PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ଦିଲ୍ଲୀ AIIMS ହଷ୍ଟେଲ୍‌ରୁ ଡ଼େଇଁ ଡାକ୍ତରଙ୍କ ଆତ୍ମହତ୍ୟା, ମାନସିକ ଭାବେ ଥିଲେ ଚିନ୍ତିତ

aajtak.intoday.in

ନୂଆଦିଲ୍ଲୀ – ଦେଶର ଟପ୍‌ ମେଡିକଲ କଲେଜ୍ ଏମ୍ସରୁ ଆସିଛି ଏକ ଦୁଃଖଦ ଘଟଣା । ଏଥିରେ ପଢ଼ୁଥିବା ଆଉ ଜଣେ ମେଡିକଲ ଛାତ୍ର ଜୀବନ ଦେଇଛନ୍ତି । ପୁଲିସ୍‌ ମୁତାବିକ୍‌  ଏମ୍ସର ହଷ୍ଟେଲ୍‌ ନମ୍ୱର ୧୯ର ଛାତରୁ ଡ଼େଇଁ ଜଣେ ଡାକ୍ତରୀ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଡାକ୍ତର ଜଣଙ୍କ ନାଁ ବିକାଶ । ବିକାଶ ୨୨ ବର୍ଷ ବୟସର ଥିଲେ ଏବଂ ବେଙ୍ଗାଲୁରୁରେ ରହୁଥିଲେ ।

ପୁଲିସ୍‌  ମୁତାବିକ୍‌ ,  ତାଙ୍କୁ ସୋମବାର ସନ୍ଧ୍ୟା ୬ଟାରେ  ସୂଚନା ମିଳିଥିଲା କି  ଏମ୍ସରେ ଜଣେ ବ୍ୟକ୍ତି ହଷ୍ଟେଲ୍‌ର ଛାତରୁ ଡେଇଁ ପଡ଼ିଛନ୍ତି । ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆହତ ଛାତ୍ର ବିକାଶଙ୍କୁ  ହସ୍ପିଟାଲକୁ ନେଇ ଯାଇଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ  ବିକାଶଙ୍କର ମୃତ୍ୟୁ ହୋଇଯାଇଛି ।

ମାନସିକ ରୂପରେ ଚିନ୍ତିତ ଥିଲେ –

ବିକାଶ ଏମ୍ସ ରେ ୨୦୧୮ବ୍ୟାଚ୍‌ର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଏମ୍ସ  ପ୍ରଶାସନ ମୁତାବିକ  ବେଙ୍ଗାଲୁରୁରେ ରହୁଥିବା ବିକାଶ  କିଛି ମାନସିକ ସମସ୍ୟାରେ  ଥିଲେ ଏବଂ ଏମ୍ସର ମନୋ ଚିକିତ୍ସା ବିଭାଗ ରେ ଜଣେ ରୋଗୀ ଭାବରେ ତାଙ୍କର ଚିକିତ୍ସା ଚାଲୁଥିଲା । ଅଘଟଣର  ସୂଚନା ମିଳିବା ପରେ ବିକାଶଙ୍କୁ ଟ୍ରମା ସେଣ୍ଟର ନିଆଯାଇଥିଲା ।

ଆହତ ବିକାଶଙ୍କୁ ବଞ୍ଚାଇବାକୁ ଡାକ୍ତରମାନେ ବହୁତ ଚେଷ୍ଟା କରିଥିଲେ , ହେଲେ ତାଙ୍କ ଜୀବନ ଚାଲିଯାଇଥିଲା ।