PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଏୟାରଟେଲ୍ ଗ୍ରାହକଙ୍କୁ ବଡ ଝଟକା, ଆଜିଠୁ କଲ୍ ପାଇଁ ଦେବାକୁ ପଡିବ ଅଧିକ ପଇସା

ନୁଆଦିଲ୍ଲୀ ୨୯/୧୨: ନୂଆବର୍ଷ ପୂର୍ବରୁ ଏୟାରେଟଲ୍ ଗ୍ରାହକଙ୍କୁ କଲ୍ କରିବା ପାଇଁ ଅଧିକ ପଇସା ଦେବାକୁ ପଡିବ । କମ୍ପାନୀ ନିଜର ସବୁ ବେସ୍ ପ୍ୟାକର ଦାମରେ ପରିବର୍ତ୍ତନ ଆଣିଛି ଏବଂ ନୂଆ ଦାମ୍ ଆଜିଠୁ ଲାଗୁ ହୋଇଯାଇଛି । ଖାସ୍ ରୂପେ ଯଦି ମିନିମମ୍ ରିଚାର୍ଜ କଥା କହିବା ତ ଗ୍ରାହକଙ୍କୁ ନେଟୱର୍କରେ ଯୋଡି ରହିବା ପାଇଁ ଅତିକମରେ ୪୫ ଟଙ୍କା ରିଚାର୍ଜ କରିବାକୁ ପଡିବ । ଏହି ପ୍ଲାନର ବୈଧତା ୨୮ ଦିନ ହେବ । ଏହା ପୂର୍ବରୁ ଗ୍ରାହକଙ୍କୁ ୩୫ ଟଙ୍କାର ମିନିମମ୍ ରିଚାର୍ଜ କରିବାକୁ ପଡୁଥିଲା । ଅର୍ଥାତ୍ ଏବେ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ୧୦ ଟଙ୍କା ଅଧିକ ଦେବାକୁ ପଡିବ ।

ଏହା ବ୍ୟତୀତ ବେସ୍ କଲ୍ ଦର ମଧ୍ୟ ବଢାଇଦିଆଯାଇଛି । ଏଣିକି ଗ୍ରାହକଙ୍କୁ କଲ୍ କରିବା ପାଇଁ ଅତିକମରେ ୧.୫୦ ଟଙ୍କା ପ୍ରତି ମିନିଟ୍ ଦେବାକୁ ପଡିବ । ଅର୍ଥାତ୍ ୨.୫ ପଇସା ପ୍ରତି ସେକେଣ୍ଡ ପୈଠ କରିବାକୁ ପଡିବ । ଏହା ସହିତ ଏୟାରଟେଲ୍ ଏସଏମଏସ୍ ଦର ମଧ୍ୟ ବଢାଇ ଦେଇଛି । ଗ୍ରାହକଙ୍କୁ ଏବେ ପ୍ରତି ଏସଏମଏସ୍ ପାଇଁ ୧ ଟଙ୍କା STD SMS ପାଇଁ ୧.୫୦ ଟଙ୍କା ଦେବାକୁ ପଡିବ । ଏହା ପୂର୍ବରୁ ୪ ଡିସେମ୍ବରରେ ଟେଲିକମ୍ କମ୍ପାନୀମାନେ ଘୋଷଣା କରିବା ସହ ନିଜ ଟାରିଫ୍ ପ୍ଲାନକୁ ୪୦ ପ୍ରତିଶତ ପର୍ଯ୍ଯନ୍ତ ବଢାଇ ଦେଇଥିଲେ ମଧ୍ୟ । ଏହା ଦ୍ୱିତୀୟ ଥର ପାଇଁ ହୋଇଛି ଯେତେବେଳେ ଭାରତୀ ଏୟାରଟେଲ୍ ନିଜ ପ୍ଲାନର ଦାମ୍ ବଢାଇ ଦେଇଛି ।