ସୁଶାନ୍ତଙ୍କ ମୃତ୍ୟୁ ସମୟ ନେଇ ପ୍ରଶ୍ନ ଉଠାଇଲା AIIMS, କହିଲା ଏଭଳି କଥା

ନୂଆଦିଲ୍ଲୀ, ୧।୧୦: ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ)ର ଫରେନସିକ୍ ବିଭାଗ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ ନିଜର ରିପୋର୍ଟ ପ୍ରଦାନ କରିଛି। ଏମ୍ସର ଅଟୋପ୍ସି ରିପୋର୍ଟ ମୃତ୍ୟୁ  ସମୟ ଦାଖଲ ନହେବା ଉପରେ ପ୍ରଶ୍ନ ଉଠାଇଛି, ଏହା ସହିତ କୁପର ହସ୍ପିଟାଲରେ ହାଲକା ଲାଇଟ୍ ଥିବା ପୋଷ୍ଟମର୍ଟମ ରୁମ ନେଇ ମଧ୍ୟ ଏଥିରେ ଦର୍ଶାଯାଇଛି। ସୁତ୍ରରୁ ମିଳିଥିବା ସୂଚନାଅନୁସାରେ, ଅଭିନେତାଙ୍କ ମୃତ୍ୟୁ କୌଣସି ବିଷାକ୍ତ ଜିନିଷ ସେବନ ଦ୍ବାରା ହୋଇଥିବା କଥାକୁ ଖାରଜ କରିଦିଆଯାଇଛି।

ଏମ୍ସର ସୁତ୍ରରୁ ଜଣାପଡିଛି ଯେ, ଡକ୍ଟର ସୁଧୀର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଥିବା ଫରେନସିକ୍ ବୋର୍ଡ ନିଜର ନିର୍ଣ୍ଣାୟକ ରିପୋର୍ଟ କେନ୍ଦ୍ର ତଦନ୍ତକାରୀ ବ୍ୟୁରେ(ସିବିଆଇ)କୁ ଦେଇଛି। ସୁତ୍ର ପକ୍ଷରୁ କୁହାଯାଇଛି ଯେ, ଏଜେନ୍ସି ସାମନାରେ ହାଜର କରାଯାଇଥିବା ଏହି ନିର୍ଣ୍ଣାୟକ ରିପୋର୍ଟ ଡାକ୍ତରମାନେ କୁପର ହସ୍ପିଟାଲର ପୋଷ୍ଟମର୍ଟମ ରୁପରେ ହାଲକା ଲାଇଟ୍ ଆଡକୁ ମଧ୍ୟ ଇଶରା କରିଥିଲେ।

୧୪ ଜୁନ୍ ରାତିରେ କୁପର ହସ୍ପିଟାଲର ତିନିଜଣ ଡାକ୍ତର ଏକାଠି ମିଶି ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିଲେ। ଚିକିତ୍ସକମାନେ ଯେଉଁଠି ଅଭିନେତାଙ୍କ ପେଟରେ ମିଳିଥିବା ଏକ  ତତ୍ତ୍ବକୁ ନେଇ ଅନିଶ୍ଚିତତା ବିଷୟରେ ଚିନ୍ତା ବ୍ୟକ୍ତି କରିଛନ୍ତି, ସେଭଳି ରିପୋର୍ଟରେ ମୃତ୍ୟୁର ସମୟ ଦାଖଲ ନହେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି।  

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ