PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଏୟାର୍‌ ଇଣ୍ଡିଆର ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କ ଚାକିରି ଭୟ: ଏବେ ଛୁଟି ନେଲେ ଛଟେଇ

ମୁମ୍ବାଇ ୧୪/୧୧:ରାଷ୍ଟ୍ରାୟତ୍ତ ଏୟାର୍‌ ଇଣ୍ଡିଆର ଫ୍ଲାଇଟ୍‌ ଆଟେଣ୍ଡାଣ୍ଟମାନେ ଏବେ ଛୁଟି ନେବାକୁ ଡରୁଛନ୍ତି । ଦେହ ଖରାପ ଥିଲେ ବି ଛୁଟି ନେଲେ ଚାକିରି ଯିବାର ଭୟ ଏମାନଙ୍କ ମଧ୍ୟରେ ରହୁଛି । ଦୁଇ ସପ୍ତାହ ତଳେ ୪ ଜଣ କ୍ର‌୍ୟୁ ସଦସ୍ୟଙ୍କୁ ଏଭଳି ଭାବେ ଚାକିରି ହରାଇବାକୁ ପଡ଼ିଛି । ୪ ଜଣ ଯାକ ଦିଲ୍ଲୀ-ମୁମ୍ବାଇ ବିମାନରେ ଯୋଗ ଦେଇଥିଲେ କିନ୍ତୁ ଦେହ ଖରାପ ଥିବା ଦର୍ଶାଇ ଏମାନେ କାର୍ଯ୍ୟରୁ ବିରତି ନେଇଥିଲେ । ଏଥିପାଇଁ ସେମାନଙ୍କୁ କମ୍ପାନି ପକ୍ଷରୁ ଟର୍ମିନେସନ ଲେଟର ଧରେଇ ଦିଆଯାଇଛି ।

ଗତ ମାସରୁ ଏୟାର୍‌ ଇଣ୍ଡିଆରେ କ୍ୟାବିନ୍‌ କ୍ର‌୍ୟୁ ସଦସ୍ୟମାନେ ଏହି ସମସ୍ୟାର ସାମ୍ନା କରୁଛନ୍ତି । କର୍‌ବା ଚୌଥ ଥିବାରୁ ଗତ ମାସ ଏକାଧିକ କ୍ର‌୍ୟୁ ସଦସ୍ୟ ଦେହ ଖରାପ ଆଳରେ ଛୁଟିରେ ରହିଥିଲେ । ଏଥିମଧ୍ୟରୁ ଅଧିକାଂଶ ଛୁଟି ପାଇଁ ଆବେଦନ କରିଥିଲେ କିନ୍ତୁ ସେମାନଙ୍କୁ ଛୁଟି ମିଳି ନ ଥିଲା। ଅତିରିକ୍ତ ଷ୍ଟାଫ ଥାଇ ମଧ୍ୟ ଏମାନଙ୍କୁ ଛୁଟି ଦିଆଯାଇ ନ ଥିଲା। ତେଣୁ ଦେହ ଖରାପ କହି ଏମାନେ ଛୁଟିରେ ରହି ଯାଇଥିଲେ।

ସମ୍ବନ୍ଧିତ ଖବର