PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ବ୍ରିଟିସ୍ ବୈଜ୍ଞାନିକଙ୍କ ଉଦ୍ଭାବନ, ଏହା ଦ୍ବାରା ମିଳିପାରିବ ଅସମୟ ମୃତ୍ୟୁର ସୂଚନା

ନୂଆଦିଲ୍ଲୀ,୨୯।୩: ବ୍ରିଟିସ୍ ବିଶେଷଜ୍ଞମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ନିର୍ମିତ ଏଭଳି ଏକ ସିଷ୍ଟମ ତିଆରି କରିଛନ୍ତି ଯାହାକି ସମୟ ପୂର୍ବରୁ ହେବାକୁ ଥିବା ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥାଏ। ଏହି ସିଷ୍ଟମ ମଧ୍ୟମ ବୟସ୍କର ମହିଳା ଓ ପୁରୁଷଙ୍କ ଭିତରେ ଗମ୍ଭୀର ରୋଗକୁ ଖୋଜି  ସମୟ ପୂର୍ବରୁ ମୃତ୍ୟୁକୁ ରୋକିାରେ ସହାୟକ ହେବ। ଏହାକୁ ବ୍ରିଟେନର ନଟିଙ୍ଗହମ ୟୁନିଭର୍ସିଟିର ବିଶେଷଜ୍ଞମାନେ ପ୍ରସ୍ତୁତ କରିଛନ୍ତି। ଏହି ଗବେଷଣାରେ ୪୦ରୁ ୩୯ ବର୍ଷର ୫ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା।

Plos one ଜର୍ନାଲରେ ପ୍ରକାଶିତ ଏହି ଗବେଷଣା ଅନୁସାରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୂଆ ମଡେଲକୁ ରାନଡମ ଫରେଷ୍ଟ ନାମରେ ଜଣାଯାଏ। ଏହା ଖୁବ୍ ସଠିକ ସୂଚନା ଦେଇଥାଏ। ନଟିଙ୍ଗହମ ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ଷ୍ଟିଫେନ୍ ଓ୍ବେଘଙ୍କ କହିବା ଅନୁସାରେ ମଣିଷର ସମୟ ପୂର୍ବରୁ ମୃତ୍ୟୁ ସମ୍ପର୍କରେ ଜାଣିବାକୁ ଏହି ସିଷ୍ଟମରେ କିଛି ତଥ୍ୟ ଦିଆଯାଇଥାଏ। ଏଥିରେ ମଣିଷର ଭୌଗାଳିକ ସ୍ଥିତି, ବାୟୋମେଟ୍ରିକ ସୂଚନା, କ୍ଲିନିକାଲ ଓ ଲାଇଫଷ୍ଟାଇଲ ସମ୍ପର୍କିତ ତଥ୍ୟ ରହିଥାଏ। ଏବେ ଫକ୍ସ ରିଗ୍ରେସନ୍ ନାମକ ଏକ ମଡେଲ ରହିଛି ଯାହାକି ବୟସ ଓ ଲିଙ୍ଗ ଆଧାରରେ ସୂଚନା ଦେଇଥାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା କେବଳ ଦୁଇଟି କଥାକୁ ଆଧାର କରି ଶାରିରୀକ ବିପଦକୁ ସମ୍ପର୍କରେ ସଠିକ୍ ସୂଚନା ଦେଇପାରିବ ନାହିଁ।

ପ୍ରଫେସର ଓ୍ବେଗଙ୍କ କହିବା ଅନୁସାରେ, ସାବଧାନୀ ଗ୍ରହଣ କରି ଗମ୍ଭୀର ରୋଗଠାରୁ ନିଜକୁ ରକ୍ଷା କରିହେବ। ତେଣୁ ଗତ କିଛି ବର୍ଷ ହେବ ଏଭଳି ସିଷ୍ଟମ ଉପରେ କାମ ହେଉଛି। ଯାହାକି ଲୋକଙ୍କୁ କମ୍ପ୍ୟୁଟର ସାହାର୍ଯ୍ୟରେ ସ୍ବାସ୍ଥ୍ୟ ପ୍ରତି ଥିବା ବିପଦ ସମ୍ପର୍କରେ ସୂଚନା ଦେଇପାରିବ। ଏଭଳି ଟେକ୍ନୋଳୋଜି ହେଉଛି ସମୂର୍ଣ୍ଣ ନୂଆ। ଏହାର ପାଳନ କରିବା  କଠିନ ହୋଇଥାଏ। କିନ୍ତୁ ଏଆଇ ସାହାଯ୍ୟରେ  ସ୍ବାସ୍ଥ୍ୟର ଦେଖାଶୁଣା କରିହେବ।  

ସମ୍ବନ୍ଧିତ ଖବର