PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଦରମା ପାଉନାହାଁନ୍ତି ଏୟାର ଇଣ୍ଡିଆର ପାଇଲଟ୍, ଚାକିରୀ ଛାଡିବାକୁ ଦେଲେ ଧମକ

ନୂଆଦିଲ୍ଲୀ, ୨୫|୧୨:  ଋଣ ଭାରରେ ବୁଡି ରହିଥିବା ସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆର ପାଇଲଟମାନେ ବକେୟା ଦରମାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ବାଣିଜ୍ୟିକ ପାଇଲଟ୍ ସଙ୍ଗଠନ ଆଇସିପିଏ ସରକାରଙ୍କୁ ଚାକିରି ଛାଡିବାକୁ ଚେତାବନୀ ଦେଇଛନ୍ତି। ଏହି ଅନିଶ୍ଚିତତା ମାହୋଲରେ କାମ କରିବା ସମ୍ଭବପର ନୁହେଁ ବୋଲି ସେମାନେ କହିଛନ୍ତି।

ଭାରତୀୟ କମର୍ସିଆଲ୍ ପାଇଲଟ୍ ଆସୋସିଏସନ୍ ଗୋଟିଏ ଦିନ ପୂର୍ବରୁ ବେସାମରିକ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖି ବକେୟା ଦରମା ପ୍ରଦାନ କରିବା ପାଇଁ ଦାବି କରିଥିଲା। ପୂର୍ବରୁ ଦରମା ନପାଇ ୬୫ଜଣ ପାଇଲଟ୍ ଇସ୍ତଫା ଦେଇସାରିଛନ୍ତି। ସେମାନେ ୬ ମାସର ନୋଟିସ ପିରିୟଡରେ ଅଛନ୍ତି।

ଏୟାର ଇଣ୍ଡିଆର ପ୍ରାୟ ୮୦୦ ପାଇଲଟଙ୍କ ପ୍ରତିନିଧିତ୍ୱ କରୁଥିବା ଆଇସିପିଏ କହିଛି ଯେ, ସରକାର ମାର୍ଚ୍ଚ ୩୧, ୨୦୨୦ ମଧ୍ୟରେ ଏହାକୁ ବିକ୍ରି ନକଲେ ଏହା ବନ୍ଦ ହୋଇଯିବ ବୋଲି କହିଥିଲେ। ଯାହା ନିରାଶଜନକ ଅଟେ। ଅନିଶ୍ଚିତତା ଘେରରେ କାମ କରିବା ସମ୍ଭବ ନୁହେଁ। ସରକାର ସେମାନଙ୍କୁ ବିନା ନୋଟିସରେ ଚାକିରୀ ଛାଡିବାକୁ ଅନୁମତି ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।