାଇଁ ପୂର୍ବଭଳି ଟଙ୍କା ଦେବାକୁ ପଡିବ।

   ସମ୍ବନ୍ଧିତ ଖବର


ନିବାର ବାତ୍ୟା ଯୋଗୁଁ ଚେନ୍ନାଇ-ସନ୍ତରାଗାଛି ସ୍ପେଶାଲ୍ ଟ୍ରେନ୍‌‌ ବାତିଲ

୨୬/୧୧ ମୁମ୍ବାଇ ଆଟାକ୍‌କୁ ପୂରିଲା ୧୨ ବର୍ଷ

ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ

ଆଜି ଭାରତ ବନ୍ଦ, ଧର୍ମଘଟ ଯୋଗୁ ପ୍ରଭାବିତ ହେବ ବ୍ୟାଙ୍କ ସେବା

ଲୁଣ ବୋଝେଇ ଟ୍ରକ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ