PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ରାଜଧାନୀର ନୂଆ ହଟସ୍ପଟ୍‌ ଆଇଗିଣିଆ ଆଳୁଗଦି: କଣ୍ଟାକ୍ଟ ଟ୍ରେସିଂରେ ଠିକଣା ଲୁଚାଇଥିଲେ, ଏବେ ବ୍ୟାପୁଛି ସଂକ୍ରମଣ

ଭୁବନେଶ୍ୱର ୪/୦୮: ଆଇଗିଣିଆ ଆଳୁଗଦି ଏବେ ରାଜଧାନୀର ନୂଆ ହଟସ୍ପଟ୍‌ ପାଲଟିଛି । ଜଣେ ଗୋଦାମ ମାଲିକଙ୍କ ଲିଙ୍କ୍‌ରୁ ୫୭ଜଣ ସଂକ୍ରମିତ ବାହାରିଲେଣି । ରାଜଧାନୀର ଚାରିଆଡୁ ସଂକ୍ରମଣ କମୁଥିବାବେଳେ ଏହି ଗୋଟିଏ ସ୍ଥାନରୁ ପୁଳା ପୁଳା ସଂକ୍ରମିତ ଧରାପଡୁଛନ୍ତି । ଏହାକୁ ନେଇ ବିଏମ୍‌ସିର ମୁଣ୍ଡ ଗୋଲ୍‌ ହୋଇଯାଇଛି ।

ଆଇଗିଣିଆ ଆଳୁଗଦିରେ ଥିବା ଏସକେଏସ୍‌ ଗୋଦାମ ମାଲିକ କଞ୍ଚା ପରିବା ସହ ପିଆଜ ବ୍ୟବସାୟ କରନ୍ତି । ତାଙ୍କର ୟୁନିଟ୍‌-୧ରେ ପରିବା ଗୋଦାମ ବି ଅଛି । ତାଙ୍କ ଗୋଦାମକୁ ମହାରାଷ୍ଟ୍ର, କର୍ଣ୍ଣାଟକ, କଲିକତା, ରାୟପୁର ଭଳି ରାଜ୍ୟରୁ ଟ୍ରକ୍‌ ବୋଝେଇ ପରିବା ଓ ପିଆଜ ଆସେ । ଆରମ୍ଭ ହିଁ ଟ୍ରକ୍‌ ଡ୍ରାଇଭର, ହେଲପର୍‌, ମାଷ୍ଟର୍‌ ଏଠାରେ ଅବାଧ ଯାଆସ କରୁଥିଲେ । ସେହି ମାଧ୍ୟମରୁ ହିଁ ଗୋଦାମ ମାଲିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ୟୁନିଟ୍‌-୧ ହାଟରେ ତାଙ୍କର ଗୋଦାମ ଥିବାରୁ ସେଠାରୁ ହିଁ ତାଙ୍କର ପଜିଟିଭ୍‌ ଥିବା ବାହାରିଥିଲା । ତେବେ ଗୋଦାମ ମାଲିକ ପ୍ରଥମେ ଆକ୍ରାନ୍ତ ହେବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । କିନ୍ତୁ ଆରମ୍ଭରୁ ସେ ବିଏମ୍‌ସିକୁ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ । ନିଜ ଠିକଣା ଲୁଚାଇବା ସହ କେବଳ ଅଶୋକନଗର ଘରର ଠିକଣା ଦେଇଥିଲେ । ଏଥିପାଇଁ କଣ୍ଟାକ୍ଟ ଟ୍ରେସିଂରେ ସମସ୍ୟା ହୋଇଥିଲା । ବହୁ ବିଳମ୍ବରେ ତାଙ୍କର ଆଳୁଗଦି ଗୋଦାମ ଓ ଅନ୍ୟ ଲିଙ୍କ୍‌ ବାହାରିଥିଲା ବୋଲି ବିଏମ୍‌ସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରଥମେ ଗୋଦାମ ମାଲିକ ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସି ତାଙ୍କ ଭାଇ ଆକ୍ରାନ୍ତ ହୋଇଥିଲେ । ଏହା ପରେ ଗୋଦାମର ବିଭିନ୍ନ କର୍ମଚାରୀ ଜଣେ ପରେ ଜଣେ ଆକ୍ରାନ୍ତ ବାହାରିଥିଲେ । ୧ ତାରିଖ ସୁଦ୍ଧା ଏଠାରୁ ୪୧ଜଣ ସଂକ୍ରମିତ ଧରା ପଡିଥିଲେ । ସୋମବାର ଆଉ ୧୭ ଆକ୍ରାନ୍ତ ବାହାରିବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୮ରେ ପହଞ୍ଚିଛି। ଏହି ଗୋଦାମ ଏବେ ହଟସ୍ପଟ୍‌ ପାଲଟିଛି ।

ସିଲ୍‌ ସତ୍ତେ୍ୱ ଗୋଦାମ ଖୋଲା


ଆଇଗିଣିଆ ଆଳୁଗଦିର ଏସ୍‌କେଏସ୍‌ ଗୋଦାମରୁ ସଂକ୍ରମଣ ମାଡିଛି । ଏଠାରେ ସଂକ୍ରମଣ ବଢିବା ପରେ ବିଏମ୍‌ସି ଗୋଦାମକୁ ସିଲ୍‌ କରିଥିଲା । ସିଲ୍‌ ହୋଇଥିବା ନେଇ ଗୋଦାମ ବାହାରେ ନୋଟିସ୍‌ ମରାଯାଇଥିଲା । କିନ୍ତୁ ଗୋଦାମ ମାଲିକ ଏହାକୁ ମାନୁନାହାନ୍ତି । ଏହା ଅଧିକାଂଶ ସମୟ ଖୋଲା ରହୁଛି । ଗୋଦାମକୁ ବାହାର ରାଜ୍ୟରୁ ଟ୍ରକ୍‌ଭର୍ତ୍ତି ପରିବା ଲୋଡ୍‌ ହୋଇ ଆସୁଛି । ବିଏମ୍‌ସି ଏହାକୁ ସିଲ୍‌ କରି ଦେଇ ଚୁପ୍‌ ହୋଇ ବସିପଡିଛି । ବିଏମ୍‌ସି ଯାଞ୍ଚ କରୁନଥିବାରୁ ଗୋଦାମ ଖୋଲୁଛି ବୋଲି କୁବେରପୁରୀ ବ୍ୟବସାୟ ମହାସଂଘର ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି ।

ବାହାର ରାଜ୍ୟ ଟ୍ରକ୍‌ ବିଶୋଧନ ହେଉନି ଆଇଗିଣିଆ ଆଳୁଗଦିକୁ ବାହାର ରାଜ୍ୟରୁ ଦୈନିକ ଶହ ଶହ ଟ୍ରକ୍‌ ଆସୁଛି । ଅନେକ ହଟସ୍ପଟ୍‌ ଅଞ୍ଚଳରୁ ଟ୍ରକ୍‌ଗୁଡିକ ଆସୁଛି । କିନ୍ତୁ ଏହା ଉପରେ ବିଏମ୍‌ସି ନଜର ଦେଉନି । ନା ଟ୍ରକ୍‌କୁ ବିଶୋଧନ କରାଯାଉଛି କି, ଟ୍ରକ୍‌ର ଡ୍ରାଇଭର ଓ ହେଲପରଙ୍କୁ ଆଇସୋଲେସନ୍‌ରେ ରଖିବାକୁ କୌଣସି ସୁବିଧା ହେଉଛି । ସେମାନେ ଆସି ସର୍ବସାଧାରଣ ଶୌଚାଳୟ ବ୍ୟବହାର କରୁଛନ୍ତି । ଆଳୁଗଦିରେ ଅବାଧରେ ବୁଲୁଛନ୍ତି । ଆଳୁଗଦିର ଏକାଧିକ ଲୋକ ସେମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଟ୍ରକ୍‌ ବିଶୋଧନ ହେଉନଥିବାରୁ ଶ୍ରମିକମାନେ ତା ସଂସ୍ପର୍ଶରେ ଆସୁଛନ୍ତି । ଏଥିରୁ ସଂକ୍ରମଣର ଆଶଙ୍କା ବଢୁଛି । ଟ୍ରକ୍‌ ପାଇଁ ଗୋଟିଏ ସ୍ଥାନରେ ପ୍ରବେଶ ସ୍ଥାନ ରଖି ବିଶୋଧନ କରିବା ସହ ଡ୍ରାଇଭର, ହେଲପରଙ୍କୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଆଇସୋଲେସନ୍‌ରେ ରଖିବାକୁ ଆମେ ବିଏମ୍‌ସିକୁ ପ୍ରସ୍ତାବ ଦେଇଛୁ । କିନ୍ତୁ ଏହା ଉପରେ ପଦକ୍ଷେପ ନିଆଯାଉନି । ଫଳରେ ସଂକ୍ରମଣ ଆଶଙ୍କା ବଢୁଛି ବୋଲି କୁବେରପୁରୀ ବ୍ୟବସାୟ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀମିଶ୍ର କହିଛନ୍ତି ।

ସମ୍ବନ୍ଧିତ ଖବର