PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ : ବକ୍ସିଂ ପ୍ରି-କ୍ୱାର୍ଟରରେ ହାରିଲେ ମେରିକମ୍
  • ||
  • କନ୍ଧମାଳ ଗସ୍ତରେ ପଞାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗାକୁ ଭେଟିଲେ, ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କଲେ ।
  • ||
  • ମାଲକାନଗିରି ଜିଲ୍ଲା ଖଇରପୁଟ ରାସ୍ତାରେ ବଲେରୋ ଗାଡ଼ି ସହ ୭କ୍ୱିଣ୍ଟାଲ ଗଞ୍ଜେଇ ଜବତ- ଜଣେଗିରଫ
  • ||
  • ନାକଟିଦେଉଳ: ବରଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, IAS ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ
  • ||
  • ନୀଳଗିରି: ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ନୀଳଗିରି କୋର୍ଟ ବନ୍ଦ କଲେ ଓକିଲ ସଙ୍ଘ
  • ||
  • କଟକ: ଆସନ୍ତାକାଲି ଅଫ୍‌ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଟୋକିଓ ଟକ୍କର: ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ
  • ||
  • ବକ୍ସିଂ କ୍ବାର୍ଟରରେ ପହଞ୍ଚିଲେ ଭାରତର ସତୀଶ କୁମାର
  • ||
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ, ଜବତ କଲା ପୁଲିସ
  • ||
  • ଭୁବନେଶ୍ୱର: ଥାମୁନି କରୋନ ମୃତ୍ୟୁ,ରାଜ୍ୟରୁ ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୬୧୫ଜଣ କୋଭିଡ୍ ପଜିଟିଭ
  • ||
  • କେନ୍ଦୁଝର: ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଆଜି ୨ ଜିଲ୍ଲାରେ ହେବନି ଟିକାଦାନ
  • ||
  • ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୨ଟି ସୁଇଜ ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||

ଆମ୍ମାଙ୍କ ଅନୁପସ୍ଥିତିରେ ମୋଦି ଆମର ପିତା: ଏଆଇଏଡିଏମକେ

ଚେନ୍ନାଇ,୯।୩: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପରଲୋକ ପରେ ତାଙ୍କ ଦଳ ଏଆଇଏଡିଏମକେ ପାଇଁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ କିଛି। ଏକଥା ନିଜେ କହିଛି ଦଳ। ରାଜ୍ୟର ମନ୍ତ୍ରୀ କେଟିଆର ବାଲାଜୀଙ୍କୁ ଯେତେବେଳେ ପଚରାଯାଇଥିଲା ଗୁଜରାଟର ମୋଦି ଓ ତାମିଲନାଡୁରେ କିଏ ସବୁଠାରୁ ଭଲ? ଏହାର ଉତ୍ତରରେ ସେ କହିଥିଲେ ଆମ୍ମା(ଜୟଲଳିତା)ଙ୍କ ଅନୁପସ୍ଥିତିରେ ମୋଦି ହିଁ ତାଙ୍କ ଦଳ ପାଇଁ ପିତା ସଦୃଶ୍ୟ। ସେ ଭାରତର ପିତା। ଆମେ ତାଙ୍କର ନେତୃତ୍ବକୁ ସ୍ବୀକାର କରୁଛୁ। ଆମ୍ମାଙ୍କ ନିଷ୍ପତ୍ତି ତାଙ୍କ ନିଜର ହିଁ ଥିଲା। କିନ୍ତୁ ଆଜି ସମୟ ବଦଳିଛି। ୨୦୧୪ରୁ ୨୦୧୯ ମଧ୍ୟରେ ବିଜେପି ଓ ଏଆଇଏଡିଏମକେର ସମ୍ପର୍କରେ ଖୁବ୍ ପରିବର୍ତ୍ତନ ହୋଇଛି।

୨୦୧୪ରୁ ନିର୍ବାଚନରେ ଏଆଇଏଡିଏମକେର ମୁଖ୍ୟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ରାଲିରେ ଲୋକଙ୍କୁ ପଚାରୁଥିଲୁ କିଏ ସବୁଠାରୁ ଭଲ ପ୍ରଶାସକ? ଗୁଜରାଟର ମୋଦି ନା ତାମିଲନାଡୁର ଲେଡି? ଏହାର ଉତ୍ତରରେ ଲୋକେ କହୁଥିଲେ ଲେଡି। ସେ ସମୟରେ ଏଆଇଏଡିଏମକେ ସମସ୍ତ ୩୯ ଟି ଲୋକସଭା ଆସନରେ ନିର୍ବାଚନ ଲଢୁଥିଲା, ଯେଉଁଥିରେ ଦଳ ୩୭ଟି ଆସନରେ  ବିଜୟୀ ହେଉଥିଲା। କିନ୍ତୁ ୨୦୧୬ରେ ଜୟଲଳିତାଙ୍କ ପରଲୋକ ପରେ ସବୁ କିଛି ବଦଳିଗଲା।

ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭରମ ଦଳରୁ ବାହାର ହୋଇ, ପୁଣିଥରେ ସାମିଲ ହେଲେ। ଏହାପରେ ଭିକେ ଶଶିକଳା ଓ ତାଙ୍କର ପୁତୁରା ଟିଟିଭି ଦିନାକରନଙ୍କୁ ବାହାର କରାଯାଇଥିଲା। ଉଲ୍ଳେଖନୀୟ ଯେ ବିଧାନସଭାର ୨୩୫ଟି ଆସନରୁ ଏଆଇଏଡିଏମକେ ପାଖରେ ୧୧୪, ଡିଏମକେ ନିକଟରେ ୮୮, କଂଗ୍ରେସର ୮, ଆଇୟୁଏମଏଲର ଗୋଟିଏ ଏବଂ ଜଣେ ନିର୍ଦଳୀୟ ବିଧାୟକ ରହିଛି। ବିଧାନସଭାରେ ୨୧ଟି ଆସନ ଖାଲି ରହିଛି ଯେଉଁଥିରେ ୧୯ ବିଧାୟକଙ୍କୁ ଅଯୋଗ୍ୟ ଘୋ​‌ଷିତ କରାଯାଇଛି ଓ ୨ ଜଣ ଜଣଙ୍କର ମୃତ୍ୟୁ ହୋଇସାରିଛି।

ସମ୍ବନ୍ଧିତ ଖବର