
ନୂଆଦିଲ୍ଲୀ – ଭାରତରେ କରୋନା ଟିକାର ବିକାଶ ଜୋର ସୋରରେ ଚାଲିଛି । ଏବେ ସିରମ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ ସ୍ୱଦେଶୀ କମ୍ପାନୀ ଭାରତ ବାୟୋଟେକ ଏବଂ ଜାଇଡସ୍ କାଡିଲା ସ୍ୱଦେଶୀ ଟିକା ବିକାଶ କରିଛନ୍ତି । ଏହି ଦୁଇ କମ୍ପାନୀ ଦ୍ୱାରା ବିକଶିତ କରାଯାଇଥିବା ଟିକା ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ କରାଯାଉଛି । କୋଭାକିସ୍ନ ଏବଂ ଡଜାଇଡସ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ଜଣା ପଡିଛି । କୋଭାକ୍ସିନ୍ର ମୂଲ୍ୟ ସବୁଠାରୁ ଶସ୍ତା ରହିବ ବୋଲି ଏମସ୍ର ନ୍ୟୁରୋ ବିଭାଗରେ ବରିଷ୍ଠ ଡାକ୍ତର ଏମ୍ ଭି ପଦ୍ମା ଶ୍ରୀବାସ୍ତବ କହିଛନ୍ତି । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା କଥା ସେ ପ୍ରକାଶ କରିଛନ୍ତି ।
ଆଇସିଏମ୍ଆର୍ ଏବଂ ଭାରତ ବାୟୋଟେକ୍ର ମିଳିତ ଉଦ୍ୟମରେ ଏହି ଟିକା ବିକାଶ କରାଯାଉଛି। କୋଭାକ୍ସିନ୍ ଟିକାରେ ତୃତୀୟ ମାନବୀୟ ପରୀକ୍ଷଣରେ ଏମସ୍ର ଡାକ୍ତର ଏମ୍ ଭି ପଦ୍ମା ଶ୍ରୀବାସ୍ତବ ସାମିଲ ହୋଇଛନ୍ତି । ଏହି ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ସେ କହିଛନ୍ତି । ଆହୁରି ୨୮ ଦିନ ପରେ ସେ ଦ୍ୱିତୀୟ ସଟ୍ ନେବେ ।
୫୫ ବର୍ଷିୟ ଡାକ୍ତର ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା କଥା କହିଛନ୍ତି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପ୍ରତ୍ୟେକ ସାଇଟ୍ରେ ଏକ ହଜାରର ଅଧିକ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ପ୍ରଦାନ କରାଯାଉଛି । ଏହି ପର୍ଯ୍ୟାୟରେ ୨୬ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟ୍ରାଏଲ୍ । ଲୋକଙ୍କ ମଧ୍ୟରେ ଏହା ଆଣ୍ଟିବଡି ତିଆରି କରୁଛି କି ନାହିଁ । ଏହା କେତେ ପରିମାଣରେ ସୁରକ୍ଷିତ । ଏହାର କଅଣ ସବୁ ପାର୍ଶ୍ୱ ପ୍ରତିକ୍ରିୟା ରହିଛି ସେ ସବୁ ବିଷୟରେ ଏଥିରେ ଅନୁଧ୍ୟାନ କରାଯିବ । କୋଭାକ୍ସିନ୍ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ବେଶ୍ ସଫଳ ରହିଛି । କୋଭାକ୍ସିନ୍କୁ ସହଜରେ ପରିବହନ କରାଯାଇ ପାରିବ । ଏହାକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରଖାଯିବ ।