PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଏୟାର୍ ଫ୍ରେଶ୍ନର ବ୍ୟବହାର କରିବାରୁ କାରରେ ହେଲା ବିସ୍ଫୋରଣ

ନୁଆଦିଲ୍ଲୀ ୧୭/୧୨: ସମସ୍ତେ କାରରେ ଏୟାର ଫ୍ରେଶନର ବ୍ୟବହାର କରିଥାନ୍ତି । ଯଦି ଆପଣ ମଧ୍ୟ ଏମିତି କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ । ଏମିତି କରିବା ଫଳରେ ଆପଣଙ୍କ କାରରେ ବିସ୍ଫୋରଣ ହୋଇପାରେ । ଏହା ଶୁଣିବାରେ ଅଜବ ଲାଗିପାରେ । କିନ୍ତୁ ବ୍ରିଟେନରେ ଏହି ଘଟଣା ବାସ୍ତବରେ ଘଟିଛି । ଏଠାରେ ଜଣେ ବ୍ୟକ୍ତି ନିଜ କାରରେ ଏୟାର ଫ୍ରେଶନର୍ ବ୍ୟବହାର କଲେ ଏବଂ ଏହା ପରେ ସିଗାରେଟ୍ ଜଲାଇଲେ । କିନ୍ତୁ ଏମିତି କରିବା ପରେ କାରରେ ବଡ ଧରଣର ବିସ୍ଫୋରଣ ହେଲା । ତେବେ ଏହି ଦୁର୍ଘଟଣାରେ ଚାଳକଙ୍କର ବିଶେଷ କିଛି କ୍ଷତି ହୋଇନି ଏବଂ ସେ ସୁରକ୍ଷିତ ଅଛନ୍ତି ।

ସୂଚନା ଅନୁସାରେ ଏହି ଘଟଣା ୧୪ ଡିସେମ୍ବର ଦ୍ୱିପ୍ରହରର । ଇଂଲଣ୍ଡର ସହର ହେଲିଫାକ୍ସରେ ଜଣେ ବ୍ୟକ୍ତି ନିଜ କାରରେ ଏୟାର ଫ୍ରେଶ୍ନର ସ୍ପ୍ରେ କଲେ । ଏହା ପରେ ସିଗାରେଟ ପିଇବା ପାଇଁ ସେ କାରକୁ ଗୋଟିଏ ସ୍ଥାନରେ ଅଟକାଇ ସିଗାରେଟ୍ ଜଳାଇଲେ । କାର୍ ଭିତରେ ସିଗାରେଟ୍ ଜଳିବା ମାତ୍ରେ କାରରେ ଜୋରଦାର ବିସ୍ଫୋରଣ ହେଲା । ବିସ୍ଫୋରଣ ଏତେ ଜୋରରେ ହେଲା ଯେ କାରର ସମସ୍ତ କାଚ ଭାଙ୍ଗି ଚୁନା ହୋଇଗଲା ।

ଦେଖଣାହାରୀଙ୍କ କହିବାନୁସାରେ ବିସ୍ଫୋରଣ ଏତେ ଜୋରରେ ହେଲା ଯେ ଆଖପାଖ ବିଲ୍ଡିଂକୁ ମଧ୍ୟ ଏହା ପ୍ରଭାବିତ କଲା । ଘଟଣାସ୍ଥଳରେ ଥିବା ଅନ୍ୟ କିଛି ଗାଡିର ମଧ୍ୟ କାଚ ଭାଙ୍ଗିଗଲା । ତେବେ ଘଟଣାରେ କାରର ଚାଳକ ଆହତ ହୋଇଛନ୍ତି ।

କାହିଁକି ହେଲା ବିସ୍ଫୋରଣ
ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଲା ଏବଂ ପରେ ଜଣାପଡିଲା ଯେ ଏୟାର ଫ୍ରେଶନର ଅଧିକ ସ୍ପ୍ରେ ହେବା ଯୋଗୁଁ ଏହି ଅଘଟଣ ଘଟିଲା   । ଦମକଳ ବିଭାଗ ଘଟଣାରେ କ୍ଷତିଗ୍ରସ୍ତ କାରର ଫଟୋ ଟ୍ୱିଟ୍ କରି ଲେଖିଲା ଯେ ଏୟାର ଫ୍ରେଶନର ଅଧିକ ବ୍ୟବହାର କରିବା ଏବଂ ଡ୍ରାଇଭର ସିଗାରେଟ୍ ଜଳାଇବାରୁ ଏହି ବିସ୍ଫୋରଣ ହେଲା ।

ତେବେ ଆପଣ ଏଥିପାଇଁ ସାବଧାନତା ଅବଲମ୍ବନ କରିବେ । ଏୟରା ଫ୍ରେଶନର ବ୍ୟବହାର କରିବା ପରେ କାରର କାଚ ଖୋଲିଦେବେ ।  ଏବଂ କେବେ ବି ଏହାକୁ ବ୍ୟବହାର କରିବା ପରେ ଅଗ୍ନି ସଂଯୋଗ କରୁଥିବା ଭଳି କିଛି ବି ଜିନିଷ ବ୍ୟବହାର କରିବେନି ।

ସମ୍ବନ୍ଧିତ ଖବର