PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବାୟୁ ପ୍ରଦୁଷଣରୁ ବଢ଼ୁଛି Dementia ର ବିପଦ , ଭାବନା ଶକ୍ତି ହ୍ରାସ ପାଉଛି …ନୂଆ ଅଧ୍ୟୟନରୁ ଖୁଲାସା

 

ୱାଶିଂଟନ – ସାରା ବିଶ୍ୱରେ ଖୁବ୍‌ ଜୋରରେ ବାୟୁ ପ୍ରଦୁଷଣ ବଢ଼ି ଚାଲିଛି। ଏହା ଦ୍ୱାରା ଲୋକଙ୍କ ମଧ୍ୟରେ ଡିମେନସିଆ ରୋଗର ବିପଦ ବଢ଼ି ଚାଲିଛି । ଏହି ରୋଗରେ ଲୋକଙ୍କ ଭାବନା ଶକ୍ତି ଓ ସ୍ମୃତିଶକ୍ତି ଧିରେଧିରେ ହ୍ରାସ ପାଇବାରେ ଲାଗିଛି।

ବାୟୁରେ PM2.5 ର କଣିକାରୁ ଅଧିକ ବିପଦ-

ଆମେରିକା( ୟୁଏସ୍‌)ରେ କରାଯାଇ ଥିବା ଏକ ନୂଆ ଅଧ୍ୟୟନରେ ଜଣାପଡ଼ିଛି କି ବାୟୁରେ ଥିବା ୨.୫ ମାଇକ୍ରୋମିଟରରୁ କମ୍‌ ଆକାରର କଣିକା(PM2.5)ଲୋକଙ୍କ ମଧ୍ୟରେ ବିପଦ ବଢ଼ାଉଛି । PM2.5ରେ ଧୂଳିର ବହୁତ ସୂକ୍ଷ୍ମ କଣିକା ବାୟୁରେ ମିଶିଯାଏ ଏବଂ ଶ୍ୱାସକ୍ରିୟା ମାଧ୍ୟମରେ ମଣିଷର ଶରୀରରେ ପ୍ରବେଶ କରିଯାଏ। ଯେଉଁଥିରେ ଏହି ଅଞ୍ଚଳରେ ରହୁଥିବା ଲୋକଙ୍କର ଡିମେନ୍ସିଆର ବିପଦ ବହୁତ ବଢ଼ିଯାଏ ।

ୱାଶିଂଟନ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚର ଏହି ନୂଆ ଅଧ୍ୟୟନ କରିଛନ୍ତି । ଏହି ଅଧ୍ୟୟନର ରିପୋର୍ଟ ୪ଅଗଷ୍ଟରେ ପ୍ରକାଶିତ ହୋଇଛି । ଅଧ୍ୟୟନରେ ସାମିଲ ରାଚେଲ ଶାଫର କହିଛନ୍ତି , ଆମେ ଜାଣିବାକୁ ପାଇଛୁ କି ଏକ ମାଇକ୍ରୋଗ୍ରାମ୍‌ ପ୍ରତି ଘନ ମିଟରର ବୃଦ୍ଧି ହେବାରେ ଡିମେନ୍ସିଆର କାରକ ଗୁଡ଼ିକରେ ୧୬ଗୁଣା ବୃଦ୍ଧି ହୋଇଯାଏ । ଏହି ପ୍ରକାରର ସମ୍ୱନ୍ଧ ଅଲଜାଇମର ପରି ଡିମେନ୍ସିଆ ରେ ବି ଅଛି ।

 

ସମ୍ବନ୍ଧିତ ଖବର