ଗଣତନ୍ତ୍ର ଦିବସ ପରେ ଟାଟା ହାତକୁ ଯିବ ଏୟାର ଇଣ୍ଡିଆ! ହସ୍ତାନ୍ତର ପାଇଁ ୨୪ ଘଣ୍ଟା ଚାଲିଛି କାମ

Pic Credit : The Indian Express
ନୂଆଦିଲ୍ଲୀ,୨୪/୦୧ : ଗଣତନ୍ତ୍ର ଦିବସ ପରେ ଟାଟା ସନ୍ସକୁ ଏୟାର ଇଣ୍ଡିଆକୁ ହସ୍ତାନ୍ତର କରାଯିବ ବୋଲି ଚର୍ଚ୍ଚା ହେଉଛି । ଏନେଇ କିଛି ବରିଷ୍ଠ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି । ଗତବର୍ଷ ଅକ୍ଟୋବରରେ ଏନେଇ ଚୁକ୍ତି ହେବା ପରେ ପୁଣି ଥରେ ଏୟାର ଇଣ୍ଡିଆର ଦାୟୀତ୍ୱ ହାତକୁ ନେବାକୁ ଯାଉଛି ଟାଟା ସନ୍ସ । ଟାଟା ଗୃପ ସ୍ୱାଧୀନତା ପର୍ବରୁ ୧୯୩୨ରେ ଟାଟା ଏୟାରଲାଇନ୍ସ ଭାବରେ ଏହାର ପ୍ରତିଷ୍ଠା କରିଥିଲା । ଏହା ପରେ ୧୯୫୩ରେ ଏହାକୁ ଜାତୀୟକରଣ କରାଗଲା ।
ଅଧିକାରୀ ମାନେ କହିଛନ୍ତି ଯେ, କର୍ମଚାରୀଙ୍କ ପାଖକୁ ପଠାଯାଇଥିବା ଏକ ମେସେଜ୍ରେ ସେମାନେ କ୍ଳୋଜିଂ ବାଲାଂଶ ସିଟକୁ ସୋମବାର ଭିତରେ ଜମା କରିବାକୁୂ କହିଛନ୍ତି । ଏହା ପରେ କ୍ଳୋସିଂ ବାଲାଂଶ ସିଟର ସମୀକ୍ଷା କରି ଟାଟା ସନ୍ସଙ୍କ ପାଖକୁ ପଠାଯିବ । ଆଶା କରାଯାଉଛି କି, ଗୁରୁବାର ମଧ୍ୟରେ ଏୟାରଲାଇନ୍ସକୁ ତାର ନୂଆ ମାଲିଙ୍କୁ ହସ୍ତାନ୍ତର କରାଯିବ । ୨୦ ଜାନୁଆରୀ ଭିତରେ କ୍ଲୋସିଙ୍ଗ ବାଲାଂଶ ସିଟ୍କୁ ପଠାଯାଇଥିଲା , ଯାହାର ସମୀକ୍ଷା ପାଇଁ ୨୪ ଜାନୁୂଆରୀ ଧାର୍ଯ୍ୟ କରାଯାଇଥିଲା, ଏହାକୁ ଟାଟା ସନ୍ସଙ୍କ ପାଖକୁ ପଠାଯାଇଥିଲା, ଯଦି କିଛି ପରିବର୍ତ୍ତନ କରିବାର ଅଛି , ତାହେଲେ ତାହାକୁ ବୁଧବାର ସୁଦ୍ଧା ବଦଳାଯିବାର ସମୟ ନିର୍ଦ୍ଧାରଣ କରାଯାଇଛି ।
ମେସେଜ୍ରେ କୁହାଯାଇଛି ଯେ, ଆସନ୍ତା ତିନିଦିନ କର୍ମଚାରୀ ମାନେ ବହୁତ ବ୍ୟସ୍ତ ରହିବେ, ତମାମ କାମକୁ ପୂରା କରିବାକୁ ଦିନରାତି ପରିଶ୍ରମ କରିବାକୁ ପଡ଼ୁଛି । ଏୟାର ଇଣ୍ଡିଆର ଅଧିକାରୀ ମାନେ କହିଛନ୍ତି ଯେ, ହସ୍ତାନ୍ତର ପାଇଁ ଅନ୍ତିମ ତାରିଖ ଘୋଷଣା କରାଯାଇନାହିଁ । କିନ୍ତୁ ଏହି ସପ୍ତାହରେ ହିଁ ଟାଟା ସନ୍ସକୁ ଏୟାରଇଣ୍ଡିଆକୁ ହସ୍ତାନ୍ତର କରାଯିବ । ଅଧିିକାରୀ ମାନେ କହିଛନ୍ତି ଯେ, ଏହି ଟାର୍ଗେଟକୁ ପୂରା କରିବାକୁ ତାଙ୍କୁ ୨୪ ଘଣ୍ଟା କାମ କରିବାକୁ ପଡ଼ୁଛି । କିନ୍ତୁ ଏ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ପ୍ରକାର ସୂଚନା ନ ଦେବାକୁ ଏୟାର ଇଣ୍ଡିଆର ଅଧିକାରୀମାନେ କହିଛନ୍ତି ।