ଏଥର ବିମାନରେ ମଝି ସିଟ୍‌କୁ ଖାଲି ରଖିବାକୁ ପଡ଼ିବ !

ନୂଆଦିଲ୍ଲୀ ୦୧ /୬ : କରୋନା ଭାଇରସ୍‌ର ଆତଙ୍କ ଭିତରେ  ସାରା ଦେଶରେ ବନ୍ଦ ହୋଇଥିବା ଘରୋଇ  ବିମାନ ସେବା ଆରମ୍ଭ ହୋଇଯାଇଛି ।  ଅନେକ ସତର୍କତା ପରେ ବି ଯାତ୍ରୀଙ୍କ ମଧ୍ୟରେ  କରୋନା ବିପଦ ଟଳିନାହିଁ । ଏଣୁ ଏହାକୁ ଆଖିରେ ରଖି କର୍ତ୍ତୃପକ୍ଷ କିଛି ନୂଆ ତରିକା ଆପଣେଇଛନ୍ତି ।  ବିମାନ ଯାତ୍ରୀଙ୍କ ଯାତ୍ରାକୁ ଆଉ କିଛି ସୁରକ୍ଷିତ କରିବା ପାଇଁ  ଡିଜିସିଏ  ଆଉ ଏକ ପଦକ୍ଷେପ ଉଠାଇଛନ୍ତି ।  ଏୟାରଲାଇନ୍ସକୁ କୁହାଯାଇଛି କି  ସିଟିଂ ପ୍ଲାନ୍‌ ଏମିତି କରନ୍ତୁ , ଯେଉଁଥିରେ ମଝି ସିଟ୍‌ ଯେମିତି  ଖାଲି ରହିବ ।  ଏହି ନୂଆ ଗାଇଡ୍‌ ଲାଇନ୍‌ ୩ଜୁନ୍‌ରୁ ଲାଗୁ ହେବ ବୋଲି ସୂଚନା ରହିଛି ।

ଡିଜିସିଏ ଏହି ନୂଆ ଗାଇଡ୍‌ ଲାଇନ୍‌ ଜାରି କରି ଏକ ପତ୍ର ଜାରି କରିଛି । ସେଥିରେ ଲେଖିଛି  ଏୟାର ଲାଇନ୍ସର ସିଟ୍‌ ଟିକେଟ୍‌ ଏମିତି  ହେବ , ମଝି ସିଟ୍‌ ଯେପରି ଖାଲି ରହେ ।  କିନ୍ତୁ ଯାତ୍ରୀଙ୍କ ସଂଖ୍ୟା ଯଦି ଅଧିକ ହୁଏ  ତ  ମଝି ସିଟ୍‌ରେ  ବସିଥିବା ଲୋକଙ୍କୁ  ମେଡିକାଲ ସେବାର ଗାଉନ୍‌ . ତିନି ଲେୟାର ଯୁକ୍ତ  ମାସ୍କ ଓ ଫେସ୍‌  ସିଲ୍ଡ ଯାତ୍ରୀଙ୍କୁ ଦିଆଯିବ ।

ଏୟାରଲାଇନ୍ସକୁ  ଦେବାକୁ ହେବ  ସେଫଟି କିଟ୍‌-

ଡିଜିସିଏ ଆଉ ବଡ଼ ନିଷ୍ପତ୍ତି  ନେଇଛି ।  କୁହାଯାଇଛି କି  ଯାତ୍ରୀଙ୍କୁ ଏୟାରଲାଇନ୍ସ ହିଁ ସେଫ୍ଟି କିଟ୍‌ ଦେବ । ଏଥିରେ ୩ ସ୍କର ଯୁକ୍ତ ସର୍ଜିକାଲ ମାସ୍କ , ଫେସ୍‌ ସିଲ୍ଡ ଓ ସାନିଟାଇଜର ରହିବ ।

ପ୍ରତି ଉଡ଼ାଣ ପରେ ବିମାନକୁ ସାନିଚାଇଜ୍‌ କରିବାର ନିର୍ଦ୍ଦେଶ  ରହିଛି । ପାଇଲଟ , ଏୟାର ହୋଷ୍ଟେସ୍‌ଙ୍କ ସହ ଅନ୍ୟ କ୍ରୁ ମେମ୍ୱର ମଧ୍ୟ ନିୟମିତ  ଅନ୍ତରରେ ଚେକ୍‌ଅପ୍‌ ହେବ ।

   ସମ୍ବନ୍ଧିତ ଖବର


ଆଲ୍‌କହଲ୍‌ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର୍‌ରେ ଲାଗିବ ୧୮% ଜିଏସ୍‌ଟି

ମୁକେଶ ବିଶ୍ୱର ଷଷ୍ଠ ଧନୀ : ସମ୍ପତ୍ତିରେ ଏଲନ୍‌ ମସ୍କ, ଲ୍ୟାରି ପେଜ୍‌ଙ୍କୁ ଟପିଲେ

ଘାତକ ହେଲାଣି କରୋନା : ରାଜ୍ୟରେ ଆଉ ୬୧୮ କରୋନା ପଜିଟିଭ୍‌ ଚିହ୍ନଟ

ଭାରତୀୟଙ୍କ ମୋବାଇଲରେ ଲୁଚି ଲୁଚି ଖେଳ କରୁଛି ଟିକ୍‌ଟକ୍‌ : ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ…

ଭାରତକୁ ବଡ ଝଟକା ଦେଲା ଇରାନ୍, ଚାବହାର ରେଳ ପ୍ରୋଜେକ୍ଟରୁ ବାହାର କଲା

AIIMS-ପାଟନାରେ କରୋନାରେ ଚାଲିଗଲା ୨ ଡାକ୍ତରଙ୍କ ଜୀବନ !