ବିଦେଶକୁ କୃଷିଜାତ ସାମଗ୍ରୀ ବୋହୁଛି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ ୧୮/୧: ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପରେ ଏକମାତ୍ର ସରକାରୀ ବିମାନ ସେବା ସଂସ୍ଥା ଏୟାର ଇଣ୍ଡିଆ ଏବେ ବିଶ୍ୱ ବଜାରକୁ ଜରୁରି କୃଷିଜାତ ସାମଗ୍ରୀ ଓ ଔଷଧ ପରିବହନ କରୁଛି ।

ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ‘କୃଷି ଉଡ଼ାଣ’ ସ୍କିମ୍‌ ଅଧୀନରେ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ମାଲ ପରିବହନ ଉଦ୍ଦେଶ୍ୟରେ ସାରା ବିଶ୍ୱର ୧୦ଟି ସ୍ଥାନକୁ ଚିହ୍ନଟ କରିଛି । ଏସବୁ ସ୍ଥାନକୁ ଏହା ସକ୍ରିୟ ଭାବେ ଫଳ, ପରିବା ଓ ଔଷଧ ସାମଗ୍ରୀ ପରିବହନ କରିବ । ସ୍କିମ୍‌ ଅଧୀନରେ ବର୍ତ୍ତମାନ ବିମାନ ସେବା ସଂସ୍ଥା ପକ୍ଷରୁ ଇଂଲଣ୍ଡ, ଜର୍ମାନୀ, ଇସ୍ରାଏଲ, ଚୀନ୍‌, ସିଚେଲ୍‌ସ, ମୋରିସସ୍‌, ଶ୍ରୀଲଙ୍କା ଓ ମାଲଦୀପକୁ ସାମଗ୍ରୀ ଯୋଗାଣ ଆରମ୍ଭ ହୋଇଛି ।

କୋରାନା ଭୂତାଣୁ ସଙ୍କଟ ପୂର୍ବରୁ ବିମାନ ସେବା ଭାରତ ମଧ୍ୟରେ ୫୮ଟି ସ୍ଥାନ ଓ ୨୯ଟି ଆନ୍ତର୍ଜାତିକ ରୁଟ୍‌ରେ ବିମାନ ଚଳାଚଳ କରୁଥିଲା ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now