ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା କରୋନା ସ୍ବାବ୍ ନମୁନା ପରୀକ୍ଷା

ଭୁବନେଶ୍ୱର ୨୬/୩ : ଏମ୍‌ସ ଭୁବନେଶ୍ୱରରେ ଗତାକାଲିଠାରୁ କରୋନା ପରୀକ୍ଷଣ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ଟି ସାମ୍ପଲ୍‌ ବା ନମୁନା ପରୀକ୍ଷା ହୋଇଛି ଓ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଛି । ଇଣ୍ଡିଆନ କାଉନ୍‌ସିଲ୍‌ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଅନୁମତି ଦେବା ପରେ ଏଠାରେ ପରୀକ୍ଷା ଆରମ୍ଭ ହୋଇଛି । ଅନ୍ୟ ସରକାରୀ ଓ ଘରୋଇ ହସ୍ପିଟାଲ ମଧ୍ୟ ଏମ୍‌ସ ଭୁବନେଶ୍ୱରରେ କରୋନା ପରୀକ୍ଷା ପାଇଁ ସାମ୍ପଲ୍‌ ପଠାଇ ପାରିବେ ।

ଦିନ ସାଢ଼େ ୧୦ଟାରୁ ୧୨ଟା ଭିତରେ ସାମ୍ପଲ୍‌ ପଠାଇଲେ ହିଁ ଏହାକୁ ଗ୍ରହଣ କରାଯିବ ବୋଲି ଏମସ୍‌ କର୍ତ୍ତୃପକ୍ଷ କହିଛନ୍ତି। କରୋନା ଭୟକୁ ଦୃଷ୍ଟିରେ ରଖି ଏମ୍‌ସ ଓପିଡିକୁ ଅନ୍ୟ ରୋଗୀ ନ ଆସିବାକୁ ପରାମର୍ଶ ଦିଆଯାଇଛି । କେବଳ ଜରୁରିକାଳୀନ ଚିକିତ୍ସା ୱାର୍ଡରେ ନୂଆ ରୋଗୀଙ୍କୁ ଆଡମିଶନ ଜାରି ରହିଛି ବୋଲି ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


କରୋନା ସହ ଲଢ଼ିବା ପାଇଁ Google Doodle ର ନୂତନ ଅବତାର : ମହାମାରୀକୁ କିପରି ରୋକି ହେବ ଜାଣନ୍ତୁ

ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ