ଏୟାରଟେଲର ଶସ୍ତା ପ୍ଲାନ୍ ! ୭୯ ଟଙ୍କା ରିଚାର୍ଜରେ ପାଆନ୍ତୁ ଡାଟା ଓ ଟକଟାଇମ୍

ନୂଆଦିଲ୍ଲୀ ୨୯/୬: ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ ସବୁବେଳେ ଶସ୍ତା ପ୍ଲାନ୍ ନେଇଆସିଥାଏ । କମ୍ପାନୀ ପ୍ଲାନର ଲିଷ୍ଟକୁ ଅନେକ କାଟାଗୋରୀରେ ବାଣ୍ଟିଛି ଯେଉଁଥିରେ ‘truly unlimited’, ‘smart recharge’, ‘data’, ‘talktime’ ସାମିଲ । ଏଠାରେ ଆମେ ଯେଉଁ କାଟାଗୋରୀ କଥା କହୁଛୁ ତାହା ହେଉଛି ‘Smart recharge’ । ଏହି କାଟାଗୋରୀରେ ଅନେକ ପ୍ଲାନ୍ ଦିଆଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୭୯ ଟଙ୍କିଆ ପ୍ଲାନ୍ ମଧ୍ୟ ଅଛି ।

ଏହି ପ୍ଲାନର ସବୁଠାରୁ ଖାସ୍ କଥା ହେଉଛି କମ୍ ଦାମରେ ଟକଟାଇମ୍ ସହିତ ମୋବାଇଲ୍ ଡାଟା ମଧ୍ୟ ମିଳିବ । ଆସନ୍ତୁ ଜାଣିବା ଏହି ପ୍ଲାନର ବେନିଫିଟ୍ସ ସମ୍ପର୍କରେ । ୭୯ ଟଙ୍କିଆ ରିଚାର୍ଜରେ ଗ୍ରାହକଙ୍କୁ ୬୪ ଟଙ୍କାର ଟକଟାଇମ୍ ଦିଆଯାଉଛି । ଏହା ସହିତ ଏଥିରେ ଇଣ୍ଟରନେଟ୍ ପାଇଁ ୨୦୦ ଏମବି ଡାଟା ଦିଆଯାଉଛି । ଏହି ପ୍ଲାନରେ ଗ୍ରାହକଙ୍କୁ ୬୦ ପଇସା ପ୍ରତି ମିନିଟର ଲୋକାଲ୍/ STD/LL କଲର ଫାଇଦା ମିଳୁଛି । ବୈଧତା କଥା କହିବା ତ ପ୍ଲାନର ବୈଧତା ୨୮ ଦିନ ।

 ୨୫୧ ଟଙ୍କିଆ ଡାଟା ପ୍ଲାନ୍
ଏୟାରଟେଲର ଡାଟା ପ୍ଲାନ କଥା କହିବା ତ ୨୫୧ ଟଙ୍କା ରିଚାର୍ଜ ପ୍ଲାନ୍ ବହୁତ ଭଲ ।  ଗ୍ରାହକ ୨୫୧ ଟଙ୍କା ଭଳି ଶସ୍ତା ପ୍ଲାନରେ ମଧ୍ୟ ୫୦ ଜିବି ଡାଟା ପାଆନ୍ତି । ଏହାର ବୈଧତା କଥା କହିବା ତ ଏହା ଆପଣଙ୍କ ବର୍ତ୍ତମାନ ପ୍ଲାନ୍ ସହିତ ମଧ୍ୟ କାମ କରିବ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ବେସ ପ୍ଲାନର ବୈଧତା ଗୋଟିଏ ବର୍ଷ ଅଛି ତେବେ ଏହି ପ୍ଲାନର ବୈଧତା ମଧ୍ୟ ଏକ ବର୍ଷ ପାଇଁ ରହିବ ।

   ସମ୍ବନ୍ଧିତ ଖବର


ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

ଇଣ୍ଡିଆନ୍ ବ୍ରାଣ୍ଡ୍ ବୋଟ୍ ଲଞ୍ଚ୍ କଲା ପ୍ରଥମ ସ୍ମାର୍ଟବ୍ୟାଣ୍ଡ: ମିଳିବ ୧୦ ଦିନର ବ୍ୟାଟେରୀ ବ୍ୟାକଅପ୍, ଦାମ୍ ମାତ୍ର…

କୋଭିଡ କଟକଣା ଯୋଗୁଁ ବନ୍ଦ ପଡ଼ିଛି ସିନେମା ହଲ୍: ତିଷ୍ଠିବା ପାଇଁ ବିକଳ୍ପ ସନ୍ଧାନରେ ମଲ୍ଟିପ୍ଲେକ୍ସ, ଥିଏଟର୍‌କୁ ବନାଉଛନ୍ତି କ୍ଲାଉଡ୍‌ କିଚେନ୍‌

ବିଶ୍ୱ ଆଇଟି ସେକ୍ଟରରେ କରୋନା ମାଡ଼: କମ୍ପାନିରେ ବଢ଼ୁଛି ଛଟେଇ, ଆଗକୁ ବଢ଼ିବ ବେକାରି ସମସ୍ୟା

ଏୟାର୍‌ ଇଣ୍ଡିଆରେ କରୋନା ମାଡ଼: ୧୮୦ ଟ୍ରେନି କ୍ୟାବିନ୍‌ କ୍ର‌୍ୟୁଙ୍କ ନିଯୁକ୍ତି ଅଫର ପ୍ରତ୍ୟାହୃତ

୧୨ ଦିନ ପରେ ପୁଣି ବଢିଲା ଦାମ୍, ଜାଣନ୍ତୁ ପେଟ୍ରୋଲ୍-ଡିଜେଲ୍ ଲିଟର ପିଛା କେତେ…