PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣାଗଡ: ପାଟଣାଗଡ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ
  • ||
  • ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ: ୨୪ଘଣ୍ଟାରେ ୩୬୬୪ଜଣ ପଜିଟିଭ ଚିହ୍ନଟ, ଆଖିବୁଜିଲେ ଆଉ ୨ ଆକ୍ରାନ୍ତ
  • ||
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଆଜିଠୁ ବିମାନବନ୍ଦରରେ ଚେକିଂ କଡାକଡି : ଯାତ୍ରୀଙ୍କ ଠିକଣା, ଫୋନ୍‌ ନମ୍ବର ସହ ସବିଶେଷ ତଥ୍ୟ ରଖାଯିବ

ଭୁବନେଶ୍ବର ୪।୩ : ରାଜଧାନୀ ବଢୁଛି କରୋନା ସଂଖ୍ୟା । ବିଗତ କିଛି ଦିନ ହେଲା ଏକ ଅଙ୍କର ସୀମିତ ଥିବା ଏହି ନମ୍ବର ଏବେ ଦୁଇ ଅଙ୍କ ଛୁଇଁଛି । ଅର୍ଥାତ ବୁଧବାର ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହେଇଥିଲେ, ଯାହାକି ରାଜଧାନୀ ବାସୀଙ୍କ ଚିନ୍ତା ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଭୁବନେଶ୍ବର ବିମାନବନ୍ଦରରେ ଚେକିଂ କଡାକଡି ହୋଇଛି। ବିଶେଷକରି ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ରହିବ ନଜର। ଆଜିଠୁ ଥର୍ମାଲ ସ୍କ୍ରିନିଂ ସହ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଛି। ଯାତ୍ରୀଙ୍କ ଠିକଣା, କଣ୍ଟାକ୍ଟ ନମ୍ବର ସହ ସବିଶେଷ ତଥ୍ୟ ମଧ୍ୟ ରଖାଯିବ।

ତେବେ ଲକ୍ଷଣ ଦେଖାଦେଲେ ଟେଷ୍ଟି ସହ ଆସୋଲେସନରେ ରହିବାକୁ ପରାମର୍ଶ ଦିଆଯିବ। ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ରେଳ ଷ୍ଟେସନରେ ମଧ୍ୟ ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରଖିବାକୁ ବିଏମ୍‌ସି ଉଦ୍ୟମ ଚଳାଇଛି ବୋଲି ଜିଡିସି ଅଂଶୁମାନ ରଥ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସ ୧୭ ତାରଖରେ ଶେଷ ଥର ପାଇଁ ୧୯ ଜଣ କରୋନା ଚିହ୍ନଟ ହୋଇଥିଲେ । ସେପଟେ ଜୀବନ ଜିବିକା ପାଇଁ ସରକାର ନିୟମରେ କିଛିଟା କୋହଳ କରିଥିବାବେଳେ, ସାଧାରଣ ଜନତା କିନ୍ତୁ ବେଫାହିକ । ନା ରହୁଛି ସାମାଜିକ ଦୁରତ୍ୱ ନା ମୁହଁରେ ପିନ୍ଧୁଛନ୍ତି ମାସ୍କ । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ନିୟମକୁ ଟିକେ କଡାକଡି କରିଛି। ବିମାନବନ୍ଦର ଭଳି ଆଗକୁ ରେଲୱେ ଷ୍ଟେସନରେ ମଧ୍ୟ ନିୟମ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ଭୁବନେଶ୍ୱର ମହାନଗର ନିଗମ।