ଏହି ଦେଶର କୋର୍ଟରେ ରୋବଟ୍ ସାଜିବ ବିଚାରପତି, କରିବ ବିଭିନ୍ନ ମାମଲାର ଶୁଣାଣି

ନୂଆଦିଲ୍ଲୀ,୨୮।୩: କୋର୍ଟରେ ଏବେ ରୋବୋଟ୍ ଶୁଣାଇବ ବିଭିନ୍ନ ମାମଲା ସମ୍ପର୍କିତ ରାୟ। ଏହା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଉତ୍ତର ୟୁରୋପର ଏଷ୍ଟୋନିଆରେ କୃତ୍ରିମ ଇଣ୍ଟେଲିଜେନ୍ସ ଲେସ୍ ରୋବୋ-ଜଜ୍ ତିଆରି କରିଦିଆଯାଇଛି। ଯାହାକି କୋର୍ଟରେ ଦୀର୍ଘ ଦିନ ଧରି ପଡି ରହିଥିବା ମାମଲାର ଶୁଣାଣି କରିବ। ଏହା ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାମଲାର ଶୁଣାଣି କରିବ। ଯାହାଫଳରେ ଅନ୍ୟ ବିଚାରପତିମାନେ ଫ୍ରି ହୋଇପାରିବେ। ଏହି ରୋବୋଟ୍ ଦ୍ବାରା ଶୁଣାଣି କରାଯାଇଥିବା ମାମଲାର ରାୟ ଆଇନ ଅନୁଯାୟୀ ବୈଧ ଏବଂ ଏହାକୁ ଗ୍ରହଣ କରାଯିବ। ଆସନ୍ତା ମଇ ମାସ ଶେଷ ସୁଦ୍ଧ ଏହି ରୋବାଟ୍ ବିଚାରପତି ରାୟ ଦେବା ଆରମ୍ଭ କରିଦେବେ।

ରୋବୋଟ୍ ଆଇନ୍ ସମ୍ପର୍କିତ ସମସ୍ତ କାଗଜପତ୍ର ପଢାପଢି କରିବା ଓ ବୁଝିବା ପରେ ଏହାକୁ ବିଶ୍ଲେଷଣ କରିବ। ଏହପରେ ଯାଇ କୌଣସି ମାମଲାର ରାୟ ଶୁଣାଇବ। ଆଇନଗତ ପକ୍ରିୟା ଭଲ ଭାବରେ ଜାଣିବା ପାଇଁ ଏହି ରୋବୋଟକୁ ପୋଗ୍ରାମିଂ ସହିତ ଟ୍ରେନିଂ ମଧ୍ୟ ଦିଆଯାଇଛି। ଟେକ୍ନିକାଲ ଟିମ୍ ଏହା ସମ୍ପର୍କିତ ସମସ୍ତ ସୂଚନା ଓ ପ୍ରୋଟୋକଲ୍ ଜାରି କରିଛି, ଯାହାକୁ ଆଇନ ବିଶେଷଜ୍ଞ ପରାମର୍ଶ ପରେ ବଦଳାଇ ଯାଇ  ହେବ।

ଏଷ୍ଟୋନିଆର ମୁଖ୍ୟ ଡାଟା ଅଫିସର ଅଟ୍ ଓ୍ବେଲସବର୍ଗଙ୍କ କହିବା ଅନୁସାରେ କିଛି ଲୋକଙ୍କୁ ଚିନ୍ତା ହେଉଛି ଯେ ଧିରେ ଧିରେ କର୍ମଚାରୀଙ୍କ ସଂଖ୍ୟା କମ୍ ହେବା ପରେ ସୁବିଧାର ଗୁଣବତ୍ତା ଉପରେ ପ୍ରଭାବ ପଡିବ, କିନ୍ତୁ ଏହା ନୁହେଁ ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ   ଆମର ଆମର ସାହାର୍ଯ୍ୟ  କରିବ।  ଦେଶରେ ପୂର୍ବରୁ ରୋବୋଟ୍ ସାହାର୍ଯ୍ୟରେ ବହୁ କିଛି ସୁବିଧା ଦିଆଯାଇଛି। ନ୍ୟାସନାଲ ଆଇଡି କାର୍ଡ ସିଷ୍ଟମ, ଇ-ଭୋଟିଂ ଓ ଡିଜିଟାଲ ଟାକ୍ସ ଫାଇଲିଂ ଭଳି କାମ ରୋବୋଟ୍ କରୁଛନ୍ତି। ଏଷ୍ଟୋନିଆର ଅର୍ଥ ମନ୍ତ୍ରଣାଳୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଲିଗାଲ କରି ରୋବୋଟ୍ ଏଜେଣ୍ଟ ତିଆରି କରିବାର ପ୍ରସ୍ତୁତି କରୁଛନ୍ତି।  

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ