ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ-ସିବିଆଇକୁ ରିପୋର୍ଟ ଦେଲା ଏମ୍ସ ଟିମ୍‌

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ ହେବାକୁ ଯାଉଛି । ସୁଶାନ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟର ସାନି ଯାଞ୍ଚ କରିଥିବା ଦିଲ୍ଲୀ ଏମ୍ସ (ଅଖିଳ ଭାରତ ଆୟୁବିଜ୍ଞାନ ସଂସ୍ଥାନ) ବିଶେଷଜ୍ଞ ଟିମ୍‌ ତାଙ୍କ ରିପୋର୍ଟ ସିବିଆଇକୁ ପ୍ରଦାନ କରିଛନ୍ତି । ଏମ୍ସର ୪ ଜଣିଆ ଟିମ୍‌ ଆଜି ପୂର୍ବାହ୍ନ ୧୧ଟାରେ ସିବିଆଇ ମୁଖ୍ୟାଳୟରେ ପହଞ୍ଚି ରିପୋର୍ଟ ହସ୍ତାନ୍ତର କରିଥିଲେ । ଏଥିସହ ସେମାନେ ଯାଞ୍ଚରୁ କ’ଣ ସବୁ ପାଇଛନ୍ତି ତାହା ଉପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରାୟ ୨ ଘଣ୍ଟା ଧରି ଏହି ଆଲୋଚନା ହୋଇଥିଲା । ବର୍ତ୍ତମାନ ସିବିଆଇ ଏହି ରିପୋର୍ଟକୁ ଅନୁଧ୍ୟାନ କରି ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଖୋଲିବ ।


ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗତ ଅଗଷ୍ଟ ମାସରେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଭାର ଗ୍ରହଣ କରିଥିଲା ସିବିଆଇ । କୁପର ହସ୍ପିଟାଲର ଶବ ବ୍ୟବଚ୍ଛେଦ ରିପୋର୍ଟ, କ୍ରାଇମ ରି-କ୍ରିଏଟ କରିବା ଓ ସୁଶାନ୍ତଙ୍କ ମୃତ୍ୟୁରେ କିଛି ଗଡବଡି କରାଯାଇଛି କି ନାହିଁ ତାହା ଜାଣିବା ଲାଗି ଏମ୍ସ ବିଶେଷଜ୍ଞ ଟିମ୍‌ର ସହାୟତା ନେଇଥିଲା । ଏମ୍ସ ପକ୍ଷରୁ ଏକ ୪ ଜଣିଆ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ବୋର୍ଡ ଗଠନ କରାଯିବା ସହ ବାନ୍ଦ୍ରାସ୍ଥିତ ସୁଶାନ୍ତଙ୍କ ଫ୍ଲାଟକୁ ଯାଇ ସରଜମିନ ତଦନ୍ତ କରିଥିଲା । ସେପଟେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ବିଫଳ ହୋଇଥିବାରୁ ସିବିଆଇର ତଦନ୍ତ ପ୍ରକ୍ରିୟା ଉପରେ ସୁଶାନ୍ତଙ୍କ ପିତାଙ୍କ ଓକିଲ ବିକାଶ ସିଂହ ପ୍ରଶ୍ନ ଉଠାଇବା ଆଜି ତଦନ୍ତକାରୀ ସଂସ୍ଥା ପକ୍ଷରୁ ବୟାନ ଜାରି କରାଯାଇଛି । ସିବିଆଇ କହିଛି ଯେ ପେସାଦାର ଭାବେ ତଦନ୍ତ କରାଯାଉଛି । ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି । କୌଣସି ବି ଦିଗକୁ ଛଡାଯାଉ ନାହିଁ । ଅନ୍ୟପକ୍ଷରେ ସିବିଆଇର ଏଭଳି ବୟାନ ଜାରିକୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମସ୍ୱାମୀ । ସେ କହିଛନ୍ତି କେବଳ ବୟାନ ଜାରି କଲେ ହେବ ନାହିଁ । କାର୍ଯ୍ୟାନୁଷ୍ଠାନ ଦରକାର । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ।


ସେପଟେ ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲାର ତଦନ୍ତ କରୁଥିବା ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିବା ଓ ଦରକାର ପଡିଲେ ଆହୁରି ବଡବଡ କଳାକାରଙ୍କୁ ଜେରା କରିବା ଲାଗି ଏନ୍‌ସିବି ମୁଖ୍ୟ ରାକେଶ ଆସ୍ଥାନା ତଦନ୍ତ ସଂସ୍ଥାକୁ ସବୁଜ ସଙ୍କେତ ଦେଇଛନ୍ତି । ଫଳରେ ଏନ୍‌ସିବି ଡ୍ରଗ୍ସ ଲିଙ୍କ୍‌ ମାମଲାରେ ନାମ ଆସିଥିବା ୭ ଜଣ ବଡ କଳାକାରଙ୍କୁ ଜେରା କରିବା ଲାଗି ସମନ୍‌ ଜାରି କରିବ । ଏପରିକି କିଛି ନାମୀ ପ୍ରଯୋଜକଙ୍କୁ ମଧ୍ୟ ଏନ୍‌ସିବି ସମନ୍‌ ପଠାଇବ ବୋଲି ସୂଚନା ମିଳିଛି ।

ପୂର୍ବରୁ ଏନ୍‌ସିବି ଏହି ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ, ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ, ଅଭିନେତ୍ରୀ ସାରା ଅଲି ଖାନ୍‌, ଶ୍ରଦ୍ଧା କପୁର, ରକୁଲପ୍ରୀତ୍‌ ସିଂହ, ଫ୍ୟାସନ ଡିଜାଇନର ସିମୋନ୍‌ ଖମ୍ବାଟ୍ଟା, ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କ ସମେତ ଫିଲ୍ମ ଜଗତ ସହ ଜଡିତ ବହୁ କଳାକାରଙ୍କୁ ଜେରା କରିସାରିଛି । ଗତକାଲି ଏନ୍‌ସିବି ୭ଟି ମୋବାଇଲ ଫୋନ୍‌ ଜବତ କରିଥିଲା । ତାକୁ ଫରେନସିକ ଯାଞ୍ଚ ପାଇଁ ପଠାଇଛି । ପୂର୍ବରୁ ଏହି ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ଫିଲ୍ମ ନିର୍ମାତା କରନ ଜୋହରଙ୍କ କମ୍ପାନି ଧର୍ମା ପ୍ରଡକ୍ସନର ପୂର୍ବତନ କାର୍ଯ୍ୟକାରୀ ପ୍ରଯୋଜକ କ୍ଷିତିଜ୍‌ ରବି ପ୍ରସାଦଙ୍କ ସମେତ ୧୮-୧୯ ଜଣଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ କ୍ଷୀତିଜ ଆଜି ଅଭିଯୋଗ କରିଛନ୍ତି ଯେ କରନ ଜୋହରଙ୍କ ସମେତ ଆଉ କିଛି କଳାକାରଙ୍କ ନାମ ପ୍ରକାଶ କରିବାକୁ ଏନ୍‌ସିବି ଚାପ ପକାଉଛି ।

   ସମ୍ବନ୍ଧିତ ଖବର


ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ସ୍ତ୍ରୀ ସାମ୍ନାରେ କୁକୁଡା ସହ ଯୌନସମ୍ପର୍କ ରଖି ୩ ବର୍ଷ ଜେଲ ଗଲେ ଯୁବକ, ପତ୍ନୀ ତିଆରି କରିଥିଲେ ଭିଡିଓ…

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ