PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଏୟାରଟେଲ୍ ଫ୍ରିରେ ଦେଉଛି ୧ ଜିବି ଡାଟା ଓ ଭଏସ୍ କଲିଂ, ଏହି ୟୁଜର୍ସଙ୍କୁ ମିଳୁଛି ଫାଇଦା

https://gadgets.ndtv.com/

ନୂଆଦିଲ୍ଲୀ ୧୧/୮: ଏୟାରଟେଲ୍ ନିଜ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ୧ ଜିବି ଇଣ୍ଟରନେଟ୍ ଡାଟା ଓ ଫ୍ରି ଇନକମିଂ ଓ ଆଉଟଗୋଇଁ କଲ୍ ଅଫର୍ କରୁଛି । ରିପୋର୍ଟ ଅନୁସାରେ କମ୍ପାନୀ ଏହି ଅଫର୍ ନିଜ ଗ୍ରାହକଙ୍କୁ ୩ ଦିନ ପାଇଁ ଟ୍ରାଏଲ୍ ପାଇଁ ଦେଉଛି ଏବଂ ଏହା ସେହି ପ୍ରିପେଡ୍ ଗ୍ରାହକଙ୍କୁ ମିଳିବ, ଯେଉଁମାନେ ନିଜ ନମ୍ବରକୁ ରିଚାର୍ଜ କରାଇ ନାହାଁନ୍ତି । କୁହାଯାଉଛି କି କମ୍ପାନୀ ଏମିତି କରିବାର ଉଦ୍ଦେଶ୍ୟ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା । ଯାହା ଫଳରେ ୟୁଜର୍ସ ସେହି ସର୍ଭିସର ବ୍ୟବହାର କରିବେ ଏବଂ ୩ ଦିନ ପରେ ଫ୍ରି ଅଫର୍ ସମାପ୍ତ ହେବାପରେ ନମ୍ବର ରିଚାର୍ଜ କରିବେ ।

OnlyTech ର ରିପୋର୍ଟ ଅନୁସାରେ ଏୟାରଟେଲ୍ ଏହି ନୂଆ ଅଫର୍ ସମ୍ପର୍କରେ ନିଜ ଇନଆକ୍ଟିଭ୍ ୟୁଜର୍ସଙ୍କୁ ଏସଏମଏସ ଜରିଆରେ ସୂଚନା ଦେଉଛି । ମେସେଜରେ କୁହାଯାଉଛି କି ୩ ଦିନର ଫ୍ରି ଟ୍ରାଏଲ୍ ପାଇଁ ଆଉଟଗୋଇଁ କଲ୍ସ ଓ ମାଗଣା ୧ ଜିବି ହାଇ-ସ୍ପିଡ୍ ଡାଟା ଦିଆଯାଉଛି । ଆଗକୁ ଏହା ମଧ୍ୟ ଲେଖାଯାଇଛି କି ଉତ୍ତମ ସେବା ଜାରି ରଖିବା ପାଇଁ ଆଜି ହିଁ ଏୟାରଟେଲ୍ ଅନଲିମିଟେଡ୍ ପ୍ୟାକେ ରିଚାର୍ଜ କରନ୍ତୁ ।

ଅବଶ୍ୟ ଏନେଇ ଏୟାରଟେଲ୍ ତରଫରୁ କୌଣସି ଅପିସିଆଲ ସୂଚନା ଦିଆଯାଇନି । ଏହା ସହିତ ଏହା ମଧ୍ୟ ଜଣାପଡିନି କି କମ୍ପାନୀ କେଉଁ ଆଧାରରେ ୟୁଜର୍ସଙ୍କୁ ଏହି ଟ୍ରାଏଲ୍ ପାଇଁ ସିଲେକ୍ଟ କରୁଛି । ଏହା ସହିତ ଏହା ମଧ୍ୟ ସ୍ପଷ୍ଟ ହୋଇନି କି ଏୟାରଟେଲର ଫ୍ରି ଟ୍ରାଏଲ୍ କେଉଁ ସର୍କଲ୍ସରେ ଉପଲବ୍ଧ ହେବ କିମ୍ବା ଦେଶର ସବୁ ଏୟାରଟେଲ୍ ୟୁଜର୍ସଙ୍କୁ ମିଳିବ ।