ପ୍ରମୁଖ ଖବର
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ପୁଣି ଅଜା-ଆଈ ହେଲେ ଧର୍ମେନ୍ଦ୍ର-ହେମା, ଯାଆଁଳା ସନ୍ତାନର ମାଆ ହେଲେ ସାନ ଝିଅ ଅହାନା

ମୁମ୍ବାଇ ୨୮।୧୧ : ହେମା ମାଳିନୀ ଏବଂ ଧମେନ୍ଦ୍ରଙ୍କ ଘରୁ ପୁଣି ଖୁସି ଖବର ଆସିଛି। ୭୨ ବର୍ଷ ବୟସରେ ହେମା ମାଳିନୀ ପୁଣି ଥରେ ଆଈ ହେବାର ସୁଯୋଗ ପାଇଲେ। ଧର୍ମେନ୍ଦ୍ର ଏବଂ ହେମାଙ୍କ ସାନ ଝିଅ ଅହାନା ଯାଆଁଳା କନ୍ୟା ସନ୍ତାନର ମା’ ହେଲେ। ଅହାନ ଦେଓଲ ଏବଂ ତାଙ୍କ ସ୍ବାମୀ ବୈଭବ ଭୋହରା ଦୁଇ ଝିଅଙ୍କ ନାଁ ଆଷ୍ଟ୍ରା ଏବଂ ଏଡିଆ ଭୋହରା ରଖିଛନ୍ତି। ବର୍ତ୍ତମାନ ଅହାନା ଦେଓଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ତାଙ୍କୁ ଏପର୍ଯ୍ୟନ୍ତ ଡିସଚାର୍ଜ କରାଯାଇ ନାହିଁ।

{"id":189096,"width":768,"height":511,"sizeSlug":"large"}

ଅହାନା ଦେଓଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଖୁସି ଖବର ସେୟାର କରିଛନ୍ତି। ଅହାନା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଲେଖିଛନ୍ତି – ‘ମୁଁ ବହୁତ ଖୁସି ଅଛି କି ଆମ ଘରେ ଜାଆଁଳା କନ୍ୟା ଆଷ୍ଟ୍ରା ଏବଂ ଏଡ଼ିଆ ଜନ୍ମ ହୋଇଛି। ୨୦୨୦ ନଭେମ୍ବର ୨୬ ତାରିଖରେ ଯାଆଁଳା ସନ୍ତାନ ଜନ୍ମ ହୋଇଛନ୍ତି। ବାପା-ମାଆ ଅହାନା-ବୈଭବ ଏଥିପାଇଁ ଗର୍ବ ଅନୁଭବ କରୁଛନ୍ତି।

{"id":189098,"width":768,"height":539,"sizeSlug":"large"}

ଅହାନା ଦେଓଏ ବଲିଉଡ ଅଭିନେତ୍ରୀ ଈଶା ଦେଓଲ ଙ୍କ ସାନ ଭଉଣୀ। ଅହାନା ୨୦୧୪ ଫେବ୍ରୁଆରୀ ୨ରେ ବିଜନେସମ୍ୟାନ ବୈଭବଙ୍କୁ ବିବାହ କରିଥିଲା। ପରବର୍ତ୍ତୀ ବର୍ଷ, ଜୁନ୍ ୨୦୧୫ରେ ଏହି ଦମ୍ପତି ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ। ଯାଆଁଳା ଝିଅଙ୍କ ବ୍ୟତୀତ ଅହାନାଙ୍କର ଏକ ପୁତ୍ର ଦରିଆନ୍ ଅଛନ୍ତି।

{"id":189099,"width":774,"height":581,"sizeSlug":"large"}

ଅହାନା ଦେଓଲ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କୁ ହ୍ରିତିକ ରୋଶନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର 'ଗୁଜାରିଶ'ରେ ସହାୟତା କରିଥିଲେ। ଏହି ଚଳଚ୍ଚିତ୍ର ୨୦୦୯ରେ ମୁକ୍ତିଲାଭ କରିଥିଲା ​​।

{"id":189100,"width":774,"height":442,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.