PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ସୋସିଆଲ୍‌ ମିଡିଆରେ କୃଷି ସୂଚନା : ହ୍ୱାଟସଆପ୍‌ରେ ୯ ଲକ୍ଷ ଚାଷୀ ଓ ଟ୍ୱିଟର୍‌ରେ ୨୭ ହଜାର

ଭୁବନେଶ୍ୱର ୫।୮ : ବଦଳୁଛି କୃଷିର ପଦ୍ଧତି । ପାରମ୍ପରିକ ପଦ୍ଧତି ଛାଡ଼ି ଉନ୍ନତ ଓ ଅତ୍ୟାଧୁନିକ ଟେକ୍ନୋଲୋଜିରେ ଚାଷ ଆଗେଇଛି । ଚାଷୀ ବି ହାଇଟେକ୍‌ ହେଲେଣି । ସ୍ମାର୍ଟ ଫୋନ୍‌ରେ ହ୍ୱାଟସ୍‌ଆପ୍‌ ଓ ଟ୍ୱିଟର ବ୍ୟବହାର କରି କୃଷି ସୂଚନା ପାଉଛନ୍ତି । ଏଥିପାଇଁ କୃଷି ବିଭାଗ ମଧ୍ୟ ସୋସିଆଲ୍‌ ମିଡିଆର ବହୁଳ ବ୍ୟବହାର କରି ଅଧିକରୁ ଅଧିକ ଚାଷୀଙ୍କ ପାଖେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛି ।

ପ୍ରତି ପଞ୍ଚାୟତରେ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ ଗଠନ କରି ଚାଷୀମାନଙ୍କୁ ସିଧାସଳଖ ବିଭିନ୍ନ କୃଷି ସମ୍ବନ୍ଧୀୟ ସୂଚନା ଯୋଗାଉଛି କୃଷି ବିଭାଗ । ଚାଷୀମାନେ ବି ହ୍ୱାଟସ୍‌ଆପ୍‌ ମାଧ୍ୟମରେ ନିଜ ସମସ୍ୟା ଜଣାଉଛନ୍ତି । ଯାହାର ତତ୍କାଳ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ପ୍ରତି ପଞ୍ଚାୟତରେ ଅତି କମ୍‌ରେ ୨୦୦ଜଣ କୃଷକଙ୍କୁ ହ୍ୱାଟସ୍‌ ଆପ୍‌ ଗ୍ରୁପରେ ଯୋଡ଼ାଯାଇଛି । ଏଯାବତ୍‌ ୯ ଲକ୍ଷ ୨୦ ହଜାରରୁ ଅଧିକ ଚାଷୀଙ୍କୁ ହ୍ୱାଟସ୍‌ ଆପ୍‌ ଗ୍ରୁପରେ ସାମିଲ କରାଯାଇଛି । ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଟୋଲ୍‌ ଫ୍ରି ହେଲ୍ପଲାଇନ ‘ଆମ କୃଷି’ରେ ୮ ଲକ୍ଷ ୭୫ ହଜାର ଚାଷୀଙ୍କୁ ସାମିଲ କରାଯାଇଛି । ସବୁଠୁ ବଡ଼ କଥା ହେଲା, କୃଷି ବିଭାଗ ଟ୍ୱିଟରକୁ ୨୭ ହଜାର ୨୦୦ଜଣ ବ୍ୟବହାର କରୁଛନ୍ତି । ଏମ୍‌-କିଷାନ ପୋର୍ଟାଲ ଜରିଆରେ ପ୍ରାୟ ୧୭ ଲକ୍ଷରୁ ଅଧିକ ବାର୍ତ୍ତା ଚାଷୀଙ୍କ ପାଖକୁ ପଠାଯାଇଛି ।

କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ଦିଗରେ ସୋସିଆଲ୍‌ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ବର୍ତ୍ତମାନ କରୋନା ସଙ୍କଟ ସମୟରେ ଚାଷୀମାନଙ୍କ ପାଖରେ ପହଞ୍ଚିବା ପାଇଁ ଏହା ବେଶ୍‌ ଫଳପ୍ରଦ ହୋଇପାରିଛି । ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ । ଆଜି ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ସୋସିଆଲ୍‌ ମିଡିଆର ବ୍ୟବହାର ଦିଗରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଏହାର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ଡ. ସାହୁ ସମୀକ୍ଷା କରିଥିଲେ ।
ସେ କହିଥିଲେ, ଚାଷୀର ଆୟ ବହୁଗୁଣିତ କରିବା ଦିଗରେ କୃଷି ସହିତ ଆନୁଷଙ୍ଗିକ କୃଷିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୃଷି ବିଭାଗ ସହ ପ୍ରାଣୀ ପାଳନ, ପ୍ରାଣୀ ଚିକିତ୍ସା, ମତ୍ସ୍ୟ ନିର୍ଦ୍ଦେଶାଳୟର ପକ୍ଷରୁ ସୋସାଆଲ୍‌ ମିଡିଆର ବହୁଳ ଉପଯୋଗ ପାଇଁ ହ୍ୱାଟସଆପ୍‌ ଗ୍ରୁପ ଗଠନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲେ ।
ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ.ଏମ୍‌ ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ହେମନ୍ତ ପଣ୍ଡା, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ, ମତ୍ସ୍ୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସ୍ମୃତିରଂଜନ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।