PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ପୁଲଓ୍ଵାମା ଆକ୍ରମଣରୁ ସର୍ଜିକାଲ ଷ୍ଟ୍ରାଇକ୍-୨ ପର୍ଯ୍ୟନ୍ତ ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ନିର୍ମାତାଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା, ଟାଇଟଲକୁ ନେଇ ମଧ୍ୟ ଟଣାଓଟା

ମୁମ୍ବାଇ,୧।୩ : ଫେବ୍ରୁଆରି ୧୪ରେ ପୁଲଓ୍ଵାମାଠାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ଭାରତର ୪୦ଜଣ ଯବାନ ସହିଦ୍‌ ହୋଇଥିଲେ । ବର୍ତ୍ତମାନ ଏହି ଘଟଣାକୁ ନେଇ ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ଲାଗି ରହିଥିବା ବେଳେ ମୁମ୍ବାଇରେ ଫିଲ୍ମ ନିର୍ମାତାମାନେ ଫିଲ୍ମର ନାଁ ବାଛିବାରେ ବ୍ୟସ୍ତ ଥିବା ଜଣାପଡ଼ିଛି । କାହାଣୀ ହାତରେ ଥିବା ବେଳେ ଫିଲ୍ମର ନାଁ କ’ଣ ରଖାଯିବ, ସେ ନେଇ ଏବେ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା।

ସୂଚନା ମୁତାବକ, ଉରୀରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ନିର୍ମାଣ ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ ଏବେ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ଫିଲ୍ମ ନିର୍ମାଣ କରିବା କଥା ଚିନ୍ତା କରୁଛନ୍ତି ଫିଲ୍ମ ନିର୍ମାତା । ପାଖାପାଖି ୫ଟି ପ୍ରାଯୋଜନା ସଂସ୍ଥାର ପ୍ରତିନିଧି ଫିଲ୍ମର ଟାଇଟଲକୁ ଆରକ୍ଷିତ ରଖିବା ପାଇଁ ଇଣ୍ଡିଆନ୍‌ ମୋସନ ପିକ୍‌ଚର୍ସ ପ୍ରଡ୍ୟୁସର୍ସ ଆସୋସିଏସନ୍‌ରେ ପହଞ୍ଚିଥିବା ଜଣାପଡ଼ିଛି । ସେଠାରେ ପହଞ୍ଚି ନିର୍ମାତାମାନେ ଫିଲ୍ମର ନାଁ ‘ପୁଲଓ୍ଵାମା : ଦ ଟେରର ଆଟାକ୍‌’, ‘ପୁଲଓ୍ଵାମା ଆଟାକ୍‌ ଟୁ ସର୍ଜିକାଲ ଷ୍ଟ୍ରାଇକ୍‌ ୨.୦’, ‘ସର୍ଜିକାଲ ଷ୍ଟ୍ରାଇକ୍‌ ୨.୦ ଆଣ୍ଡ ବାଲାକୋଟ୍‌’ ଭଳି କିଛି ଟାଇଟଲ ନିର୍ମାତାମାନେ ରଖି ସାରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଫିଲ୍ମ ଟାଇଟଲ କ’ଣ ରଖାଯିବ, ତାହା ଠିକ୍‌ କରାଯାଇ ପାରି ନାହିଁ ।

ସମ୍ବନ୍ଧିତ ଖବର