୪ଟି ସାମରିକ ପ୍ରତିଷ୍ଠାନରେ ଅରେଞ୍ଜ ଆଲର୍ଟ: ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା

ନୂଆଦିଲ୍ଲୀ ୨୬/୯: ଭାରତର ୪ଟି ସାମରିକ ପ୍ରତିଷ୍ଠାନ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଦୃଷ୍ଟିରୁ ସେଠାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରତିଷ୍ଠାନଗୁଡ଼ିକ ଚାହିଁଲେ ସେଠାରେ ରେଡ୍‌ ଆଲର୍ଟ ବି ଜାରି କରିପାରିବେ ବୋଲି ସେମାନଙ୍କୁ କୁହାଯାଇଛି । ଏସବୁ ପ୍ରତିଷ୍ଠାନ ମଧ୍ୟରେ ପଠାନକୋଟ ସ୍ଥିତ ବାୟୁସେନା ଘାଟି ଏବଂ ଉଧମପୁର ସ୍ଥିତ ଏକ ସାମରିକ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ ।

ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କୁ ସୂଚନା ମିଳିଛି କି ଚଳିତ ମାସ ୨୫ରୁ ୩୦ ତାରିଖ ଭିତରେ ସେଠାରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ । ଏସବୁ ପ୍ରତିଷ୍ଠାନରେ ପଶିବା ପାଇଁ କିଛି ସହଯୋଗୀ ମହଜୁଦ୍‌ ଅଛନ୍ତି ବୋଲି ଆତଙ୍କବାଦୀଙ୍କ ବାର୍ତ୍ତାଳାପରେ ରେକର୍ଡିଂରୁ ଜଣାପଡିଛି । ତେଣୁ ଏହି ପ୍ରତିଷ୍ଠାନଗୁଡିକ ପାଇଁ ଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ପଠାନକୋଟ ବାୟୁସେନା ଘାଟି ଉପରେ ପୂର୍ବରୁ ବି ଆକ୍ରମଣ ହୋଇସାରିଛି । ୨୦୧୬ରେ ଜୈସ ଆତଙ୍କବାଦୀମାନେ ଏହି ଘାଟିକୁ ଟାର୍ଗେଟ କରିଥିଲେ । ସେମାନଙ୍କୁ ନିପାତ କରିବା ଏବଂ ଘାଟିକୁ ପୂର୍ଣ୍ଣ ସୁରକ୍ଷିତ ଘୋଷଣା କରିବା ପାଇଁ ତିନି ଦିନ ଲାଗିଥିଲା ।

ଏହି ଘାଟି ପାକିସ୍ତାନ ସୀମା ନିକଟରେ ଥିବାରୁ ଏହାକୁ ଧ୍ୱଂସ କରି ସିଏ ଭାରତୀୟ ବାୟୁସେନାକୁ ଦୁର୍ବଳ କରିବା ପାଇଁ ପ୍ଲାନ୍‌ କରିଥିଲା । କିନ୍ତୁ ଭାରତୀୟ ସୁରକ୍ଷାକର୍ମୀଙ୍କ ସାହସ ଏବଂ ବଳିଦାନ ଯୋଗୁ ତା’ର ଷଡ଼ଯନ୍ତ୍ର ସଫଳ ହୋଇନଥିଲା ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର