ଦେଶରେ ଅଭିବୃଦ୍ଧି ହାର ବଢ଼ାଇବାକୁ ହେଲେ କୃଷିକ୍ଷେତ୍ର ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ମୁମ୍ବାଇ – ଦେଶରେ ଅଭିବୃଦ୍ଧି ହାର ବଢ଼ାଇବାକୁ ହେଲେ କୃଷିକ୍ଷେତ୍ର ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । କରୋନା କହର ସମୟରେ ଅର୍ଥନୀତି ସୁଧାରିବାକୁ ଚାଷ ହିଁ ଭରସା । ଚଳିତବର୍ଷ ମୌସୁମୀ ସ୍ବାଭାବିକ ହେବା ସହ ବିପୂଳ ପରିମାଣର ଖାଦ୍ୟଶସ୍ୟ ଅମଳ ହେବ । ଯାହା କୃଷକମାନଙ୍କ ଆୟ ବଢ଼ାଇବା ସହ ବ୍ୟବସାୟ କାରବାର ବୃଦ୍ଧିରେ ସହାୟକ ହେବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପରାମର୍ଶ ଦେଇଛନ୍ତି । ଦେଶରେ କରୋନା ଲକଡାଉନ୍ ପାଇଁ ଦେଶ ଅର୍ଥନୀତିକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଶକ୍ତିକାନ୍ତଙ୍କ ଏଗ୍ରିକଲ୍ଚର ପରାମର୍ଶ ବେଶ୍ ଗୁରୁତ୍ବ ବହନ କରୁଛି । …

କରୋନା ସଙ୍କଟ ଏବଂ ଦେଶରେ ଲାଗୁକରାଯାଇଥିବା ଲକ୍ଡାଉନ୍ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଅର୍ଥନୀତିକୁ ନେଇ ଘୋର ଅନିଶ୍ଚିତତା ଲାଗି ରହିଛି । କରୋନା ପାଇଁ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ଏବେ ଏକମାତ୍ର ଭରସା ହେବ କୃଷି । ଚଳିତବର୍ଷ ମୌସୁମୀ ଆଗମନ ସ୍ବାଭାବିକ ରହିବାର ସମ୍ଭାବନା ଥିବାରୁ ବିପୂଳ ପରିମାଣରେ ଖାଦ୍ୟଶସ୍ୟ ଅମଳ ହେବ । ଖରିଫ୍ ଋତୁରେ ବୁଣାବୁଣି ଜୋର୍ସୋର୍ରେ ଆଗେଇ ଚାଲିଛି । ମାଟିର ଆର୍ଦ୍ରତା ମଧ୍ୟ ଭଲ ରହିଛି ଯାହା ଫସଲ ବୃଦ୍ଧି ରେ ସହାୟକ ହେବ । ତେଣୁ ଦେଶରେ ଅଭିବୃଦ୍ଧି ହାର ବଢ଼ାଇବାକୁ ହେଲେ ଆମକୁ କୃଷିକ୍ଷେତ୍ର ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

୨୦୨୦-୨୧ରେ ୨୯୮.୩୩ ନିୟୁତ ଟନ୍ର ରେକର୍ଡ଼ ଖାଦ୍ୟଶସ୍ୟ ଉତ୍ପାଦନ ହେବା ନେଇ ଆକଳନ କରାଯାଇଛି । ଗତବର୍ଷ ତୁଳନାରେ ୩୨. ୫୬ ପ୍ରତିଶତ ଅଧିକ ଜମିରେ ଚାଷ ହୋଇଛି । ଚାଷ ପାଇଁ ପାଣିପାଗ ଖାପ ଖାଉଥିବାରୁ ଉତ୍ପାଦନ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଯେତେବେଳେ ସାରା ଦେଶରେ କରୋନା କହର ଅର୍ଥନୈତିକ କାର୍ଯ୍ୟକଳାପ ଉପରେ କୁଠାରଘାତ କରିଛି । ସେତେବେଳେ କୃଷି କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତାକୁ ଦେଖୁଛନ୍ତି ବିଶେଷଜ୍ଞ । ସାମ୍ପ୍ରତିକ ପରିସ୍ଥିତିରେ ଆମେ ଯଦି ନଜର ପକାଇବା ତାହେଲେ କରୋନା ପାଇଁ ବିଭିନ୍ନ ରାଜ୍ୟକୁ ପ୍ରବାସୀ ଶ୍ରମିକମାନଙ୍କ ଫେରିବା ପ୍ରକ୍ରିୟା ଜାରି ରହିଛି । ସେମାନଙ୍କ ଫେରିବା ଦ୍ବାରା ସମ୍ପୃକ୍ତ ରାଜ୍ୟ ଗୁଡ଼ିକରେ ବେକାରୀ ସଂଖ୍ୟା ବଢ଼ିବ । ଯେଉଁ ଶ୍ରମିକମାନେ ଘରକୁ ଫେରିଆସିଛନ୍ତି ସେମାନଙ୍କ ଭିତରୁ ପ୍ରାୟ ୩୦ ପ୍ରତିଶତ ଶ୍ରମିକ ପୁଣି ସେମାନଙ୍କ କାର୍ଯ୍ୟକ୍ଷେତ୍ରକୁ ଫେରିବା ସମ୍ଭାବନା କମ୍ । ତେଣୁ ବେକାରୀ ସମସ୍ୟା ଏଡ଼ାଇବା ସହ ସେମାନଙ୍କ ପରିବାର ଭରଣପୋଷଣ ପାଇଁ କୃଷି ହିଁ ଏକମାତ୍ର ଭରସା ହୋଇପାରିବ । ଯାହାଦ୍ବାରା ସେମାନଙ୍କ ଆର୍ଥିକସ୍ଥିତି ସୁଦୃଢ଼ ହେବା ସହ ଦେଶର ଅର୍ଥନୀତି ବୃଦ୍ଧି ରେ ବି ସହାୟକ ହୋଇପାରିବ ।

କଥାରେ ଅଛି ଚାଷ କାମ ଯାହାର, କେତେ ସୁଖ ତାହାର । ପୁଣି ଥରେ ଏହି ଲୋକକଥାକୁ ବାସ୍ତବ ରୂପ ଦେବାକୁ ହେଲେ କୃଷିକ୍ଷେତ୍ର ଉପରେ ଗୁରୁତ୍ବ ଦେବାକୁ ହେବ । ୨୦ଲକ୍ଷ କୋଟିର କରୋନା ପ୍ୟାକେଜ୍ରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । କୃଷକମାନଙ୍କୁ ସହଜ ଓ ସୁବିଧାରେ ଋଣ ଯୋଗାଇ ଦେବାକୁ କରାଯାଇଛି ବିଭିନ୍ନ ଯୋଜନା । ଏମିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କୃଷି ପାଇଁ ନୂଆ ସୁଯୋଗ ତଥା ନୂଆ ସମ୍ଭାବନା ସୃଷ୍ଟି କରିଛି ।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଲିଫ୍ଟ ମାଗିଥିବା ମହିଳା ଥିଲେ ପ୍ରେତାତ୍ମା- ଅଙ୍ଗେ ନିଭେଇଥିବା କଥା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ