କୋଭିଡ୍-୧୯ ମିଟିଂ ଚାଲିଥିବା ବେଳେ ହଠାତ୍ ଉପ-ମୁଖ୍ୟମନ୍ତ୍ରୀଙ୍କ ନାକରୁ ବାହାରିଲା ରକ୍ତ, ଡାକ୍ତର ଟେଷ୍ଟ କରିବା ପରେ କହିଲେ…

ଆଗ୍ରା,୧୦।୮: କରୋନା ସଂକ୍ରମଣର ସମୀକ୍ଷାକୁ ନେଇ ଆଗ୍ରା ପହଁଞ୍ଚିଥିବା ଉପମୁଖ୍ୟମନ୍ତ୍ରୀ ଡକ୍ଟର ଦିନେଶ ଶର୍ମା ଅଚାନକ ଅସୁସ୍ଥ ହୋଇପଡିଥିଲେ। ସର୍କିଟ ହାଉସରେ କୋଭିଡି-୧୯କୁ ନେଇ ଚାଲିଥିବା ବୈଠକ ବେଳେ ଅଚାନକ ଉପ-ମୁଖ୍ୟମନ୍ତ୍ରୀଙ୍କ ନାକରୁ ରକ୍ତ ବୋହିବା ଆରମ୍ଭ କରିଥିଲା। ଏହାକୁ ଦେଖି ସେଠାରେ ଥିବା ଅଧିକାରୀଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା। ତୁରନ୍ତମେଡିକାଲ ଟିମ୍ ଡକାଯାଇଥିଲା। ଯାଞ୍ଚ ପରେ ଡାକ୍ତର କହିଥିଲେ ସେ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି। ଏହାପରେ ଉପ-ମୁଖ୍ୟମନ୍ତ୍ରୀ ଡକ୍ଟର ଦିନେଶ ଶର୍ମା ମଥୁରା ଅଭିମୁଖେ ଗସ୍ତ କରିଛନ୍ତି।

କୁହାଯାଉଛି ଯେ, ଉପ-ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଆଗ୍ରାରେ ସର୍କିଟ ହାଉସ ବୈଠକ କରୁଥିଲେ। ଏହି ସମୟରେ ଅଚାନକ ତାଙ୍କର ନାକରୁ ରକ୍ତ ବାହାରିବାରେ ଲାଗିଥିଲା। ବୈଠକରେ ଥିବା ଅଫିସରମାନେ ତୁରନ୍ତ ମେଡିକାଲ ଟିମ୍ ଡକାଇ ଚେକଅପ୍ କରାଯାଇଥିଲେ। ଯାଞ୍ଚ ପରେ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ବୋଲି କହିଛନ୍ତି। ବୈଠକ କରିବା ଓ ଜନପ୍ରତିନିଧିଙ୍କୁ ସାକ୍ଷାତ ପରେ ମଥୁରା ଅଭିମୁଖେ ବାହାରିଥିଲେ। ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଆରସି ପାଣ୍ଡେ କହିଛନ୍ତି, ଶୁଖିଲା ପାଗ କାରଣରୁ ତାଙ୍କ ନାମକରୁ ରକ୍ତ ବାହାରିଥିଲା। ତାଙ୍କର ବ୍ଲଡ ପ୍ରେସର ନର୍ମାଲ ରହିଛି। ଏବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ମଧ୍ୟ ଭଲ ଅଛି। 

   ସମ୍ବନ୍ଧିତ ଖବର


‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା

ୟୁପିର କାନପୁରରେ ପ୍ରସ୍ତୁତ ହେବ ଯବାନଙ୍କ ପାଇଁ ନାଇଟ୍ ଭିଜନ ଉପକରଣ

ଲଭ୍ ଜିହାଦ ଉପରେ ଯୋଗୀ ସରକାରଙ୍କ ବଡ ଫୈସଲା, ଧୋକାଦେଇ ଧର୍ମ ବଦଳାଇଲେ ୧୦ବର୍ଷ ପର୍ଯ୍ୟନ୍ତ ମିଳିବ ଜେଲଦଣ୍ଡ…