ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ମୃତ

source:www.amarujala.com
କାନପୁର ୨୧/୨: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ବୁଧବାର ବିଲମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଉତ୍ତ୍ରାବ ଜିଲ୍ଲାର ଓରାସ ଥାନା ଅଞ୍ଚଳରେ ରାନୀଖେଡା ଗାଁ ନିକଟରେ ଦିଲ୍ଲୀରୁ ବିହାର ଯାଉଥିବା ଭଲଭୋ ବସ୍ ଓଲଟି ପଡିଛି । ବସଟି ଏକ ପାଇପ୍ ବୋଝେଇ ଟ୍ରକକୁ ଓଭରଟେକ୍ କରୁଥିବା ସମୟରେ ଓଲଟି ପଡିଥିଲା ।
ଓରାସ ଏସଓ ସଞ୍ଜୀବ କୁମାର ସୂଚନା ଦେଇଛନ୍ତି ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ଯୁ ହୋଇଛି । ମୃତକଙ୍କ ମଧ୍ଯରେ ୩ ମହିଳା, ୨ ଶିଶୁ ଓ ଜଣେ ପୁରୁଷ ଥିଲେ । ଏହା ସହିତ ଏହି ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି । ସବୁ ଆହତଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଲକ୍ଷ୍ନୌ ମେଡିକାଲରେ ଭର୍ତ୍ତି କରାଯାଇଛି ।