PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

କରୋନା ସହ ଅନ୍ୟ ଭୁତାଣୁ ମାରିବା ପାଇଁ ବକ୍ରି ହେଉଛି ଏହି ଆଇକାର୍ଡ ମୂଲ୍ୟ- ୨୯୨ରୁ ୧୫୦୦ଟଙ୍କା, ମାସେ ପର୍ଯ୍ୟନ୍ତ କରିବ କାମ

ନୂଆଦିଲ୍ଲୀ – କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଏବେ ବିଭିନ୍ନ ପ୍ରକାରର ଡିଭାଇସ୍‌ ବିକ୍ରି ହେଉଛି । ଏହାର କେତକ ପ୍ୟାଚର ମୂଲ୍ୟ ୨୯୨ ଟଙ୍କା । ଆମେରିକାରେ ଏକ ଡିଭାଇସ୍‌ ପ୍ରସ୍ତୁତ କରାଯାଇଛି ଯାହାର ମୂଲ୍ୟ ପ୍ରାୟ ୧୫ ଶହ ଟଙ୍କା । ଏହି ଡିଭାଇସ୍‌ରେ ସାର୍ଟ ଉପରେ ଆଇକାର୍ଡ ପରି ପକାଇଲେ ୩ ଫୁଟ୍‌ ଦୂରରୁ କରୋନା ସହ ଅନ୍ୟ ଭୁତାଣୁ ନିଷ୍କ୍ରିୟ ହୋଇଯିବେ । ଇକୋ ସିଲଡ୍‌ ଏୟାର ଡକ୍ଟର ନାମରେ ଏହି ଡିଭାଇସ୍‌ ତିଆରି କରିଛି । ଏହି ଡିଭାଇସ୍‌ ତିନିଫୁଟ୍‌ ଦୂରରୁ କରୋନା ସହ ଅନ୍ୟ ଭୁତାଣୁ ନଷ୍ଟ କରୁଥିବା ବେଳେ ସ୍ୱାସ୍ଥ୍ୟପ୍ରତି ବିଶେଷ କ୍ଷତିକାରକ ହୋଇ ନଥିବା କୁହାଯାଉଛି । ଏଥରୁ ବାହାରୁଥିବା ଗ୍ୟାସରେ ପବନରେ ହିଁ ଭୁତାଣୁ ମରିଯାଉଥିବା ଦାବି କରାଯାଉଛି । ଆମେରିକାରେ ଏବେ ଏହା ୨୦ ଡଲାରରେ ଉପଲବ୍ଧ । ଅନ୍‌ଲାଇନ୍‌ ପ୍ଲାଟଫର୍ମ ସହ ଅଫ୍‌ଲାଇନ୍‌ରେ ଏହା ଉପଲବ୍ଧ । ହେଲ ଏବେ ଏହା ଆଉଟ୍‌ ଅଫ୍‌ ଷ୍ଟକ୍‌ ବୋଲି ଦେଖାଉଛି ।

ଜାପାନର (Kiyou Jochugiku) କିୟୋ ଜୋଚୁଗିକୁ ଏପରି ଏକ ଡିଭାଇସ୍‌ ତିଆରି କରିଛି । ଭାରତରେ ବି ଏହାକ ଲଞ୍ଚ୍‌ କରାଯାଇଛି । ଜୁନ୍‌ମାସରେ ଏହି ଡିଭାଇସ୍‌କୁ ଲଞ୍ଚ୍‌ କରାଯାଇଛି । ଏଥିରେ କ୍ଲୋରିନ୍‌ ଡାଇଆକ୍ସସାଇଡ୍‌ ବ୍ୟବହାର କରାଯାଉଛି । ଏହାକୁ ସାଧାରଣତଃ କାଗଜ କରାଖାନାରେ କାଗଜକୁ ଧଳା କରିବା ପାଇଁ ବ୍ୟବହାର ଏହାକୁ ବ୍ୟବହାର କରାଯାଇଥାଏ। କେବଳ ସେତିକି ନୁହେଁ ସ୍ୱିମିଂ ପୁଲ୍‌କୁ ସଫା କରିବା ପାଇଁ ଏବଂ ଜୀବଣୁ ମୁକ୍ତ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।

ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀର ଦାବି ଏହା ଫ୍ଲୁ , ସର୍ଦ୍ଦି , H1N1, ନିମୋନିଆ କରୁଥିବା ଭୁତାଣୁମାନଙ୍କୁ ବିନାଶ କରିଥାଏ। ମାତ୍ର କେତେଜଣ ଏହାର ବ୍ୟବହାର ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ଭାରତର ଏହି ଡିଭାଇସ୍‌ର ବ୍ୟବହାର ଆରମ୍ଭ ହେଲାଣି ।

ଏହି ଡିଭାଇସ୍‌ ଭୁତାଣୁ ମାରିବାରେ ସହାୟକ ହୋଇଥିବା ବେଳେ କରୋନା ଭୁତାଣୁକୁ ପ୍ରତିହତ କରିବାରେ କେତେଦୂର ସଫଳ ହୋଇ ପାରୁଛି ତାହା ଦେଖିବା କଥା ।

ସମ୍ବନ୍ଧିତ ଖବର