ବାଜି ମାରିଲା ଏୟାରଟେଲ୍, ଜିତିଲା ଆୱାର୍ଡ

ନୂଆଦିଲ୍ଲୀ ୧୬/୧୦: ଏୟାରଟେଲ୍ ପୁଣି ୟୁଜର୍ସଙ୍କୁ ସବୁଠାରୁ ଉତ୍ତମ ଇଣ୍ଟରନେଟ୍ ସେବା ପ୍ରଦାନ କରିବାରେ ବାଜି ମାରିନେଇଛି । ଏୟାରଟେଲ୍ ମୋବାଇଲ୍ ଓ ଇଣ୍ଟରନେଟ୍ ସର୍ଭିସ ଜଡିତ ୪ ବଡ କାଟାଗୋରୀ ଭିଡିଓ, ଗେମ୍ ଏକ୍ସପ୍ରିୟନ୍ସ, ଡାଉନଲୋଡ୍ ସ୍ପିଡ୍ ଓ ଭଏସ କଲରେ ଅନ୍ୟ ଟେଲିକମ୍ ଅପରେଟର୍ସଙ୍କଠୁ ବହୁତ ଅଧିକ ପଏଣ୍ଟ୍ସ ହାସଲ କରିଛି । ଲଣ୍ଡନର ନେଟୱର୍କ ଆନାଲିଟିକ୍ସ ଫର୍ମ ଓପନ୍ ସିଗ୍ନାଲ ୯୦ ଦିନ ପର୍ଯ୍ୟନ୍ତ ଭାରତର ସମସ୍ତ ଟେଲିକମ୍ କମ୍ପାନୀର ସର୍ଭିସ୍ ଉପରେ ନଜର ରଖି ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଓପନ ସିଗ୍ନାଲ ମେ ୧ ୨୦୨୦ରୁ ନିଜ ରିପୋର୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଥିଲା ।

ଲଗାତର ୪ର୍ଥ ଥର ମିଳିଲା ଭିଡିଓ ଏକ୍ସପିରିୟନ୍ସ ଆୱାର୍ଡ
କୋଭିଡ୍ ୧୯ ମହାମାରୀ ସମୟରେ ମଧ୍ୟ ଏୟାରଟେଲ୍ ନିଜ ୟୁଜର୍ସଙ୍କୁ ଉତ୍ତମ ନେଟୱର୍କ ଯୋଗାଇ ଦେଇଛି ଏବଂ କମ୍ପାନୀକୁ ୪ର୍ଥ ଥର ଭିଡିଓ ଏକ୍ସପିରିୟନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏୟାରଟେଲକୁ ୧୦୦ରୁ ୫୭.୩୬ ପଏଣ୍ଟ୍ସ ମିଳିବ ଯଦିଓ ୫୫ରୁ ଅଧିକ ପଏଣ୍ଟ୍ସକୁ ବହୁତ ଭଲ ବୋଲି କୁହାଯାଏ । ଓପନ ସିଗ୍ନାଲର ରିପୋର୍ଟରେ କୁହାଯାଇଛି କି ଏୟାରଟେଲ ନେଟୱର୍କରେ ଭିଡିଓ ଲୋଡିଂ ଟାଇମ୍ ସବୁଠୁ ଫାଷ୍ଟ ଏବଂ ସ୍ମାର୍ଟଫୋନରେ ଭିଡିଓ ଷ୍ଟ୍ରିମିଂ ଅନ୍ୟମାନଙ୍କ ଅପେକ୍ଷା ବହୁତ ଶୀଘ୍ର ହୋଇଯାଉଛି ।

   ସମ୍ବନ୍ଧିତ ଖବର


ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି

ପୁଣି ଖସିଲା ସୁନା-ରୂପା ଦାମ୍

5G ରଣକ୍ଷେତ୍ରରେ ଏୟାର୍‌ଟେଲ୍‌- ଜିଓ ମଧ୍ୟରେ ହେବ ଟକ୍କର; ଆମେରିକାରେ ଜିଓର ୫ଜି ପରୀକ୍ଷଣ ସଫଳ

ଗବେଷକ ତିଆରି କଲେ ମାଂସ ସ୍ୱାଦଯୁକ୍ତ ଆଇସ୍‌କ୍ରିମ୍‌ ‘ଆଇସ୍‌ ମିଟ୍‌’, ଦେଖନ୍ତୁ ଭିଡିଓ…

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଓଡ଼ିଶାରେ ବେକାରି ହାର ୨.୧%-ସିଏମ୍‌ଆଇଇ