PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ମହିଳା ଦିବସରେ କଣ୍ଠଶିଳ୍ପୀ ସୁସ୍ମିତା ଦାଶଙ୍କ ଭେଟି, ଏଥର ଦର୍ଶକଙ୍କ ମନକୁ ଛୁଇଁବ “ଆଇଗିରି ନନ୍ଦିନୀ”

ଭୁବନେଶ୍ୱର, ୦୫/୦୩ : ଓଡିଶାରେ ଘରେଘରେ ପରିଚିତ ସୁନାମଧନ୍ୟ କଣ୍ଠଶିଳ୍ପୀ ସୁସ୍ମିତା ଦାଶ । ମହିଳା ଦିବସ ଉପଲକ୍ଷେ ସେ ଦର୍ଶକଙ୍କୁ ପାଇଁ ଆଣିଛନ୍ତି ଏକ ମନଛୁଆଁ ତଥା ଭାବପୂର୍ଣ୍ଣ ଗୀତ । ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆ ଗୀତ “ଆଇଗିରି ନନ୍ଦିନୀ”କୁ ସେ ଲୋକାର୍ପିତ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିଲେ ସୁସ୍ମିତା ଦାଶ, ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ସଂଯୋଜକ ଦେବ ମେହେର । ନୂଆ ଗୀତ ରିଲିଜ ହେବା ଅବସରରେ ଗଣମାଧ୍ୟମ ଜରିଆରେ ସୁମିତ ଦିକ୍ଷିତ ମହିଳା ସଶକ୍ତିକରଣ ତଥା ସମାଜରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ।

ଓଡିଶା ମାଟି ସହ ପୁଙ୍ଖାନୁପୁଙ୍ଖ ଭାବେ ଜଡିତ କଣ୍ଠଶିଳ୍ପୀ ସୁସ୍ମୀତା ଦାଶ ପୂର୍ବରୁ ନିଜ ଗୀତ ଜରିଆରେ ପ୍ରତ୍ୟକ୍ଷ ଭାବେ ଅନେକ ପର୍ବପର୍ବାଣୀ ଓ କଳା ସଂସ୍କୃତିର ପ୍ରଚାର କରିଆସିଛନ୍ତି । ନିକଟରେ “ଶୀତ ଉପରେ ଶୀତ ଫେରିଲା” ଓ ଭ୍ୟାଲେଣ୍ଟାଇନ୍ ଡେ ଅବସରରେ “ତୁମେ ଥରୁଟେ ଛୁଇଁ ଦେଲାପରେ” ଭଳି ଗୀତ ମୁକ୍ତିଲାଭ କରିଥିଲା । ଦର୍ଶକଙ୍କ ନିକଟରେ ଏହି ଦୁଇଟି ଗୀତ ଖୁବ ଲୋକପ୍ରିୟ ହେବା ସହ ଏହାର ଭିୟର୍ସିପ ୧୦ ମିଲିୟନ୍‌ରୁ ଅଧିକ ରହିଥିଲା । ତେବେ ଆଗାମୀ ଦିନରେ କଣ୍ଠଶିଳ୍ପୀ ସୁସ୍ମୀତା ଦାଶ ଖୁବଶୀଘ୍ର ଆଦିବାସୀ ଲୋକଗୀତ ଉପରେ ଆଧାରିତ ଏକ ଗୀତ ରିଲିଜ୍ କରିବାର ଯୋଜନା ରହିଛି ।