ପ୍ରବଳ ତୋଫାନ ଯୋଗୁଁ ଦିଲ୍ଲୀରୁ ବିଜୟଓ୍ୱାଡା ଯାଉଥିବା ଏୟାର ଇଣ୍ଡିଆର ବିମାନ କ୍ଷତିଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ

ନୂଆଦିଲ୍ଲୀ,୨୨।୯: ଖରାପ ପାଗ ଯୋଗୁଁ ଦିଲ୍ଲୀ ବିମାନବନ୍ଦରରୁ ବିଜୟଓ୍ୱାଡା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି।  ଏଆଇ-୪୬୭ ବିମାନ ଖରାପ ପାଗ ଯୋଗୁଁ ପବନରେ ମାଡ଼ ହୋଇ ନଷ୍ଟ ହୋଇଯାଇଥିଲା। ଏହାଦ୍ବାରା ବିମାନ ଚାଳକ ସଦସ୍ୟ ଆହତ ହୋଇଛନ୍ତି। ଏବେ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି।ତେବେ ବିମାନରେ ଯାତ୍ରା କରୁଥିବା ୧୭୨ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହଠାତ ଏଭଳି କାହିଁକି ଦୁର୍ଘଟଣା ହେଲେ ଏନେଇ ଏୟାର ଇଣ୍ଡିଆର ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

ଉଲ୍ଲେଖନୀୟ ଯେ, ଆଜି ବିମାନ ଦିଲ୍ଲୀ ଏୟାରପୋର୍ଟରୁ ସକାଳ ୭.୨୮ ମିନିଟରେ ଏଆଇ-୪୬୭ ଉଡ଼ାଣ ଭରିଥିଲା। ବିଜୟଓ୍ୱାଡା ଏୟାରପୋର୍ଟରେ ସକାଳ ୯.୪୦ ମିନିଟ୍‌ରେ ପହଞ୍ଚିବାର ଥିଲା। ତେବେ ଏହି ସମୟରେ ପ୍ରବ, ତୋଫାନ ହୋଇଥିଲା ।ବହୁ ଯୋରରେ ପବନ ବହିବା ସହ ବିଜୁଳି ଓ ଘଡଘଡି ମାରିଥିଲା। ଏହା ସହିତ ପ୍ରବଳ ବର୍ଷା ବି ହୋଇଥିଲା । ଏଥିପାଇଁ ବିମାନର ବହୁ ଆଭ୍ୟନ୍ତରୀଣ ଯନ୍ତ୍ରପାତି ଅଂଶ ନଷ୍ଟଭ୍ରଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି ବୋଲି ସୂଚନା ମିଳିଛି।   

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…