ମହିଳାଙ୍କୁ ସୁରକ୍ଷା ଦେବ ଏୟାରଟେଲ, ଆରମ୍ଭ କଲା ଏହି ଆପ୍ଲିକେସନ୍

ନୂଆଦିଲ୍ଲୀ,୧୪।୪: ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ଫିକି ଲେଡିଜ୍ ସଂଗଠନ ସହ ମିଶି ମହିଳାଙ୍କ    ସୁରକ୍ଷା ପାଇଁ ଏକ ନୂଆ ଆପ ଲଞ୍ଚ କରିଛି। ଏହି ଆପ୍ ଜରିଆରେ ଭାରତୀ ଏୟାରଟେଲ   ରବିବାର ‘ମାଇ ସର୍କଲ’ ଆପର ଲଞ୍ଚ କରିଛି। ଏହି ଆପ୍‍କୁ ଏୟାରଟେଲ ଉପଭୋକ୍ତାଙ୍କ ବ୍ୟତୀତ ଅନ୍ୟ ଗ୍ରାହକ ମଧ୍ୟ ବ୍ୟବହାର କରିପାରିବେ। କମ୍ପାନୀ କହିବା ଅନୁସାରେ ଏହି ଆପ ଦ୍ୱାରା ମହିଳା ନିଜର ୫ଜଣ ପରିବାର ସଦସ୍ୟ କିମ୍ବା ନିଜର ବନ୍ଧୁଙ୍କୁ ଏକାସହ ମେସେଜ ପଠାଇ ପାରିବେ। ଏହି ମେସେଜ ପଠାଇବା ପାଇଁ ଇଂରାଜୀ, ହିନ୍ଦୀ, ତାମିଲ, ତେଲଗୁ, କନ୍ନଡ, ମରାଠୀ, ପଞ୍ଜାବୀ, ବଙ୍ଗାଳୀ, ଉର୍ଦ୍ଦୁ, ଆସାମୀ, ଓଡିଆ ଏବଂ ଗୁଜରାଟୀ ସହିତ ମୋଟ  ୧୩ଟି ଆଞ୍ଚଳିକ ଭାଷାରେ ଜରୁରୀ କାଳୀନ ବାର୍ତ୍ତା (ଏସ୍ଓଏସ୍) ପଠାଇ ପାରିବେ। ମହିଳା ଯେ କୌଣସି ଜରୁରୀକାଳିନ ପରିସ୍ଥିତିରେ ଏହି ମେସେଜ ପଠାଇ ପାରିବେ। ସୂଚନା ଅନୁସାରେ ଏହି ଆପ ଏଣ୍ଡ୍ରୋଏଡର ପ୍ଲେ ଷ୍ଟୋର ଏବଂ ଆପଲର ଆପ ଷ୍ଟୋରରେ ଉପଲବ୍ଧ ରହିଛି।

ଏହି ଆପ୍ ଜରିଆରେ ଏସ୍ଓଏସ୍ ଆଲର୍ଟକୁ ଏସ୍ଓଏସ୍ ପ୍ରମ୍ପଟକୁ ପ୍ରେସ୍ କରି ଲଞ୍ଚ କରିହେବ। ନହେଲେ ଆପଣ ଆଇଓଏସ୍ ଉପରେ ଭଏସ କମାଣ୍ଡ ଦେଇ ଏସ୍ଓଏସ୍ ଆର୍ଲଟ ଆକ୍ଟିଭ କରିପାରିବେ। ଆଣ୍ଡ୍ରଏଡ ପାଇଁ ଗୁଗୁଲ ଆସିଷ୍ଟାଣ୍ଟକୁ ଭଏସ୍ କମାଣ୍ଡ ଦେଇ ଏସଓଏସ୍ ଆଲର୍ଟକୁ ଆକ୍ଟିଭ କରିବାର ଫିଚର ଏବେ ଏହି ଆପରେ ନାହିଁ କିନ୍ତୁ ଏହାକୁ ଖୁବ୍ ଶୀଘ୍ର ଉପଲବ୍ଧ କରାଯିବ। ଏହି ଆଣ୍ଡ୍ରଏଡ ଆପ୍ ଗୁଗୁଲ ପ୍ଳେ ଷ୍ଟୋରରେ ନିଃଶୁକ୍ଲ ଉପଲବ୍ଧ ଓ ଖୁବ୍ ଶୀଘ୍ର ଆପଲର ଆପ ଷ୍ଟୋରରେ ମଧ୍ୟ ଉପଲବ୍ଧ କରିଦିଆଯିବ।

   ସମ୍ବନ୍ଧିତ ଖବର


ରୁଷ ସାଟେଲାଇଟ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ ଗୁଇନ୍ଦା ଉପଗ୍ରହ

ଓ୍ବାଜିଦଙ୍କ ପରଲୋକ ପରେ ପରିବାର ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ପତ୍ନୀ, କହିଲେ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି …

ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ

‘ନିବାର’ ବାତ୍ୟା ଯୋଗୁ ବେଳାଭୂମିରେ ଜମା ହେଲା ସୁନା, କଥା ପ୍ରଚାର ହେବା ପରେ ସୁନାର ସନ୍ଧାନ ପାଇଁ ଲାଗିଲା ପ୍ରବଳ ଭିଡ଼

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ

ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ