PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ତାଜମହଲରେ ବମ୍ ଥିବା ସୂଚନା ପରେ ଆତଙ୍କ, ପର୍ଯ୍ୟଟକଙ୍କୁ ଖାଲି କରି ତିନୋଟି ଗେଟକୁ କରାଗଲା ବନ୍ଦ

https://www.tourism-of-india.com/

ଆଗ୍ରା,୪।୩:  ତାଜମହଲରେ ବମ୍ ଥିବା ସୂଚନା ମିଳିବା ପରେ ପର୍ଯ୍ୟଟକଙ୍କ ଭିତରେ ଆତଙ୍କ। ଏହାପରେ ତାଜମହଲର ତିନୋଟି ଗେଟ୍‌କୁ ବନ୍ଦ କରିଦିଆଯାଇଛି। ଡାଏଲ୍ ୧୧୨ ନମ୍ବରକୁ ଫୋନ୍ କରି କେହି ତାଜମହଲକୁ ବମ୍‌ରେ ଉଡାଇବାର ଧମକ ଦେଇଥିଲା। ଏହି ସୂଚନା ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତାଜମହଲର ପର୍ଯ୍ୟଟକଙ୍କୁ ବାହାରକୁ ଅଣାଯାଇଛି ଓ ସବୁ ଗେଟ୍ ବନ୍ଦ କରି ସନ୍ଧାନ ଜାରି ରହିଛି।

ଗୁରୁବାର ସକାଳେ ପୋଲିସ ହେଲପ ଲାଇନ୍ ନମ୍ବର ୧୧୨କୁ କେହି ଫୋନ୍ କରି ତାଜ ମହଲକୁ ବମରେ ଉଡାଇ ଦେବାର ଧମକ ଦେଇଥିଲା। ଫୋନ୍ କରିଥିବା ବ୍ୟକ୍ତିଜଣକ କହିଥିଲା, ତାଜମହଲ ଭିତରେ ବିସ୍ପୋରକ ରହିଛି, ଯାହାକି କିଛି ସମୟ ପରେ ଫାଟି ଯିବ। ସୂଚନା ପାଇବା ପରେ ପୋଲିସକୁ ସତର୍କ କରିଦିଆ ଯାଇଛି।